26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଶବ ରଖି ରାସ୍ତାରୋକ

ଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଶବ ରଖି ରାସ୍ତାରୋକ

ବରଗଡ : ବରଗଡ଼ ଖେଦାପାଲି ସ୍ଥିତ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଦୁର୍ଘଟଣାଗସ୍ତ ଯୁବକଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଉତ୍ୟକ୍ତ ଲୋକ ମୃତ ଦେହ ରଖି ରାସ୍ତାକୁ ଓହ୍ଲାଇଛନ୍ତି । ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର ଏବଂ ନର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି । ଗୁରୁବାର ଅପରାହ୍ନ ୩ ଟାରେ ଜମୁର୍ଡା ରାସ୍ତାରେ ଆସୁଥିବା ବେଳେ ବରଗଡ଼ ଡେମକଲୋନୀ ର କ୍ରିଷ୍ଣା ସୁନା (୨୨)ଙ୍କ ମୋଟର ସାଇକେଲ ଦୁର୍ଘଟଣାଗସ୍ତ ହୋଇଥିଲା । ସ୍ଥାନୀୟ ଲୋକେ କ୍ରିଷ୍ଣାକୁ ଉଦ୍ଧାର କରି ଖେଦାପାଲି ସ୍ଥିତ ଜିଲ୍ଳା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ତେବେ ସେଠାରେ କାର୍ଯ୍ୟରତ ଡାକ୍ତର, ନର୍ସ କ୍ରିଷ୍ଣାଙ୍କ ଠିକ ଭାବରେ ଚିକିତ୍ସା କରି ନ ଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ କ୍ରିଷ୍ଣାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ସହର ମଧ୍ୟରେ ଥିବା ପୁରୁଣା ଡାକ୍ତରଖାନା ସମ୍ମୁଖରେ ମୃତ ଦେହ ରଖି ରାସ୍ତାରୋକ କରିଛନ୍ତି । ରାସ୍ତାରୋକ ସ୍ଥଳରେ ଉତେଜନା ଲାଗି ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରେ ବ୍ୟାପକ ପୋଲିସ ମୁତୟନ ରହିଛନ୍ତି । ଖବର ଲେଖା ଯିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking