32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶବ୍ୟାଙ୍କ ମ୍ୟାନେଜରଙ୍କ ମୁଣ୍ଡରେ ଚଢ଼ିଲା ପ୍ରେମ ଭୂତ; ଅଜଣା ପ୍ରେମିକାଙ୍କୁ ପଠାଇଲେ ଟଙ୍କା!

ବ୍ୟାଙ୍କ ମ୍ୟାନେଜରଙ୍କ ମୁଣ୍ଡରେ ଚଢ଼ିଲା ପ୍ରେମ ଭୂତ; ଅଜଣା ପ୍ରେମିକାଙ୍କୁ ପଠାଇଲେ ଟଙ୍କା!

ନୂଆଦିଲ୍ଲୀ : କର୍ଣ୍ଣାଟକରୁ ସାମ୍ନାକୁ ଆସିଛି ଏକ ଅଜବ ମାମଲା। ଏଠାରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଠକେଇ ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୋଗ ମୁତାବକ, ବ୍ୟାଙ୍କ ମ୍ୟାନେଜର ଜଣକ ନିଜ ଅଜଣା ପ୍ରେମିକାଙ୍କୁ ଖୁସି କରିବା ପାଇଁ ଗ୍ରାହକମାନଙ୍କ ଆକାଉଣ୍ଟରୁ ମୋଟା ଅର୍ଥରାଶି ତାଙ୍କ ପାଖକୁ ପଠାଇ ଦେଇଛନ୍ତି। ଏପରି କି, ସେ ନିଜ ଆକାଉଣ୍ଟରୁ ମଧ୍ୟ ପ୍ରେମିକାଙ୍କୁ ୧୨.୫ ଲକ୍ଷ ଟଙ୍କା ଦେଇଛନ୍ତି। ପୋଲିସ ସୂଚନା ମୁତାବକ, ବ୍ୟାଙ୍କରେ ଗ୍ରାହକ ମାନଙ୍କ ଦ୍ୱାରା ଜମା ହୋଇଥିବା ୫.୭ କୋଟି ଟଙ୍କାକୁ ଜଣେ ଯୁବତୀଙ୍କୁ ପଠାଇବା ଅଭିଯୋଗରେ ପୋଲିସ ସମ୍ପୃକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରିଛି। ତେବେ ମ୍ୟାନେଜର ଜଣକ କେବଳ ଏକ ଡେଟିଂ ଆପ୍ ଜରିଆରେ ଉକ୍ତ ଯୁବତୀଙ୍କୁ ଚିହ୍ନିଥିବା କହିଛନ୍ତି। ଗିରଫ ବ୍ୟାଙ୍କ ମ୍ୟାନେଜରଙ୍କ ନାମ ହରି ଶଙ୍କର ବୋଲି ଜଣାପଡ଼ିଛି। ବ୍ୟାଙ୍କର ଜୋନାଲ ମ୍ୟାନେଜରଙ୍କ ଦ୍ୱାରା ଦିଆଯାଇଥିବା ଏତଲାରେ ଅଭିଯୁକ୍ତଙ୍କ ୨ ସହଯୋଗୀ, ସହାୟକ ଶାଖା ପ୍ରବନ୍ଧକ ଓ କ୍ଲର୍କଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଛି। ସେପଟେ ଗିରଫ ପରେ ବ୍ୟାଙ୍କ ମ୍ୟାନେଜର ନିଜ ଦୋଷ ସ୍ୱୀକାର କରିଛନ୍ତି ଏବଂ ପୋଲିସକୁ କହିଛନ୍ତି ଯେ ସେ ନିଜେ ସାଇବର ଅପରାଧର ଶିକାର ହୋଇଛନ୍ତି। ତେବେ ଅଭିଯୁକ୍ତଙ୍କୁ ଠକେଇ ଏବଂ ଆପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ୧୦ ଦିନିଆ ପୋଲିସ ହେପାଜତକୁ ପଠାଯାଇଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କ ମୋବାଇଲ ଫୋନ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking