33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶ୧୩୫ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବାଂଲାଦେଶ

୧୩୫ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବାଂଲାଦେଶ

ଢାକା: ୧୩୫ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବାଂଲାଦେଶ । ମତ୍ସ୍ୟଜୀବୀମାନେ ବାଂଲାଦେଶ ଜଳରାଶିରେ ବେଆଇନ ଭାବେ ପ୍ରବେଶ କରିବା ଅଭିଯୋଗରେ ଭାରତୀୟ ମତ୍ସଜୀବୀଙ୍କୁ ଗିରଫ କରାଯାଇଛି । ଗଭୀର ସମୁଦ୍ରରେ ପାଟ୍ରୋଲିଂ କରୁଥିବାବେଳେ ସୋମବାର ବାଂଲାଦେଶ ପକ୍ଷରୁ ୨ ଥର ଚଢାଉ କରାଯାଇ ୧୩୫ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅଟକ ରଖାଯାଇଥିଲା । ବାଗେରହାଟ ଜିଲ୍ଲା ପୋଲିସ ମିଡିଆ ସେଲ ଅଧିକାରୀ ଏସଏମ ଆଶ୍ରାଫୁଲ ଆଲାମ କହିଛନ୍ତି ଯେ, “ବାଂଲାଦେଶ ପକ୍ଷରୁ ୨ଟି ନୌବାହନୀ ଜାହାଜ ବନାଉଜା ପ୍ରତି ଏବଂ ଅଲି ହାଇଦର ପାଟ୍ରୋଲିଂରେ ନିୟୋଜିତ ରହିଥିଲେ । ପ୍ରଥମ ପର୍ଯ୍ୟାୟର ୬୮ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କ ସହ ୪ଟି ମାଛଧରା ଟ୍ରଲରକୁ ଜବତ କରାଯାଇଛି । ପରେ ଦ୍ୱିତୀୟଥର ଚଢାଉ କରାଯାଇ ୬୭ ଜଣ ମତ୍ସ୍ୟଜୀବୀ ସହ ୪ଟି ଟ୍ରଲରକୁ ଜବତ କରାଯାଇଛି ।

” ତେବେ ଜବତ କରାଯାଇଥିବା ମାଛ ଓ ଅନ୍ୟ ସାମଗ୍ରୀର ମୂଲ୍ୟ ପାଖାପାଖି ୩.୮୦ କୋଟି ଟଙ୍କା ହେବାନେଇ ଆକଳନ କରାଯାଇଛି । ମୋଙ୍ଗଲା ପୋଲିସ ଷ୍ଟେସନର ଅଧିକାରୀ ମହମ୍ମଦ ମୋନିରୁଲ ଇସଲାମ କହିଛନ୍ତି ଯେ, ନୌସେନା ପକ୍ଷରୁ ଅଟକ ମତ୍ସ୍ୟଜୀବୀଙ୍କୁ ସ୍ଥାନୀୟ ପୋଲିସ ଅଧିକାରୀଙ୍କକୁ ହସ୍ତାନ୍ତର କରାଯାଇଛି । ବାଂଲାଦେଶ ସମୁଦ୍ରରେ ବେଆଇନ ମାଛ ଧରିବା ନେଇ ମଧ୍ୟ ମାମଲା ରୁଜୁ କରି ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି । ଏହାସହ ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ମଧ୍ୟ ସ୍ଥାନୀୟ ପୋଲିସ ତରଫରୁ ସୂଚନା ଦିଆଯାଇଛି । ଇଣ୍ଟକ ସର୍ଭିସରର ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ଯେ, ମଙ୍ଗଳବାର ଭାରତୀୟ ମତ୍ସ୍ୟଜୀବୀ ମାନଙ୍କୁ ଗିରଫ କରାଯାଇ ମୋଙ୍ଗଲା ଥାନାରେ ରଖାଯାଇଛି । ଏହାପରେ ମେ ୨୦ରୁ ଜୁଲାଇ ୨୩ ପର୍ଯ୍ୟନ୍ତ ବାଂଲାଦେଶ ସରକାରଙ୍କ ପକ୍ଷରୁ ସମୁଦ୍ରରେ ମାଛ ମାରିବା ଉପରେ ରୋକ ଲଗାଯାଇଛି । ତେବେ ଗିରଫ ହୋଇଥିବା ମତ୍ସଜୀବୀ ମାନଙ୍କୁ କୋର୍ଟ ଫରୱାର୍ଡ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking