34.1 C
Bhubaneswar
Friday, March 29, 2024
Homeଅପରାଧନାବାଳିକା ଭଉଣୀକୁ ବଳିଦେଲା ଭାଇ !

ନାବାଳିକା ଭଉଣୀକୁ ବଳିଦେଲା ଭାଇ !

ବଲାଙ୍ଗିର : ଭଉଣୀକୁ ବଳି ଦେଇଛି ତାର ଭାଇ !  ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ସାଲେବରଟ ଗାଁର | ନାବାଳିକା ଜନନୀ ରଣା ନିଖୋଜ ହୋଇଯିବାରୁ ଘଟଣା ପଦାକୁ ଆସିଛି | ପୁଲିସ କହିଛି  ଜନନୀଙ୍କୁ ତାଙ୍କ ବଡ଼ ଭାଇ ଶୋଭାବନ ହତ୍ୟା କରିଛି। ପୁଲିସ୍ ନିକଟରେ ନିଜ ଦୋଷ ସ୍ୱୀକାର କରିଥିବା ସୂଚନା ମିଳିଛି। ଗାଁ ଲୋକେ ଜନନୀକୁ ତାଙ୍କ ଭାଇ ଶୋଭାବନ ବଳି ଦେଇଥିବା ସନ୍ଦେହ କରି ତାକୁ ଗିରଫ କରିବାକୁ ଦାବି କରିଥିଲେ। ଏପରିକି ଗାଁର ଶତାଧିକ ମହିଳା ଓ ପୁରୁଷ  ଡିସେମ୍ୱର ୨୯ ତାରିଖରେ ସିନ୍ଧେକେଲା ଥାନା ଘେରାଉ କରିଥିଲେ। ପରେ ପୁଲିସ ଶୋଭାବନକୁ ଅଟକ ରଖି ପଚରାଉଚରା ଜାରି ରଖିଥିଲା।
ଜନନୀକୁ ହତ୍ୟା କରିଥିବା ନେଇ ଶୋଭାବନ ମାନିଲା ପରେ  ଆଜି ସାଇଣ୍ଟିଫିକ୍‌ ଟିମ୍‌ ସହିତ ପୁଲିସ୍ ମୃତଦେହ ଉଦ୍ଧାର କରିବାକୁ ବରକାନୀ ଗାଁର ଗୁଜିଚକା ଜଙ୍ଗଲକୁ ଯାଇଥିଲା। ତେବେ ଘଟଣା ସମ୍ପର୍କରେ ଆସନ୍ତାକାଲି ପୁଲିସ୍‌ ସାମ୍ୱାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେବ।
ଗତ ୨୦୧୮ ଅକ୍ଟୋବର ୧୩ ତାରିଖରେ ଶୋଭାବନ ନିଜର ମାମୁ ପୁଅ ଭାଇ ମିଥୁନକୁ ବଳି ଦେଇ ଗିରଫ ହୋଇ ଜେଲ୍‌ ଯାଇଥିଲା। ପରେ ସେ ଜିଲାରୁ ଜାମିନରେ ଆସିଥିଲା |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking