28.1 C
Bhubaneswar
Wednesday, April 24, 2024
Homeଓଡିଶାକଣ୍ଟେନମେଣ୍ଟ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

କଣ୍ଟେନମେଣ୍ଟ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

ଖଇରା : କରୋନା ଭାଇରସକୁ ନିୟନ୍ତ୍ରଣ ପାଇଁ ସରକାର ଲକଡାଉନ ଘୋଷଣା କରିବା ସହିତ ସାମାଜିକ ଦୂରତାକୁ ବଜାୟ ରଖି ସମସ୍ଥ ଜନସାଧାରଣଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି। ସେହିଭଳି ଯେଉଁ ଅଞ୍ଚଳରୁ କରୋନା ପଜିଟିଭ୍ ବାହାରୁଛନ୍ତି ତାହାର ଆଖପାଖ ଅଞ୍ଚଳକୁ ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଉଛି। ହେଲେ ସରକାରଙ୍କ କଟକଣାକୁ ମାନୁନାହାଁନ୍ତି ଜନସାଧାରଣ। ସରକାରଙ୍କର ନିୟମକୁ ଅମାନ୍ୟ କରି କଣ୍ଟେନମେଣ୍ଟ ଅଞ୍ଚଳରେ ୨୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଗଣ୍ଡଗୋଳ ଲାଗୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ମହିଂସାମୁଣ୍ଡା ଗ୍ରାମରେ।
ସୂଚନା ଅନୁଯାୟୀ, ଗତ ୬ତାରିଖରେ ଉକ୍ତ ପଞ୍ଚାୟତର ବାରିଙ୍ଗିଆ ଗ୍ରାମରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ବାରିଙ୍ଗିଆ ସମେତ ମହିଁସାମୁଣ୍ଡା, ଚକାପଦା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯିବା ସହ ୮ଟି ରାସ୍ତାକୁ ବାଡ଼ ବୁଜି ପ୍ରଶାସନ ସିଲ କରିଥିଲା। ହେଲେ ଗତକାଲି ଏହି ବାଡ ବସାଇବାକୁ କେନ୍ଦ୍ରକରି ମହିଁସାମୁଣ୍ଡା ଗ୍ରାମରେ ୩ପରିବାରଙ୍କ ମଧ୍ୟରେ ଜୋରଦାର ଗଣ୍ଡଗୋଳ ସୃଷ୍ଟିହୋଇଥିଲା । ଏହି ମାରପିଟ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହି ଘଟଣା ଏବେ ଅଞ୍ଚଳରେ ବେସ ଚର୍ଚ୍ଚାର ପରିସରକୁ ଆସିଛି ଏବଂ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟିହୋଇଛି। ହେଲେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ପରେ ଉକ୍ତ ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଲୋକ ଏକାଠି ହୋଇ ମାରପିଟ ଲାଗିବା ଘଟଣା ସ୍ଥାନୀୟ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟିକରିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking