33.1 C
Bhubaneswar
Wednesday, April 24, 2024
Homeଓଡିଶାରାସ୍ତା ଖରାପ ଯୋଗୁ ଗାଁ'କୁ ଯାଇପାରିଲାନି ଆମ୍ବୁଲାନ୍ସ,, ଖଟିଆରେ ବୁହାହେଲେ ରୋଗୀ

ରାସ୍ତା ଖରାପ ଯୋଗୁ ଗାଁ’କୁ ଯାଇପାରିଲାନି ଆମ୍ବୁଲାନ୍ସ,, ଖଟିଆରେ ବୁହାହେଲେ ରୋଗୀ

ବାଲେଶ୍ୱର: ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହୋଇ ଆମ୍ବୁଲାନ୍ସ ନିକଟକୁ ଗଲେ ରୋଗୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାରଡାଙ୍ଗ ପଞ୍ଚାୟତ ମିର୍ଜାପୁର ବାରାକୋଟି ଗାଁରେ । ଏହି ଗାଁର ୬୨ବର୍ଷୀୟ ବୃଦ୍ଧ ଦାକ୍ଷିଣୀ ମାଝୀ ଗତକାଲି ଗାଁ ରାସ୍ତାରେ ଯିବା ସମୟରେ ଗୋଡ଼ ଖସିଯିବାରୁ ପଡିଯାଇ ମୁଣ୍ଡ ଫାଟିଯାଇଥିଲା। ପରେ ସେ ଘରୋଇ ଉପଚାର କରିଥିଲେ । ହେଲେ ଆଜି ତାଙ୍କର ଅବସ୍ଥା ଶୋଚନୀୟ ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ହେଲେ ସାରଡାଙ୍ଗ ଗାଁରୁ ବାରାକୋଟି ଗାଁକୁ ଯାଇଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇଥିବାରୁ ବାରାକୋଟି ଗାଁକୁ ଆମ୍ବୁଲାନ୍ସ ଯାଇପାରି ନଥିଲା । ଫଳରେ ସାରଡାଙ୍ଗ ଦେଉଳିସାହିଠାରେ ଆମ୍ବୁଲାନ୍ସ ଅଟକି ରହିଥିଲା । ପରେ ଗ୍ରାମବାସୀମାନେ ଦାକ୍ଷିଣୀ ମାଝୀଙ୍କୁ ୧କିଲୋମିଟର ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ପରେ ଗୁରୁତର ବୃଦ୍ଧଙ୍କୁ ଭଦ୍ରକ ମେଡିକାଲକୁ ନିଆଯାଇଥିବା ସୂଚନା ମିଳିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking