30.1 C
Bhubaneswar
Wednesday, April 24, 2024
Homeଅପରାଧନାବାଳିକାଙ୍କୁ ମରଣାନ୍ତକ ଆକ୍ରମଣ 

ନାବାଳିକାଙ୍କୁ ମରଣାନ୍ତକ ଆକ୍ରମଣ 

ବାଲେଶ୍ୱର :ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ତୁଟ ଗ୍ରାମର ଜଣେ ନାବାଳିକା ଟିଉସନ ଯିବା ସମୟରେ ଭୁଜାଲିରେ ମରଣାତ୍ମକ ଆକ୍ରମଣ କଲା ଦୁର୍ବୁତ୍ତ। ଆଜି ସକାଳେ ତୁଟ ଗ୍ରାମର ନିତ୍ୟାନନ୍ଦ ଜେନାଙ୍କ ଝିଅ ସମ୍ପେଇ ଗ୍ରାମକୁ ଟିଉସନ ହେବାକୁ ଯିବା ସମୟରେ ସେହି ଗ୍ରାମର ରବୀନ୍ଦ୍ର ଦାସଙ୍କ ପୁଅ ପପୁ ଦାସ ରାସ୍ତାରେ ନାବାଳିକାଙ୍କୁ ଅଟକାଇ ଅତର୍କିତଭାବେ ଭୁଜାଳିରେ ମରଣାନ୍ତକ ଆକ୍ରମଣ କରିଥିଲା ।ନାବାଳିକାର ମୁଣ୍ଡ ଏବଂ ବେକରେ ଗଭୀର ଆଘାତ ହୋଇଥିବାରୁ ସେ ଗୁରୁତର ଗୋଇ ରାସ୍ତାରେ ପଡ଼ିଥିଲେ।ଖବର ପାଇ ପରିବାର ଲୋକେ ଗୁରୁତର ନାବାଳିକାଙ୍କୁ ସଙ୍ଗେସଙ୍ଗେ ଖଇରା ମେଡିକାଲକୁ ଆଣିଥିଲେ।ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏନେଇ ନାବାଳିକାଙ୍କ ବାପା ସେହି ଗ୍ରାମର ପପୁ ଦାସ ଝିଅକୁ ଆକ୍ରମଣ କରିଥିବା ନେଇ ଖଇରା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାଇ ଉକ୍ତ ଯୁବକଙ୍କୁ ପୋଲିସ ଗିରଫ କରି ତଦନ୍ତ ଚଳାଇଛି। ତଦନ୍ତ ପରେ ଆକ୍ରମଣର କାରଣ ସ୍ପଷ୍ଟ ହେବବୋଲି ପୋଲିସ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking