26.1 C
Bhubaneswar
Friday, March 29, 2024
Homeଓଡିଶାଉଦଯାପିତ ହେଲା ବଂଶଧାରା ବସନ୍ତ ମହୋତ୍ସବ

ଉଦଯାପିତ ହେଲା ବଂଶଧାରା ବସନ୍ତ ମହୋତ୍ସବ

ଗୁଣୁପୁର : ରାୟଗଡ ଜିଲ୍ଲା ଗୁଣୁପୁର ଠାରେ ଏକ ମାସ ଧରି ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ସୋମବାର ଉଦଯାପିତ ହୋଇଛି । ଶେଷ ରାଜନୀରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାରା ଭାରତକୁ ଗୋଟିଏ ରଜୁରେ ଏହି ମଞ୍ଚ ବାନ୍ଧିପାରିଛି ବୋଲି କହିଥିଲେ । ସଂମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାସ ପ୍ରମୁଖ ଯୋଗ ଦେଇ ଏହି ମଞ୍ଚ ଦ୍ୱାରା ସ୍ଥାନୀୟ ଲୁକ୍କାୟିତ କଳା ସଂସ୍କୃତି ଓ ପ୍ରତିଭାର ବିକାଶ ହୋଇପାରୁଛି ବୋଲି କହିଥିଲେ । ଶେଷ ରାଜନୀରେ ପୁରସ୍କାର ବିତରଣ ସହ ତେଲୁଗୁ ହାସ୍ୟ ଅଭିନେତା ହରି ଗୁଣ୍ଠା, ବାବା ସେରିଫ ଯୋଗଦେଇ ଦର୍ଶକଙ୍କୁ ମନଲୋଭା କମେଡି ଦେଖାଇଥିଲେ । ସେହିଭଳି ପାରଳାଖେମୁଣ୍ଡି ମିରକାଲ ନୃତ୍ୟ ଦଳ ଓ ସ୍ଥାନୀୟ କଳାକାର ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
https://onakhabar.com/2020/02/04/%e0%ac%9c%e0%ac%9f%e0%ac%a3%e0%ad%80-%e0%ac%95%e0%ac%b2%e0%ad%87%e0%ac%9c%e0%ac%b0%e0%ad%87-%e0%ac%89%e0%ac%a4%e0%ad%8d%e0%ac%a4%e0%ad%87%e0%ac%9c%e0%ac%a8%e0%ac%be-%e0%ac%85%e0%ac%a7%e0%ad%8d/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking