29.1 C
Bhubaneswar
Thursday, April 25, 2024
Homeଓଡିଶାସ୍କୁଲ ପାଠ୍ୟକ୍ରମରେ 'ବନ୍ଦେ ଉତ୍କଳ ଜନନୀ'

ସ୍କୁଲ ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର: ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇଛି ବନ୍ଦେ ଉତ୍କଳ ଜନନୀ । ପ୍ରଥମ ଭାଷା ଓଡିଆ ପାଠ୍ୟକ୍ରମରେ ସ୍ଥାନିତ ହୋଇଛି ବନ୍ଦେ ଉତ୍କଳ ଜନନୀ । ପ୍ରଥମ ଭାଷା ଓଡିଆର ଉଭୟ ନବମ ଓ ଦଶମରେ ପଢାଯିବ । ବନ୍ଦେ ଉତ୍କଳ ସାମିଲ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି ବନ୍ଦେ ଉତ୍କଳ ଜନନୀ । ବର୍ତ୍ତମାନ ଏହିକୁ ପାଠ୍ୟକ୍ରମରେ ସ୍ଥାନ ଦିଆଯାଇଛି । ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦିଆଯିବା ପରେ ସ୍କୁଲ ମାନଙ୍କରେ ଏହାକୁ ଗାନ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଥିଲା । ୨୦୨୦ ମସିହାରେ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking