19.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଦୁଇଦିନ ବନ୍ଦ ରହିବ ବ୍ୟାଙ୍କ ସେବା

ଦୁଇଦିନ ବନ୍ଦ ରହିବ ବ୍ୟାଙ୍କ ସେବା

ନୂଆଦିଲ୍ଲୀ : ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ବ୍ୟାଙ୍କ ସେବା ବନ୍ଦ ରହିବ । ତେଣୁ ଏହା ପୂର୍ବରୁ ଗ୍ରାହକମାନେ ନିଜର ସମସ୍ତ ବ୍ୟାଙ୍କିଂ କାର୍ଯ୍ୟ ସମାପ୍ତ କରିନେବା ଉଚିତ । ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ ପକ୍ଷରୁ ଦୁଇଦୁନିଆ ଧର୍ମଘଟ ଡାକରା ଦିଆଯାଇଛି । ସରକାର ବର୍ତ୍ତମାନ ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡିକୁ ଘରୋଇକରଣ କରିବାକୁ ପ୍ଲାନିଂ କରୁଥିବାରୁ ଏହା ବିରୋଧରେ ଏହି ଧର୍ମଘଟ ଡାକରା ଦିଆଯାଇଥିବା ଜଣାପଡିଛି । ବ୍ୟାଙ୍କ ଷ୍ଟ୍ରାଇକ ଥିବା ଯୋଗୁଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ,

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ବ୍ୟାଙ୍କ, ୟୁକୋ ବ୍ୟାଙ୍କର ଅପରେସନ ଆସନ୍ତା ୧୬ ଓ ୧୭ ତାରିଖରେ ବାଧାପ୍ରାପ୍ତ ହେବ । ଯଦି ଏହି ବନ୍ଦ ଡାକରା ସଫଳ ହୁଏ, ତେବେ ଗ୍ରାହକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ଏହାକୁ ବାତିଲ କରିଦେବା ପାଇଁ ଏସବିଆଇ ପକ୍ଷରୁ ଟ୍ୱିଟ କରି କୁହାଯାଇଛି । ସେହିପରି ଯଦି ସରକାର ଘରୋଇକରଣ ଯୋଜନାକୁ ଉଚ୍ଛେଦ ନକରନ୍ତି, ତେବେ ଏହି ଦୁଇଦିନିଆ ବନ୍ଦ ସହିତ ଆଗକୁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଅଖିଳ ଭାରତୀୟ ବ୍ୟାଙ୍କ ଅଫିସର୍ସ ମିଳିତ ସଂଘ ସାଧାରଣ ସମ୍ପାଦକ । ସୂଚନା ଅନୁସାରେ ଚଳିତ ଆର୍ଥିକ ବର୍ଷରେ ଦୁଇଟି ପବ୍ଲିକ ସେକ୍ଟର ବ୍ୟାଙ୍କର ଘରୋଇକରଣ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧ ବଜେଟରେ ଘୋଷଣା କରିଥିଲେ । ସରକାର ଗତ ୪ବର୍ଷ ମଧ୍ୟରେ ୧୪ ଟି ପବ୍ଲିକ ସେକ୍ଟର ବ୍ୟାଙ୍କକୁ ମିଶ୍ରଣ କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking