29.1 C
Bhubaneswar
Friday, April 26, 2024
HomeUncategorizedବାଙ୍କୀ ପ୍ରଗତି ପରିଷଦର ପଞ୍ଚମ ବାର୍ଷିକ ସମ୍ମିଳନୀ

ବାଙ୍କୀ ପ୍ରଗତି ପରିଷଦର ପଞ୍ଚମ ବାର୍ଷିକ ସମ୍ମିଳନୀ

ବାଙ୍କୀ (ଓଡ଼ିଶା ନ୍ୟୁଜ ଏଜେନ୍ସି) : ଫେବୃଆରୀ ୧୬ ତାରିଖ ସନ୍ଧ୍ୟାରେ ଜୟଦେବ ଭବନଠାରେ ପରିଷଦର ସଭାପତି ଶ୍ରୀ ନୀଳମୋହନ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସମ୍ମିଳନୀକୁ ପରିଷଦର ଦିଗଦର୍ଶକ ତଥା ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅଜିତ କୁମାର ତ୍ରିପାଠୀ, ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶାର ପୂର୍ବତନ ନିର୍ବାଚନ କମିଶନର ଶ୍ରୀଯୁକ୍ତ ବାଉରୀବନ୍ଧୁ ନନ୍ଦ, ଅବସରପ୍ରାପ୍ତ ପୂର୍ବତନ ଆରକ୍ଷୀ ମହାନିର୍ଦ୍ଦେଶକ ସିଆଇଏସଏପ ଶ୍ରୀଯୁକ୍ତ ସୂର୍ଯ୍ୟମଣୀ ତ୍ରିପାଠୀ, ଅବସରପ୍ରାପ୍ତ ଆରକ୍ଷୀ ଅଧ୍ୟକ୍ଷ ଶ୍ରୀ ଶୁଭ୍ରାଂଶୁ ପାଢ଼ୀ ଆଦି ମା ଚର୍ଚ୍ଚିକେଇ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିବା ବେଳେ ଶ୍ରୀମତୀ ସରିତା ଆଚାର୍ଯ୍ୟ ଶ୍ଳୋକପାଠ କରିଥିଲେ । ବାଙ୍କୀର ଦିବଙ୍ଗତ ସ୍ୱର୍ଗତଃ ଭଗବାନ ସ୍ୱାଇଁ, ସାମ୍ବାଦିକ ସ୍ୱର୍ଗତଃ ଆଦିତ୍ୟ ରଣସିଂ ଓ ଅନ୍ୟ ଲୋକମାନଙ୍କ ଆତ୍ମାର ଶ୍ରଦ୍ଧାଞ୍ଜଳି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରିଷଦର ସଭାପତି ଶ୍ରୀ ନୀଳମୋହନ ତ୍ରିପାଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସମସ୍ତଙ୍କୁ ସମ୍ମିଳନୀରେ ଯୋଗଦେଇଥିବାରୁ ସ୍ୱାଗତ କରିଥିଲେ । ସାଧାରଣ ସମ୍ପାଦକ ଶ୍ରୀ ନିମେଇ ଚରଣ ଦାସ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ସ୍ମରଣୀକା (ରେଣୁକା)କୁ ଉନ୍ମୋଚନ କରିଥିଲେ ।
https://onakhabar.com/2020/02/19/strike-18/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking