34.1 C
Bhubaneswar
Thursday, April 25, 2024
Homeଆଇପିଏଲ୍ -2022୬ ରନରେ ପଞ୍ଜାବକୁ ହରାଇ ପ୍ଲେ ଅଫରେ ଆରସିବି

୬ ରନରେ ପଞ୍ଜାବକୁ ହରାଇ ପ୍ଲେ ଅଫରେ ଆରସିବି

ସାରଜା: ସାରଜାରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର‌୍‌ସିବି) ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ବାଙ୍ଗାଲୋର ଦଳ । ୬ରନରେ ପଞ୍ଜାବକୁ ହରାଇଛି ଆର‌୍‌ସିବି। ଗ୍ଲେନ ମାକ୍ସୱେଲଙ୍କ ବ୍ୟାଟିଂ ଓ ୟୁଜବେନ୍ଦ୍ର ଚହଲଙ୍କ ଚମତ୍କାର ବୋଲିଂ ଯୋଗୁଁ ବିଜୟ ହାସଲ କରିଛି ବାଙ୍ଗାଲୋର ଟିମ । ଏହି ବିଜୟ ସହ ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିଛି ବିରାଟ କୋହଲିଙ୍କ ନେତୃତ୍ବାଧୀନ ବାଙ୍ଗାଲୋର ଦଳ। ପଞ୍ଜାବ ଦଳ ନିର୍ଦ୍ଧରିତ ୨୦ ଓଭରରେ ୬ ଉଇକେଟ୍ ହରାଇ ୧୫୮ ରନ୍ କରି ବିଜୟ ଲକ୍ଷ୍ୟଠାରୁ ୭ରନ୍ ଦୂରରେ ରହିଯାଇଛି।

ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଙ୍ଗାଲୋର । ଆରମ୍ଭରୁ ବିରାଟ କୋହଲି ଓ ଦେବଦତ୍ତ ପାଡିକଲ ଆକ୍ରାମଣାତ୍ମକ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଏହାପରେ ମ୍ୟାକ୍ସୱେଲ ମଧ୍ୟ ଧୂଆଁଧାର ବ୍ୟାଟିଂ କରିଥିଲେ । ହେଲେ ଶେଷ ଓଭରରେ ମହମ୍ମଦ ସାମି ୩ ୱିକେଟ ନେଇ ମ୍ୟାଚର ଗତିକୁ ବଦଳାଇ ଦେଇଥିଲେ । ଏହି ମ୍ୟାଚରେ ମ୍ୟାକ୍ସୱେଲ ୫୭, ପାଡିକଲ ୪୦ ଓ କୋହଲି ୨୫ ରନ କରିଥିଲେ । ଫଳରେ ବାଙ୍ଗାଲୋର ୨୦ ଓଭରରେ ୭ ୱିକେଟ ହରାଇ ୧୬୪ ରନ କରିବାରେ ସକ୍ଷମ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking