କୋରୋନା ଭାଇରସ ସଂପର୍କିତ ଭୁଲ ବିଜ୍ଞାପନ ଉପରେ ରୋକ୍ ଲଗାଇଲା ଫେସବୁକ୍

ନୂଆଦିଲ୍ଲୀ: କୋରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ ଚିନ୍ତାରେ ଥିବା ବେଳେ ଏବେ କୋରୋନା ଭାଇରସକୁ ନେଇ ଦିଆଯାଉଥିବା ଭୁଲ ବିଜ୍ଞାପନ ଉପରେ ଏବେ ପ୍ରତିବନ୍ଧକ ଲଗାଇଛି ଫେସବୁକ୍ । ସଂପୂର୍ଣ୍ଣ ରୂପେ ଭୁଲ ତଥ୍ୟକୁ ନେଇ ଦିଆଯାଉଥିବା ବିଜ୍ଞାପନ ଉପରେ ଏବେ ଫେସବୁକ୍ କଡା ଆଙ୍କୁଶ ଲଗାଇଛି । କେବଳ ଏତିକି ନୁହେଁ, ବରଂ ଫେସବୁକ୍ ପ୍ଲାଟଫର୍ମ ରେ କୋରୋନା ଭାଇରସ ସଂପର୍କିତ ସମସ୍ତ ବିଜ୍ଞାପନକୁ ଏବେ ହଟାଇ ଦିଆଯାଇଛି । ତେବେ ଏହା ପଛରେ ଥିବା କାରଣ ମଧ୍ୟ ଫେସବୁକ୍ କହିଛି । ଯେଉଁ ସବୁ ବିଜ୍ଞାପନ ଦିଆଯାଇଥିଲା ତାହା ଭୁଲ ତଥ୍ୟ ଉପରେ ପର୍ଯ୍ୟବେଶିତ ଥିଲା । ଯେଉଁଥିପାଇଁ ଏହାକୁ ହଟାଇ ଦିଆଯାଇଛି । ତେବେ ଏଠାରେ ସୂଚନାଯୋଗ୍ୟ ଯେ, କୋରୋନା ଭାଇରସରେ ଏବେ ଚିନରେ ପ୍ରାୟ ୨ ହଜାର ଲୋକଙ୍କ ପ୍ରାଣ ଗଲାଣି । ଏହାସହ ଏହି ପ୍ରାଣଘାତୀ ଭାଇରସ ୩୭ ଦେଶକୁ ବ୍ୟାପିଚାଲିଛି ।