29.1 C
Bhubaneswar
Wednesday, April 24, 2024
Homeଓଡିଶାବନ୍ଦିତା ରାଜ୍ୟ ମହିଳା କଂଗ୍ରେସ ମୁଖ୍ୟ

ବନ୍ଦିତା ରାଜ୍ୟ ମହିଳା କଂଗ୍ରେସ ମୁଖ୍ୟ

ଭୁବନେଶ୍ୱର: ବନ୍ଦିତା ପରିଡା ହୋଇଛନ୍ତି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ । ବନ୍ଦିତାଙ୍କୁ ସଭାନେତ୍ରୀ ଭାବରେ ନିଯୁକ୍ତି ଦେଇଛନ୍ତି ସୋନିଆ ଗାନ୍ଧୀ । ବନ୍ଦିତାଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ଦୀର୍ଘ ଦିନ ହେଲା ରାଜ୍ୟ ମହିଳା କଂଗ୍ରେସର ସ୍ଥାୟୀ ସଭାନେତ୍ରୀ ଚୟନ ହୋଇନଥିଲେ । 2019 ନିର୍ବାଚନ ପୂର୍ବରୁ ତତ୍କାଳୀନ ସଭାନେତ୍ରୀ ସୁମିତ୍ରା ଜେନା ହାତ ଛାଡି ଶଙ୍ଖ ଫୁଙ୍କିବା ପରେ ଏହି ପଦ ଫାଙ୍କା ପଡିଥିଲା । ବନ୍ଦିତାଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନିଯୁକ୍ତି ଦେଇଥିଲେ କଂଗ୍ରେସ ହାଇକମାଣ୍ଡ । ନିଯୁକ୍ତିର ସ୍ୱଳ୍ପ ଦିନ ମଧ୍ୟରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି ବନ୍ଦିତା । ବିଭିନ୍ନ ପ୍ରସଙ୍ଗରେ ଶଏ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । 2019 ସାଧାରଣ ନିର୍ବାଚନରେ ଯାଜପୁର କୋରେଇ ଆସନରୁ ନିର୍ବାଚନ ଲଢ଼ିଥିଲେ ବନ୍ଦିତା । ନିର୍ବାଚନରେ ପରାଜିତ ହୋଇଥିଲେ ବି କଡା ଟକ୍କର ଦେଇଥିଲେ । ଏଣୁ ଲଢୁଆ ପ୍ରକୃତିର ନେତ୍ରୀ ବନ୍ଦିତାଙ୍କୁ ରାଜ୍ୟ ସଭାନେତ୍ରୀ ଦାୟିତ୍ୱ ଦେଇ ସଙ୍ଗଠନକୁ ସୁଦୃଢ କରିବାକୁ ଆଶା ରଖିଛି ଦଳ ।

ଗତ 4 ଦିନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଜନ୍ମଦିନ। ଭାରତ ବର୍ଷରେ କୋରୋନା ମହାମାରୀରେ ଦେଶବାସୀ ଜର୍ଜରିତ ହେଉଥିବାରୁ ଜନ୍ମଦିନ ପାଳନ ନ କରି ସମସ୍ତ କଂଗ୍ରସ କର୍ମୀ କୋରୋନା ପୀଡିତ ପରିବାରକୁ ଭେଟି ସମବେଦନା ଜଣାଇ ଖାଦ୍ୟ ସାମଗ୍ରୀ ସହିତ ଅର୍ଥ ରାଶି ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ମହିଳା ସଭାନେତ୍ରୀ ତଥା କୋରେଇ କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ବରେ ବ୍ୟାସନଗର ପୌରପରିଷଦର ମୁଣ୍ଡମାଳ, ସାପଗଡ଼ିଆ ଓ ଭଟିଆ ଗାଁର ତିନୋଟି କୋରୋନା ପୀଡିତ ପରିବାରକୁ ଭେଟିଛନ୍ତି କଂଗ୍ରେସ ନେତା ଓ କର୍ମୀ। ଏହି ପରିବାରକୁ ଭେଟି ଏକ ମାସର ରାସନ ସାମଗ୍ରୀ ବାଣ୍ଟିବା ସହିତ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ରାଶି ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking