26.1 C
Bhubaneswar
Friday, March 29, 2024
Homeଓଡିଶାସଂଗରୋଧ କେନ୍ଦ୍ରରେ ରହିବାକୁ ମନାକଲେ ଦମ୍ପତ୍ତି

ସଂଗରୋଧ କେନ୍ଦ୍ରରେ ରହିବାକୁ ମନାକଲେ ଦମ୍ପତ୍ତି

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବଡ଼ନୂଆଗାଁ’ ପଞ୍ଚାୟତ ଅଧୀନ ପିହାଣଗଡ଼ିଆ ଗ୍ରାମରେ ସୁରଟରୁ ଫେରିଥିବା ଏକ ଦମ୍ପତି ସଂଗରୋଧ କେନ୍ଦ୍ରରେ ରହିବାକୁ ମନାକରିବାରୁ ରାସ୍ତାରେ ବସି ପ୍ରତିବାଦକଲେ ଗ୍ରାମବାସୀ ।
ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ପିହାଣଗଡ଼ିଆ ଗ୍ରାମର ସୁଶାନ୍ତ କୁମାର ନାୟକ ଏବଂ ତାଙ୍କର ପତ୍ନୀ ସୁରଟରୁ ଟ୍ରେନ ସାହାଯ୍ୟରେ ଆସି ଗ୍ରାମରେ ପହଞ୍ଚିଥିଲେ। ସ୍ଥାନୀୟ ସରପଞ୍ଚ ସୁବାସିନୀ ଦାସ ଦମ୍ପତ୍ତିଙ୍କୁ ସଂଗରୋଧ କେନ୍ଦ୍ରରେ ରହିବାକୁ କହିଥିଲେ। ହେଲେ ଦମ୍ପତ୍ତି ଦୁଇଜଣ ସରପଞ୍ଚ ନିର୍ଦ୍ଦେଶକୁ ବେଖାତିର କରି ସିଧାସଳଖ ଘରକୁ ପଳେଇଯାଇ ପରିବାର ଲୋକ ଏବଂ ଅନ୍ୟ ଗ୍ରାମବାସୀଙ୍କ ସହ ମିଳାମିଶା କରିବାକୁ ଉଦ୍ୟମ କରିବାରୁ ଆଶା ଏବଂ ଅଙ୍ଗନୱାଡି କର୍ମୀ ଏହାକୁ ବାରଣ କରିଥିଲେ ହେଁ ସେମାନଙ୍କୁ ଉକ୍ତ ଦମ୍ପତି ଗାଳିଗୁଲଜ କରିଥିଲେ।
ଏହାକୁ ବିରୋଧ କରି ଗ୍ରାମର ନ୍ୟାୟବ ସରପଞ୍ଚ ଛବିରାଣୀ ପରିଡା, ଉମାକାନ୍ତ ପରିଡା, ମନୋରଞ୍ଜନ ପରିଡା, ରମାକାନ୍ତ ପରିଡା, ଗୋବିନ୍ଦ ଚରଣ ସେଠୀ, ଅଜୟ ସେଠୀ, ରମେଶ ପାଢ଼ୀ ଏବଂ ରମାକାନ୍ତ ଦାସ ପ୍ରମୁଖ ଗ୍ରାମବାସୀ ରାସ୍ତା ଉପରେ ବସି ଏହାର ପ୍ରତିବାଦ କରିଛନ୍ତି। ଏ ନେଇ ସରପଞ୍ଚଙ୍କୁ ପଚାରିବାରୁ ସେ ଏ ବାବଦରେ ସିମୁଳିଆ ଥାନାକୁ ଖବରଦେଇଥିବା କହିଥିଲା ବେଳେ ଏ ବିଷୟରେ ସିମୁଳିଆ ଆଇ ଆଇ ସି ପର୍ଶୁରାମ ସାହୁଙ୍କୁ ଯୋଗାଯୋଗ କରିବାରେ ଏ ନେଇ ତାଙ୍କ ପାଖରେ କୌଣସି ଅଭିଯୋଗ ନଥିବା ପ୍ରକାଶ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking