36.7 C
Bhubaneswar
Tuesday, April 16, 2024
Homeଓଡିଶାବାଟ ଭୁଲେଇ ଦେଲା ଭୁଲେନ ଲତା, ପାଞ୍ଚଦିନ ପରେ ଜଙ୍ଗଲରୁ ଫେରିଲେ ବାପ-ଝିଅ

ବାଟ ଭୁଲେଇ ଦେଲା ଭୁଲେନ ଲତା, ପାଞ୍ଚଦିନ ପରେ ଜଙ୍ଗଲରୁ ଫେରିଲେ ବାପ-ଝିଅ

ବରଗଡ଼ : ବାଟ ଭୁଲେଇ ଦେଲା ଭୁଲେନ ଲତା ପାଞ୍ଚଦିନ ପରେ ଜଙ୍ଗଲରୁ ଫେରିଲେ ବାପଝିଅ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଟାଲ ଗ୍ରାମରେ । ସୂଚନା ଅନୁସାରେ ମେଲଚ୍ଛାମୁଣ୍ଡା ଥାନା ଅନ୍ତର୍ଗତ ଟାଲ ଗ୍ରାମର ବୁଟୁ ବରିହା ୬୫ ବର୍ଷ ଓ ତାଙ୍କ ଅବିବାହିତା ଝିଅ ଚନ୍ଦ୍ରକାନ୍ତି ବରିହା ୩୫ ବର୍ଷ ଗତ ପାଞ୍ଚ ତାରିଖରେ ନିକଟସ୍ଥ ଝାଞ୍ଜ ପାହାଡ଼କୁ ଶାଗ ସଂଗ୍ରହ କରିବାକୁ ଯାଇ ଆଉ ଫେରିନଥିଲେ । ଏନେଇ ପରିବାର ଲୋକ ଖୋଜା ଖୁଜି କରିଲା ପରେ ନ ପାଇବାରୁ ପରିବାର ପକ୍ଷରୁ ମେଲଛାମୁଣ୍ଡା ଥାନାରେ ଏତଲା ଦେଇଥିଲେ । ମେଲଚ୍ଛାମୁଣ୍ଡା ପୁଲିସ, ବନବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ସ୍ଵଛସେବୀ ମାନେ ସେମାନଙ୍କୁ ବହୁ ଖୋଜା ଖୋଜି ସପ୍ତେ ପାଇନଥିଲେ । ତେବେ ଆଜି ବୁଟୁ ବରିହା ଓ ତାଙ୍କ ଅବିବାହିତା ଝିଅ ଚନ୍ଦ୍ରକାନ୍ତି ଘରକୁ ଫେରିଥିଲେ ।

ମେଲଚ୍ଛାମୁଣ୍ଡା ଥାନା ଅଧିକାରୀ ସ୍ୱପ୍ନାରାଣୀ ଗୋଛାୟତ ସେମାନଂକୁ ଉଦ୍ଧାର କରି ଡାକ୍ତରି ଚିକିତ୍ସା କରାଯାଇଥିଲା । ବୁଟୁ ବରିହା ଜା କହିଥିଲେ, ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା । ଜଙ୍ଗଲରେ ଦେଖାଯାଉଥିବା ବନାଲହ.ମାଡି ଦେବାରୁ ସେମାନଙ୍କ ନେତ୍ରଭ୍ରମ ହୋଇଥିଲା ଏବଂ ଉଭୟେ ଜଙ୍ଗଲରେ ହଜିଯାଇ ବାଟ ପାଇନଥିଲେ। ଜଙ୍ଗଲରେ କିଛି ବ୍ୟକ୍ତି ତାଙ୍କୁ ବାଟ ବତାଇଥିଲେ ମଧ୍ୟ୍ୟ ସେମାନେ ଦିଗ ବାରିବାରେ ସମର୍ଥ ହୋଇ ପାରିନଥିଲେ । ଏହା ସାଙ୍ଗକୁ ବର୍ଷା ବାଧକ ସାଜିଥିଲା । ଏହି ପାଞ୍ଚ ଦିନରେ ସେମାନେ ଜଙ୍ଗଲଜାତ ଫଳମୂଳ ଖାଇ ଜୀବନ ବଞ୍ଚାଇଥିଲେ ବୋଲି ନିଖୋଜ ବୁଟୁ ଓ ଚନ୍ଦ୍ରକାନ୍ତି ପୁଲିସକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking