30.1 C
Bhubaneswar
Wednesday, April 24, 2024
Homeଓଡିଶାପ୍ରଜାମେଳି ପାଖରେ ହାର ମାନିଲା ପ୍ରଶାସନ

ପ୍ରଜାମେଳି ପାଖରେ ହାର ମାନିଲା ପ୍ରଶାସନ

ବାଲେଶ୍ୱର :  କେନ୍ଦ୍ର ସରକାର ଯେବେଠୁଁ କୁଲଡିହା ଅଭୟାରଣ୍ୟକୁ ଇକୋ ସେନସିଟିଭ ଜୋନ ଭାବେ ଘୋଷଣା କଲେ ସେବେଠୁଁ ନୀଳଗିରି ବାସୀଙ୍କ ମନରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଥିଲା । ଏପରିକି ଇକୋ ସେନସିଟିଭି ଜୋନ ଭିତରେ ନୀଳଗିରି ଏନଏସି ସମେତ ଓଡ଼ିଶାର ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୀଳଗିରି ଜଗନ୍ନାଥ ମନ୍ଦିର ମଧ୍ୟ ଇକୋ ସେନସିଟିଭ ଜୋନରେ ରିହଥିଲା । ଏହାକୁ ନେଇ ନୀଳଗିରିର ବୁଦ୍ଧିଜୀବୀମାନେ ଆଇନର ଆଶ୍ରୟ ନେବା ପରେ ନୀଳଗିରି ଜଗନ୍ନାଥ ମନ୍ଦିରକୁ ଇକୋ ସେନସିଟିଭ ଜୋନ୍‌ରୁ ବାଦ ଦିଆଯାଇଥିଲା । ବର୍ଷ ବର୍ଷ ଧରି ଫାଇଲ ତଳେ ଚାପି ହୋଇ ରହିଥିବା ନୀତିନିୟମକୁ ଖଲାସ କରିବା ପାଇଁ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରଥମେ ଇକୋ ସେନସିଟିଭି ଜୋନରେ ଥିବା ୧୪ଗୋଟି ବେଆଇନ ଚିମିନି ଇଟାଭାଟିକୁ ଭାଙ୍ଗିବା ପାଇଁ ନୀଳଗିରି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଗତମାସ ୨୨ ତାରିଖରେ ମାମା ଇଟାଭାଟି, ଜଗା, ନାମ, ପି.ଜି.ଆଇ., ପୂଜା, ନାଗ, ସାଇ, ଏସ.ଏସ.ଏସ., ଲକ୍ଷ୍ମୀ, ମା, କେ.ଡି., କୁନା ଇଟାଭାଟି ସମେତ ଦାଶରଥିପୁର ରେ ଥିବା ଶରତ ପୋଇର ଇଟାଭାଟି ଓ ମୁକୁନ୍ଦପୁରରେ ଥିବା ସୁରେନ୍ଦ୍ର ବାରିକଙ୍କର ୨ଟା ଇଟାଭାଟି ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଥିଲା । ୧୪ଟି ଚିମିନି ଇଟା ଭାଟି ଭାଙ୍ଗିବା ପାଇଁ ନୀଳଗିରିର ପ୍ରଶାସନ ଅଧିକାରୀ ମାନେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିସାରିଥିବା ବେଳେ ପୁଲିିସ ଫୋର୍ସ ନ ମିଳିବାରୁ ଭାଙ୍ଗିବା କାର୍ଯ୍ୟକୁ ସ୍ଥଗିତ ରଖିଥିଲେ । ଗୁରୁବାର ୧୪ଗୋଟି ବେଆଇନ ଚିମିନି ଇଟାଭାଟି ଗୁଡ଼ିକୁ ଭାଙ୍ଗିବା  ପାଇଁ ନୀଳଗିରି ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ, ଅତିରିକ୍ତ ତହସିଲଦାର ନୀରଞ୍ଜନ ଧଳ, ନୀଳଗିରି ବନବିଭାଗ, କୁଲଡିହା ବନ ବିଭାଗ, ନୀଳଗିରି ପୋଲିସ, ୨ ପ୍ଲାଟୁନ ଫୋର୍ସ ପ୍ରସ୍ତୁତ ରହିଥିଲେ । ଏପଟେ ଇଟାଭାଟି ଭଙ୍ଗାକୁ ବିରୋଧ କରି ମିରିଗିଣି ଛକ ଠାରେ ଏକ ବିରାଟ ପ୍ରଜାମେଳି କରିଥିଲେ ।

ପାଖାପାଖି ୩ହଜାରରୁ ଅଧିକ ମହିଳା, ପୁରୁଷ, ଯୁବକ, ଶ୍ରମିକମାନେ ନୀଳଗିରି-ପଞ୍ଚଲିଙ୍ଗେଶ୍ୱର ରାସ୍ତାର ମିରିଗିଣି ଛକ ଠାରେ ଏକତ୍ରିତ ହୋଇଥିଲେ । ବାଲେଶ୍ୱର ଜିଲ୍ଲାପାଳ ଓ ଡି.ଏଫ.ଓ. ନୀଳଗିରି ବାସୀଙ୍କ ପେଟରେ ନାତ ମାରୁଛନ୍ତି । ପ୍ରତିଇଟାଭାଟିରେ ଶ୍ର ଶହ ଶ୍ରମିକ, ଗାଡ଼ିମାଲିକ, ନିଜର ପରିବାର ଭରଣପୋଷଣ କରିଆସୁଥିବା ବେଳେ ଜିଲ୍ଲା ପ୍ରଶାସନର ଏତାଦୃଶ କାର୍ଯ୍ୟକୁ ବିରୋଧ କରି, ନୀଳଗିରି ବିଧାୟକ, ବିଜେଡି ନେତା ଶିଶିର କୁମାର ରାଉତ, ବିଜେପିର ଜିଲ୍ଲା ଉପସଭାପତି ଗଙ୍ଗାଧର ମିଶ୍ର, ବିଜେଡିର ଶୁଭେନ୍ଦୁ ଶେଖର ଜେନା, ସି.ପି.ଆଇ.(ଏମ) ର ଯୋଗାନନ୍ଦ ଦାଶ ପ୍ରଶାସନକୁ ଗୋଟିଏ ଇଟା ଭାଙ୍ଗିବାକୁ ଦେବୁ ନାହିଁ ବୋଲି ଚେତାବନି ଦେଇଥିଲେ ।

ଜିଲ୍ଲା ପ୍ରଶାସନକୁ କେବଳ ଇଟାଭାଟି ଦେଖାଯାଉଛି, ଇକୋ ସେନସିଟିଭ ଜୋନ ଭିତରେ କ୍ରସର ୟୁନିଟ, ହୋଟେଲ, ସରକାରୀ ପାନ୍ଥ ନିବାସ, କରତକଳ, ପଥର ଖାଦାନ, ପେଟ୍ରୋଲ ପମ୍ପ, ବିଦ୍ୟୁତ୍‌କରଣ ଗୁଡ଼ିକ କ’ଣ ଜିଲ୍ଲାପ୍ରଶାସନର ନଜର ପଡ଼ୁନାର୍ହି ବୋଲି ଆନ୍ଦୋଳନକାରୀମାନେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking