26.1 C
Bhubaneswar
Friday, March 29, 2024
Homeଓଡିଶାପ୍ରେମର ହେଲା ବିଜୟ, ଧର୍ମ ପରିବର୍ତ୍ତନ କରି ବିବାହ କଲେ ପ୍ରେମିକା

ପ୍ରେମର ହେଲା ବିଜୟ, ଧର୍ମ ପରିବର୍ତ୍ତନ କରି ବିବାହ କଲେ ପ୍ରେମିକା

ବାଲେଶ୍ୱର : ଶେଷରେ ପ୍ରେମର ବିଜୟ ଘଟିଛି । ପ୍ରଥମେ ପ୍ରେମିକଙ୍କ ନାଁରେ ଥାନାରେ ଅଭିଯୋଗ କରି ଜେଲ ପଠାଇଲେ ଏବଂ ଦୀର୍ଘ ୫ମାସ ପରେ ପୁଣି ସେଇ ପ୍ରେମିକଙ୍କୁ ବିବାହ କରିବା ପାଇଁ ନିଜ ଧର୍ମକୁ ପରିବର୍ତନ କରି ପ୍ରେମିକା ଜଣଙ୍କ ନିଜ ପ୍ରେମିକଙ୍କୁ ବିବାହ କରିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା କାରାଗାରରେ । ଏଠାରେ ବିଚାରଧୀନ କଏଦୀ ଭାବେ ରହୁଥିବା ଜଣେ କଏଦୀଙ୍କର ସୋମବାର ତାଙ୍କୁ ଦୁଷ୍କର୍ମ ମାମଲାରେ ଜେଲ ପଠାଇଥିବା ନିଜ ପ୍ରେମିକାଙ୍କ ସହ ବୈଦିକ ରୀତିରେ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିରରେ ବିବାହ କରିଛନ୍ତି ।୨୦୨୦ମସିହା ସେପ୍ଟେମ୍ବର ମାସରୁ ବିଚାରଧୀନ କଏଦୀ ଭାବେ ରହୁଥିବା କେନ୍ଦ୍ରାପଡା ଜିଲ୍ଲା ଅର୍ନ୍ତଗତ ରାଜକନିକା ମନ୍ତାପଡା ଅଞ୍ଚଳର ଉପେନ୍ଦ୍ର ମିଶ୍ରଙ୍କ ପୁଅ ଦେବୀପ୍ରସାଦ ମିଶ୍ର(୩୨)ସୋମବାର ଅତିରିକ୍ତ ଜିଲ୍ଲା ଦୌରାଜଜ(୨)ସୁବାଷ କୁମାର ବେହାରଙ୍କ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମୁସଲିମ ସମ୍ପ୍ରଦାୟରୁ ନିଜ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଗ୍ରହଣ କରିଥିବା ମାମୁନୀ ପାଣିଗ୍ରାହୀଙ୍କୁ ପୁଲିସ ଉପସ୍ଥିତିରେ ବୈଦିକ ରିତିରେ ଉଭୟ ପକ୍ଷଙ୍କ ଉପସ୍ଥିତିରେ ବିବାହ କରିଛନ୍ତି ।  ସେମାନଙ୍କୁ ବିବାହ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଶିଳ୍ପାଚଂଳ ଥାନା ଅଧିକାରୀ ମୀନତି ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ବାହାଘରରେ ଓକିଲ ପ୍ରଶାନ୍ତ କୁମାର ନନ୍ଦ ସହଯୋଗ କରିଥିଲେ ।

ସୂଚନା ଅନୁସାରେ, କେନ୍ଦ୍ରାପଡା ଅଞ୍ଚଳର ଦେବୀପ୍ରସାଦ ବାଲେଶ୍ୱରରେ ଲୁମିନସ ବ୍ୟାଟେରୀ କମ୍ପାନୀରେ ମ୍ୟାନେଜର ଭାବେ କାମ କରୁଥିଲେ । ଉକ୍ତ କମ୍ପାନୀରେ ବସ୍ତା ଥାନା ଅର୍ନ୍ତଗତ ରୁପସା ଅଞ୍ଚଳର ନଗମା ପରୱିନ ମଧ୍ୟ କାମ କରୁଥିଲେ । କାମ କରୁଥିବା ସମୟରେ ଉଭୟ ନଗମା ଓ ଦେବୀପ୍ରସାଦଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ଉଭୟେ ଶିଳ୍ପାଞ୍ଚଳ ଥାନା ଅର୍ନ୍ତଗତ ଅଙ୍ଗାରଗଡିଆ ଅଞ୍ଚଳରେ ଭଡ଼ା ଘର ନେଇ ପୃଥକ ଭାବେ ରହୁଥିଲେ । ପରେ ବିବାହ ପାଇଁ ଯୁବତୀ ଜଣଙ୍କ ଦେବୀଙ୍କୁ କହିଥିଲେ । ହେଲେ ନଗମା ମୁସିଲିମ ସମ୍ପ୍ରଦାୟର ହୋଇଥିବାରୁ ଦେବୀ ପ୍ରସାଦଙ୍କ ଭାଇ ଏହି ବାହାଘର ପାଇଁ ରାଜି ନଥିଲେ । ଏହାକୁ ନେଇ ସେମାନଙ୍କ ମଧ୍ୟ ମନୋମାଳିନ୍ୟ ଦେଖାଦେଇଥିଲା । ପରେ ଯୁବତୀ ଜଣଙ୍କ ଦେବୀପ୍ରସାଦ ତାଙ୍କୁ ଦୁଷ୍କର୍ମ କରିଛି ବୋଲି ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିିତ୍ତିକରି ଶିଳ୍ପାଞ୍ଚଳ ପୁଲିସ  ଏକ ମାମଲା ରୁଜୁ କରି ୨୦୨୦ମସିହା ସେପ୍ଟେମର ୨୦ତାରିଖରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଅନ୍ୟପଟେ କୌଣସି ପ୍ରକାର ସେମାନଙ୍କୁ ଏକାଠି କରିବା ପାଇଁ ଓକିଲ ପ୍ରଶାନ୍ତ ନନ୍ଦ ଅଣ୍ଟା ଭିଡିଥିଲେ ଏବଂ ନଗମା ନିଜର ଧର୍ମ ପରିବର୍ତ୍ତନ କରିବା ପାଇଁ ଆଗ୍ରହ ପ୍ରକାଶ କରି ଗତ ଡିସେମ୍ବର ମାସରେ କୋର୍ଟରେ ଆଦେବନ କରିଥିଲେ । ଧର୍ମ ପରିତର୍ବନ ପରେ ନଗମା ତାଙ୍କ ନାମକୁ ପରିବର୍ତନ କରି ମାମୁନୀ ପାଣିଗ୍ରାହୀ ରଖିଛନ୍ତି ବୋଲି ଓକିଲ ଶ୍ରୀ ନନ୍ଦ କହିଛନ୍ତି । ଅନ୍ୟପଟେ ଏହି ଧର୍ମ ପରିବର୍ତନ କରିବା ପୂର୍ବରୁ ତାଙ୍କୁ ତାଙ୍କ ଘର ଲୋକେ ଗ୍ରହଣ କରୁନଥିଲେ । ଫଳରେ ସେ ବାଲେଶ୍ୱରରେ ତାଙ୍କର ଜଣେ ସାଙ୍ଗଙ୍କ ଘରେ ରହିଆସୁଥିଲା । ଏହାରି ମଧ୍ୟରେ ଦେବୀପ୍ରସାଦ ନିଜର ଜାମିନ ଆବେଦନ ପାଇଁ କୋର୍ଟରେ ଆବେଦନ କରିଥିଲେ । ଉକ୍ତ ଯୁବତୀଙ୍କୁ ବିବାହ କରିବା ପାଇଁ ମଧ୍ୟ କହିଥିଲେ । ହେଲେ ଦୁଷ୍କର୍ମ ମାମଲାରେ ଛନ୍ଦି ହୋଇଥିବାରୁ କୋର୍ଟ ହୃଦବୋଧ କରିଥିଲେ ଯେ ଜାମିନ ପାଇଗଲା ପରେ କାଳେ ସେ ଆଉ ବିବାହ ନ କରିବେ ତେଣୁ ତାଙ୍କୁ ପ୍ରଥମେ ବିବାହ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ବିବାହ ପ୍ରକୀୟା ଆରମ୍ଭ ହୋଇଥିଲା । ଶେଷରେ ସୋମବାର ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking