28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗସେପ୍ଟେମ୍ବରରେ ବି ଉଡିବନି ବିମାନ

ସେପ୍ଟେମ୍ବରରେ ବି ଉଡିବନି ବିମାନ

ଭୁବନେଶ୍ୱର : ସେପ୍ଟେମ୍ବରରେ ବି ଉଡିବନି ଅନ୍ତର୍ଜାତୀୟ ବିମାନ ।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬ଲକ୍ଷ ଅତିକ୍ରମ କରିଛି ।  ହେଲେ ଅନେକ କଟକଣାରେ କୋହଳ ଆଣିଛନ୍ତି ମୋଦି ସରକାର । ହେଲେ ଏଥିରେ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ମିଳିନାହିଁ । ଅନଲକ-୪ରେ ମେଟ୍ରୋ ଯାତାୟତ ଆରମ୍ଭ ପାଇଁ ଅନୁମତି ଦିଆଯାଇ ସାରିଥିବା ବେଳେ ଏବେ ବି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସେପ୍ଟେମ୍ବରର ୩୦ପର୍ଯ୍ୟନ୍ତ  ଏହାକୁ ଏବେ ବଳବତ୍ତର ରଖିଛନ୍ତି କେନ୍ଦ୍ର ସରକାର । ଏବେ କେବଳ  ଡିଜିସିଏ ଅନୁମତିପ୍ରାପ୍ତ କାର୍ଗୋ ଅପରେଶନ ଓ  ବିମାନ କୁ  ଅନୁମତି ମିଳିଛି ।

କରୋନା ମହାମାରୀ ଓ ଲକ୍‌ଡାଉନ୍‌ ଯୋଗୁ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଅନ୍ତର୍ଜାତୀୟ କାର୍ଗୋ ବିମାନ ଓ ଡିଜିସିଏର ସ୍ବତନ୍ତ୍ର ଅନୁମତିରେ ଚଳାଚଳ କରୁଥିବା ବିମାନ ଉଡ଼ାଣ କ୍ଷେତ୍ରରେ ଏହି ନିୟମ ଲାଗୁହେବ ନାହିଁ ବୋଲି ସ୍ପଷ୍ଟ କରିଥିଲା ଡିଜିସିଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking