39.4 C
Bhubaneswar
Thursday, April 18, 2024
Homeଓଡିଶାପ୍ରଥମ ସ୍ତ୍ରୀକୁ ଛାଡ଼ି ସ୍ୱାମୀର ଦ୍ୱିତୀୟ ବିବାହ ଉଦ୍ୟମ ଫସର ଫାଟିଲା

ପ୍ରଥମ ସ୍ତ୍ରୀକୁ ଛାଡ଼ି ସ୍ୱାମୀର ଦ୍ୱିତୀୟ ବିବାହ ଉଦ୍ୟମ ଫସର ଫାଟିଲା

ବାଲେଶ୍ୱର: ମଧ୍ୟପ୍ରଦେଶରେ ସ୍ତ୍ରୀକୁ ଛାଡ଼ି ଓଡ଼ିଶାରେ ସ୍ୱାମୀର ଦ୍ୱିତୀୟ ବିବାହ ଯୋଜନା ପ୍ରଥମ ସ୍ତ୍ରୀ ବିଗାଡ଼ି ଦେଲା ପରେ ଫସର ଫାଟିଯାଇଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନୀଳଗିରି ଥାନା ଅଧୀନସ୍ଥ ଜୁରିଆପାଟଣା ଗ୍ରାମରେ । ଅଭିଯୋଗ ଅନୁସାରେ ବଡ଼ୁଆ ଗାଁର ସୁଶାନ୍ତ ମଲ୍ଲିକ ଜୁରିଆପାଟଣାର ଜଣେ ଯୁବତୀକୁ ବିବାହ କରିବା ପାଇଁ ଆୟୋଜନ କରିଥିଲେ । ବିବାହକୁ ଆଉ ଦିନ କେଇଟା ବାକି ଥିଲାବେଳେ ହଠାତ୍ ଘଟଣାରେ ଟ୍ୱିଷ୍ଟ ଆଣିଥିଲେ ସୁଶାନ୍ତଙ୍କର ପ୍ରଥମ ସ୍ତ୍ରୀ ମଞ୍ଜୁଲତା ମଲ୍ଲିକ । ଫଳରେ ଘଟଣାସ୍ଥଳରେ ନିଜର ସ୍ତ୍ରୀକୁ ଦେଖିବାକ୍ଷଣି ବାଟବଣା ହୋଇଯାଇଥିଲା ସୁଶାନ୍ତ । ମଞ୍ଜୁଲତାକୁ ଠେଲିଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ସୁଶାନ୍ତ । ପରେ ମଞ୍ଜୁଲତାଙ୍କ ସଂପର୍କୀୟମାନେ ବିବାହ କରିବାକୁ ଥିବା ଯୁବତୀଙ୍କ ବାପାଙ୍କୁ ଟଣାଓଟରା କରିଥିଲେ ।

ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସୂଚନାଯୋଗ୍ୟ, ୨୦୧୨ ମସିହାରେ ମଞ୍ଜୁଲତାଙ୍କୁ ସୁଶାନ୍ତ ବିବାହ କରିଥିଲେ । ତାଙ୍କର ୨ଟି ପିଲା ଥିବାବେଳେ ମଧ୍ୟପ୍ରଦେଶରେ ଗୋଟେ କମ୍ପାନୀରେ କାମ କରିବାକୁ ଯାଇଥିଲେ । ସେଠାରେ ସ୍ତ୍ରୀକୁ ଛାଡ଼ି ଅନ୍ୟତ୍ର ବିବାହ କରିବାକୁ ସୁଶାନ୍ତ ଯୋଜନା କରିଥିଲେ । ସେ ଏହିଭଳି ଅନେକ ଝିଅଙ୍କ  ସହ ସମ୍ପର୍କ ରଖି ବିବାହ ପ୍ରତିଶ୍ରୁତି ଦେଉଥିବା ପ୍ରଥମ ସ୍ତ୍ରୀ ମଞ୍ଜୁଲତା ଅଭିଯୋଗ ଆଣିଥିଲେ। ତେବେ ସୁଶାନ୍ତ ଚମ୍ପଟ ମାରି ଫେରାର ହୋଇଥିବା ଯୋଗୁଁ ଗାଁ ଲୋକେ ସୁଶାନ୍ତର ଭଉଣୀକୁ ଖୁଣ୍ଟରେ ବାନ୍ଧି ଅଟକ ରଖିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking