32.8 C
Bhubaneswar
Tuesday, April 16, 2024
Homeଦେଶ ବିଦେଶଅକ୍ଟୋବରରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ

ଅକ୍ଟୋବରରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ଅକ୍ଟୋବର ମାସରେ ବ୍ୟାଙ୍କ ସହ ଜଡିତ କିଛି ଜରୁରୀ କାମ କରିବାର ଅଛି, ତେବେ ଏହି ଖବର ପଢିବା ଆପଣଙ୍କ ପାଇଁ ନିହାତି ଜରୁରୀ । ଅକ୍ଟୋବରରେ ଅନେକ ପର୍ବପର୍ବାଣୀ ପଡୁଥିବାରୁ ଅନେକ ଦିନ ବ୍ୟାଙ୍କ ବନ୍ଦ ରହିବ । ମୋଟାମୋଟି ଭାବରେ ୨୧ ବ୍ୟାଙ୍କ ଅବକାଶ ରହିଛି । ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କ ଛୁଟି ଭିନ୍ନ ହୋଇପାରେ । ଏହି ୨୧ ଛୁଟିରେ ୧୪ ଛୁଟି ଆରବିଆଇ ଘୋଷଣା କରିଛି ।
ଏହାବ୍ୟତୀତ ୪ଟି ରବିବାର ଓ ୪ର୍ଥ ଶନିବାର ବି ସାମିଲ ରହିଛି । ଅକ୍ଟୋବରରେ ଛୁଟି, ୧,୨, ୩, ୬, ୭, ୯, ୧୦, ୧୨, ୧୩, ୧୪, ୧୫, ୧୬, ୧୭, ୧୮, ୧୯, ୨୦, ୨୨, ୨୩,୨୪ ୨୬ ଓ ୩୧ ତାରିଖରେ ପଡୁଛି ।

୧ ଅକ୍ଟୋବର- ବ୍ୟାଙ୍କ ଖାତାର ଅର୍ଦ୍ଧବାର୍ଷିକ ସମାପନ
୨ ଅକ୍ଟୋବର- ମହାତ୍ମା ଗାନ୍ଧୀ ଜୟନ୍ତୀ
୩ ଅକ୍ଟୋବର- ରବିବାର
୬ ଅକ୍ଟୋବର- ମହାଳୟା ଅମାବାସ୍ୟା
୯ ଅକ୍ଟୋବର- ଦ୍ୱିତୀୟ ଶନିବାର
୧୦ ଅକ୍ଟୋବର- ରବିବାର
୧୨ ଅକ୍ଟୋବର- ଦୁର୍ଗା ପୂଜା(ମହା ସପ୍ତମୀ)
୧୩ ଅକ୍ଟୋବର- ଦୁର୍ଗା ପୂଜା( ମହା ଅଷ୍ଟମୀ)
୧୪ ଅକ୍ଟୋବର- ଦୁର୍ଗାପୂଜା( ଦଶହରା)
୧୫ ଅକ୍ଟୋବର- ଦୁର୍ଗା ପୂଜା (ଦଶହରା)
୧୬ ଅକ୍ଟୋବର- ଦୁର୍ଗା ପୂଜା(ଦଶୈନ)
୧୭ ଅକ୍ଟୋବର- ରବିବାର
୧୮ ଅକ୍ଟୋବର- କଟି ବିହୁ
୧୯ ଅକ୍ଟୋବର- ଇଦ-ଏ-ମିଲାଦ
୨୦ ଅକ୍ଟୋବର- ମହର୍ଷି ବାଲ୍ମିକୀଙ୍କ ଜନ୍ମଦିନ
୨୨ ଅକ୍ଟୋବର- ଇଦ ଏ ମିଲାଦ ଉଲ ନବୀ
୨୩ ଅକ୍ଟୋବର- ୪ର୍ଥ ଶନିବାର
୨୪ ଅକ୍ଟୋବର- ରବିବାର
୨୬ ଅକ୍ଟୋବର- ପରିଗ୍ରହଣ ଦିବସ
୩୧ ଅକ୍ଟୋବର- ରବିବାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking