ଭୁବନେଶ୍ୱର : କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀରେ ସିଲ୍ ହେଲା ବାର୍ । ରାଜଧାନୀ ଭୁବନେଶ୍ବରରେ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଏକ ବାର୍ ସିଲ୍ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଇନଫୋସିଟି ଅଞ୍ଚଳରେ ଥିବା ଇକୋ ବାରକୁ ଚଢାଉ କରି ସିଲ୍ କରାଯାଇଛି । ତେବେ କୋଭିଡ୍ ନିୟମ ଉଲ୍ଲଂଘନ କରି ବାରର ଜନ୍ମଦିନ ପାର୍ଟି ହେଉଥିଲା । ନିୟମ ଉଲ୍ଲଂଘନ ଅଭିଯୋଗରେ ସମ୍ପୃକ୍ତ ବାରକୁ ସିଲ୍ କରିଛି ପୋଲିସ ।