38.1 C
Bhubaneswar
Tuesday, April 23, 2024
Homeଓଡିଶାକରୋନାରେ ଚାଲିଗଲେ ବାପା : ଅସହାୟ ଅବସ୍ଥାରେ ଦୁଇ ଶିଶୁ

କରୋନାରେ ଚାଲିଗଲେ ବାପା : ଅସହାୟ ଅବସ୍ଥାରେ ଦୁଇ ଶିଶୁ

ବାଲେଶ୍ୱର : ସୋର ବ୍ଲକ ଜଡ଼ିଦା ପଞ୍ଚାୟତ ନରସିଂହନଗର ଗ୍ରାମର ଉପେନ୍ଦ୍ର ବିଶ୍ୱାଳ(୪୨)ଙ୍କର ଗତ ଜୁଲାଇ ମାସରେ କରୋନାରେ ଦେହାନ୍ତ ହୋଇଥିଲା । ଏବେ ତାଙ୍କର ଦୁଇ ବାଳୁତ ପୁଅଙ୍କୁ ନେଇ ଉପେନ୍ଦ୍ରଙ୍କ ବିଧବା ପତ୍ନୀ ଅସହାୟ ହୋଇପଡ଼ିଛନ୍ତି । ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁପରେ ଭୋକ ଉପାସରେ ଦିନ କାଟୁଛନ୍ତି । ଏହି ଗ୍ରାମର ସାଧୁଚରଣ ବିଶ୍ୱାଳଙ୍କ ପୁତ୍ର ଉପେନ୍ଦ୍ର ମୁମ୍ବାଇରେ ଏକ ହୋଟେଲରେ କାମକରି ପରିବାର ପୋଷଣ କରୁଥିଲେ । କରୋନା ପାଇଁ ଲକ୍‌ଡାଉନ୍ କାରଣରୁ ଗତବର୍ଷ ଘରକୁ ଫେରିଆସି ମୂଲଲାଗି ଯେନତେନ ପ୍ରକାରରେ ଚଳିଯାଉଥିଲେ । ଗତ ଜୁନ୍ ୨୭ତାରିଖରେ ଉପେନ୍ଦ୍ର କରୋନା ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ଭୁବନେଶ୍ୱର ସମ୍ ହସ୍‌ପିଟାଲ୍‌ରେ ଚିକିତ୍ସା କରାଯାଉଥିଲା । ଗତ ଜୁଲାଇ ୨୭ତାରିଖରେ ତାଙ୍କର ମୃତ୍ୟୁ ଘଟିବା ପରେ ଦୁଇପୁଅଙ୍କ ମଧ୍ୟରୁ ଚତୁର୍ଥରେ ପଢ଼ୁଥିବା ଗଣେଶ(୧୦) ଓ ୫ମାସର ଚିରଞ୍ଜିତଙ୍କୁ ନେଇ ପତ୍ନୀ ସଞ୍ଜୁଲତା ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି । ତାଙ୍କୁ ସରକାରୀ ଭାବେ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଗୃହ ଅଧାହୋଇ ପଡ଼ିଥିବାବେଳେ ଘର ସମ୍ପୂର୍ଣ୍ଣ କରିବାର କ୍ଷମତା ତାଙ୍କର ନାହିଁ । ସରକାରୀ ଭାବେ ତାଙ୍କୁ ସହାୟତା ଯୋଗାଇଦେବାକୁ ସଞ୍ଜୁଲତା ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking