ଚିତାବାଘ ଛାଲ ଜବତ

ବାଲିଆପାଳ : ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ମଧୁପୁରା କୋଷ୍ଟ କେନାଲ ରୋଡ୍ ରୁ ୩ ଫୁଟ ୪ ଇଞ୍ଚ ଲମ୍ବର ଏକ ଚିତାବାଘ ଛାଲ ଜବତ କରିଛି ଲଙ୍ଗଳେଶ୍ବର ବନ ବିଭାଗ । ବାଲେଶ୍ବର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଲଙ୍ଗଳେଶ୍ବର ବନବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲୁଥିବା ସମୟରେ ମଧୁପୁରା କୋଷ୍ଟ କେନାଲ ରୋଡରେ ଜନୈକ ବାଘଛାଲ ବେପାରୀ ୟୁନିଫର୍ମରେ ଥିବା ବନବିଭାଗ କର୍ମଚାରୀଙ୍କୁ ଦେଖି ବ୍ଯାଗଟିକୁ ଫୋପାଡି ଦେଇ କୋଷ୍ଟ କେନାଲ ନାଳ ଡେଇଁ ଚମ୍ପଟ ମାରିଥିଲା। ଅଭିଯୁକ୍ତକୁ ଧରିବା ପାଇଁ ବନବିଭାଗର କର୍ମଚାରୀ ଚେଷ୍ଟା କରିଥିଲେ ମଧ୍ଯ ଅଭିଯୁକ୍ତ ଖସି ଯିବାକୁ ସକ୍ଷମ ହୋଇଥିଲା। ବାଘଛାଲ ଭର୍ତ୍ତି ବ୍ଯାଗଟିକୁ ଜବତ କରି ଲଙ୍ଗଳେଶ୍ବର ଫରେଷ୍ଟ ଅଫିସକୁ ଆଣି ଅଧିକ ତଦନ୍ତ କରୁଛି ବନବିଭାଗ, ଜବତ ବାଘଛାଲ ଚାନ୍ଦିପୁର ଫରେଷ୍ଟ ରେଞ୍ଜ ଅଫିସକୁ ପଠାଯିବ ବୋଲି ଲଙ୍ଗଳେଶ୍ବର ବନପାଳ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here