29.4 C
Bhubaneswar
Thursday, April 18, 2024
Homeଓଡିଶାରାସନ ପାଇଁ ୫ କି.ମି ଚାଲୁଛନ୍ତି ବଣ୍ଡା ଅଧିବାସୀ

ରାସନ ପାଇଁ ୫ କି.ମି ଚାଲୁଛନ୍ତି ବଣ୍ଡା ଅଧିବାସୀ

କୋରୁକୋଣ୍ଡା : ବଣ୍ଡାଘାଟି ଅଞ୍ଚଳର ଅଧିବାସୀ ରାସନ ସାମଗ୍ରୀ ନିମନ୍ତେ ପଞ୍ଚାୟତକୁ ଆସୁଛନ୍ତି ୫ କିଲୋମିଟର ପଦଯାତ୍ରା କରି । ଆସିବା ସମୟରେ ଖାଲି ରାସନ କାର୍ଡ ଧରି ଚାଉଳ କିମ୍ବା କିରାସିନ ନେବାକୁ ଆସୁଛନ୍ତି ସତ କିନ୍ତୁ ସେଠାରେ ପରିବହନର ମାଧ୍ୟମ ନଥିବାରୁ ଯିବା ସମୟରେ ବୟସ୍କଙ୍କ ସମେତ ଛୋଟ ଛୋଟ ଛୁଆମାନେ ମଧ୍ୟ ୫୦ କିଲୋ ଚାଉଳ ବସ୍ତା ସହ କିରୋସିନ ବୋହି ନେଉଥିବା ଦେଖିବାକୁ ମିଳୁଛି । ତେବେ ଖଇରିପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟି ବା ମୁଦୁଲିପଡା ପଞ୍ଚାୟତ ର ସାଲାନପଡା, ବାଣ୍ଡିଗୁଡା, ବାଉଁଶପଡା, କୀର୍ଶନୀଗୁଡା ଏହିପରି ଆହୁରି ଅନେକ ଗ୍ରାମ ଏହି ମୁଦୁଲିପଡା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୫ କିଲୋମିଟର ରୁ ଊର୍ଦ୍ଧ୍ୱ ଦୂରରେ ଏହି ଗ୍ରାମଗୁଡିକ ଅବସ୍ଥିତ ରହିଛି । ତେବେ ଏହି ଅଞ୍ଚଳରେ ପରିବହନର ମାଧ୍ୟମ କହିଲେ ଅଟୋ ସେବା କି ଟ୍ୟାକ୍ସି ସେବା ମଧ୍ୟ ନାହିଁ । ଯଦି ବାହାରୁ ଗାଡି ଡାକିବାକୁ ପଡୁଛି ତାହେଲେ ଚାଉଳ ୧ ଟଙ୍କାର ହେଲାବେଳେ ଭଡା ବାବଦକୁ ୧୦ ଟଙ୍କା ପଡୁଛି, ଯେପରି ୬ ଟଙ୍କାର ଘୋଡାକୁ ୯ ଟଙ୍କାର ଦାନା ଦିଆଯାଉଛି କହିଲେ ଅତ୍ୟୁକ୍ତି ହେବନାହିଁ । ତେବେ ଏହି ଗରିବ ବଣ୍ଡା ଶ୍ରେଣୀର ଲୋକ ନିଜ ଚାଷ ବାସ କିମ୍ବା ଅନ୍ୟଠି ମୂଲ ଲାଗିଲେ ତାଙ୍କ ପରିବାର ଚଳେ । ତେଣୁ ବର୍ଷ ତମାମ ଏପରି ନିଜେ କାନ୍ଧରେ ବୋହି ନିଜର ରାସନ ସାମଗ୍ରୀ ଘରକୁ ନେଇ ଯାଉଥିବା କହିଛନ୍ତି । ତେବେ କେବଳ ବଣ୍ଡା ପୁଅମାନେ ନୁହଁ ଝିଅମାନେ ମଧ୍ୟ ଏହିପରି ବର୍ଷ ତମାମ ନିଜ ରାସନ ସାମଗ୍ରୀ ବୋହି ନେଉଥିବା କୀର୍ଶନୀଗୁଡା ଗ୍ରାମର ଲଛମା କିରସାନି, ସୁନିତା କିରସାନି, ବୁଦାଇ କିରସାନି, ଆଡି କିରସାନି, ବୁଦ କିରସାନି, ପ୍ରୀତିକା କିରସାନି ଙ୍କ ସମେତ ଅନ୍ୟ ଗ୍ରାମର ଗ୍ରାମବାସୀ ମଧ୍ୟ କହିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଦି ଏନେଇ କିଛି ପଦକ୍ଷେପ ନିଆଯାଇପାରନ୍ତା ତାହେଲେ ରାସନ ସାମଗ୍ରୀ ନିମନ୍ତେ ବଣ୍ଡା ଅଧିବାସୀ ଙ୍କୁ କଷ୍ଟ କରିବାକୁ ପଡି ନଥାନ୍ତା ବୋଲି ଏହି ବଣ୍ଡା ଅଧିବାସୀ ମାନେ କହିଛନ୍ତି । ତେଣୁ ତୁରନ୍ତ ଏନେଇ କିଛି ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking