28.1 C
Bhubaneswar
Thursday, March 28, 2024
Homeଓଡିଶାରାତି ଅଧରେ ହଷ୍ଟେଲ ଛାଡ଼ିଲେ ୨୮ଛାତ୍ରୀ

ରାତି ଅଧରେ ହଷ୍ଟେଲ ଛାଡ଼ିଲେ ୨୮ଛାତ୍ରୀ

ବାଲିଗୁଡା : ପ୍ରଧାନ ଶିକ୍ଷୟିତ୍ରୀ ଓ ମେଟ୍ରୋନ୍‌ଙ୍କ ଗାଳି ଓ ଦୁର୍ବ୍ୟବହାର ସହିନପାରି ରାତି ଅଧିଆ ୨୮ଜଣ ୧୦ମ ଶ୍ରେଣୀ ଛାତ୍ରୀ ହଷ୍ଟେଲ ଛାଡ଼ିଥିବା ଅଭିଯୋଗ ହୋଇଛି । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ ମା’ ଭୈରବୀ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଜଣାପଡିଛି । ଛାତ୍ରୀମାନଙ୍କ କହିବା ଅନୁସାରେ ପ୍ରଧାନ ଶିକ୍ଷୟିତ୍ରୀ ଓ ମେଟ୍ରୋନ କୌଣସି କାରଣ ନଥାଇ ବିଭିନ୍ନ ସମୟରେ ଗାଳିଗୁଲଜ କରନ୍ତି । ଖାଇବା, ରହିବା ଓ ପାଣିର ଅଭାବ ଦେଖାଗଲେ ଏ ନେଇ ଅଭିଯୋଗ କଲେ ପ୍ରଧାନ ଶିକ୍ଷୟତ୍ରୀ ଗାଳିକରିଥାନ୍ତି । ତେଣୁ ବାଧ୍ୟ ହୋଇ ଗତ ଗୁରୁବାର ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଥିବା କହିଛନ୍ତି । ହଷ୍ଟେଲ ଛାଡିବା ସମୟରେ ମେଟ୍ରୋନ ଦେଖିଥିଲେ ମଧ୍ୟ ସେମାନଙ୍କୁ ଅଟକାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ଛାତ୍ରୀମାନେ ମୁଖ୍ୟଫାଟକ ଦେଇ ହଷ୍ଟେଲରୁ ବାହାରି ୫୯ନଂ ଜାତୀୟ ରାଜପଥରେ ୫କିମି ଦୂର ନିଜନିଜ ଜିନିଷପତ୍ର ମୁଣ୍ଡରେ ବୋହି ଚାଲିଚାଲି ଆଠବାଡି ଗ୍ରାମରେ ପହଞ୍ôଚ ସକାଳ ହେବାରୁ କେତେକ ଛାତ୍ରୀ ଅଟୋ ମାଧ୍ୟମରେ ତ ଆଉ କିଏ ବସ୍ ଯୋଗେ ଯାଇଥିବା କହିଛନ୍ତି କିଛି ଛାତ୍ରୀ ।

ପ୍ରଧାନ ଶିକ୍ଷୟତ୍ରୀ ଓ ମେଟ୍ରୋନ୍ ବଦଳି ନହେବା ଯାଏଁ ହଷ୍ଟେଲକୁ ଫେରିବୁନାହିଁ ବୋଲି ଛାତ୍ରୀମାନେ କହିଛନ୍ତି । ଏହି ଘଟଣାକୁ ନିନ୍ଦାକରିବା ସହିତ ସଂପୃକ୍ତ ପ୍ରଧାନ ଶିକ୍ଷୟତ୍ରୀ ଓ ମେଟ୍ରୋନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଅଭିଭାବକ ଧନେଶ୍ୱର ଗାଉଁଟିଆ ଦାବି କରିଛନ୍ତି । ଏହି ଘଟଣା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା, ତୁମୁଡ଼ିବନ୍ଧ ଗୋଷ୍ଠି ଉନ୍ନୟନ ଅଧିକାରୀ ରିନା ପ୍ରଧାନ, ଉପଖଣ୍ଡ ମଙ୍ଗଳ ଅଧିକାରୀ ଜଗତଜୀବନ ବଗର୍ତି, ବ୍ଲକ ମଙ୍ଗଳ ଅଧିକାରୀ ବୃନ୍ଦାବନ ମହାପାତ୍ର, ତୁମୁଡ଼ିବନ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ଶରାଫ୍ ପୃଥକ ପୃଥକ ଭାବେ ଛାତ୍ରୀମାନଙ୍କ ପରିବାର ପାଖକୁ ଯାଇ ବୁଝାସୁଝା କରି ବର୍ତ୍ତମାନ ସୁଧା ୨୦ଜଣ ଛାତ୍ରୀଙ୍କୁ ଫେରାଇ ଆଣିବାରେ ସକ୍ଷମ ହୋଇଛନ୍ତି । ବଳକା ଛାତ୍ରୀ ମାନଙ୍କୁ ଅତିଶୀଘ୍ର ଫେରାଇଆଣିବା ପାଇଁ ଉଦ୍ୟମ ଜାରି ରହିଥିବା ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking