40.1 C
Bhubaneswar
Thursday, April 25, 2024
Homeଓଡିଶାରୋଗି ମୃତ୍ୟୁକୁ ନେଇ ରାସ୍ତାରୋକ

ରୋଗି ମୃତ୍ୟୁକୁ ନେଇ ରାସ୍ତାରୋକ

 ଜଳେଶ୍ବର : ଡାକ୍ତରଙ୍କ ଅବହେଳାରୁ ରୋଗି ମୃତ୍ୟୁକୁ ନେଇ ତୁମୁଳକାଣ୍ଡ । ସୂଚନା ମୁତାବକ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ପ୍ରତାପପୁର ଗାଁ ର ଯଦୁନାଥ ବେହେରାଙ୍କ ପୁଅ କୁମୁଦରଞ୍ଜନ ବେହେରା ବିଷପିଇ ଦେଇଥିବାରୁ ତାଙ୍କୁ ପ୍ରତାପପୁରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଆସି ଥିଲେ । କିନ୍ତୁ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ନ କରି ବାଲେଶ୍ବର ମିଡିକାଲକୁ ସ୍ଥାନାନ୍ତରିତ କରିଦେଇଥିଲେ । ବାଲେଶ୍ବର ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ଯ ଘଟିଥିଲା। ଏନେଇ ଆଜି ପରିବାର ଲୋକ ଏବଂ ସ୍ତାନିୟ ବାସିନ୍ଦାମାନେ ପ୍ରଥମିକ ଚିକିତ୍ସା ଅବହେଳାରୁ ମୃତ୍ଯ ହୋଇଥିବା ଦାବିକରି ପ୍ରତାପପୁରୁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଗେଟରେ ତାଲା ପକାଇବା ସହିତ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଥିବାର ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking