37.1 C
Bhubaneswar
Thursday, March 28, 2024
Homeଓଡିଶାଗୋଟିଏ ପଟେ ପେଟ ଚିନ୍ତା, ଅନ୍ୟପଟେ ଶିଶୁ : କରୋନା ଭୟରେ ପିଲାଙ୍କୁ ହିଡ଼ରେ ବସାଇ...

ଗୋଟିଏ ପଟେ ପେଟ ଚିନ୍ତା, ଅନ୍ୟପଟେ ଶିଶୁ : କରୋନା ଭୟରେ ପିଲାଙ୍କୁ ହିଡ଼ରେ ବସାଇ ଚାଷ କରୁଛି ମା’

ବାଲେଶ୍ୱର : ଖରିଫ ଫସଲ ପାଇଁ ଆରମ୍ଭ ହୋଇଯାଇଛି ତଳି ରୁଆ କାମ । ଚାଷୀ ପରିବାର ଏବେ ଲାଗି ପଡ଼ିଛନ୍ତି ଚାଷ କାମରେ । ଏବେ କରୋନା କଟକଣା ମଧ୍ୟରେ ଚାଷ କାମ ଚାଲିଛି । ହେଲେ କରୋନା ଭୟରେ ଜଣେ ମା’ ତା’ର କଅଁଳ ଶିଶୁକୁ ଘରେ ନ ରଖି ସାଙ୍ଗରେ ବିଲକୁ ଆଣି ଚାଷ କରୁଥିବା ଘଟଣା ଆଶ୍ଚର୍ଯ୍ୟ କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ଏବଂ ରେମୁଣା ଅଞ୍ଚଳରେ । ବସ୍ତା ବ୍ଲକ ଗୁଣୁୁରିସାହିର ମୀନତି ହେମ୍ବ୍ରମଙ୍କ ଘରେ ରହିଛି ତିନିମାସର କଅଁଳ ଶିଶୁ । ଯେଉଁ ସମୟରେ ମା’ ଶିଶୁଟିର ଯତ୍ନ ନେବା କଥା ସେହି ସମୟରେ ମା’ ଲାଗିଛି ପରିବାର ଗୁଜୁରାଣ ମେଣ୍ଟାଇବା ଚିନ୍ତା ତଳି ରୁଆ କାମରେ । ତା’ ସାଙ୍ଗରେ ରହିଛି ତା’ର ୫ବର୍ଷର ବଡ଼ ଭଉଣୀ । ବଡ଼ ଭଉଣୀ ପାଖରେ ତିନିମାସର ଶିଶୁଟି ଚାହିଁ ରହିଛି କେତେବେଳେ ମା’ ତଳି ରୁଆ କାମ ସାରିବ ଆଉ ତାକୁ କୋଳେଇ ନେବ । କରୋନା କଟକଣା ମଧ୍ୟରେ ଦୁଇ କୁନି ଶିଶୁଙ୍କୁ ନା ପଡ଼ୋଶୀ ଘରେ ଛାଡି ହେଉଛି ନା ନିଜେ ଦୁଇ ଶିଶୁଙ୍କୁ ଘରେ ରଖି ରହିହେଉଛି । ଗୋଟିଏ ପଟେ ପେଟ ଚିନ୍ତା ଆଉ ଗୋଟିଏ ପଟେ କରୋନା ମହାମାରୀ ଚିନ୍ତା । କରୋନା ମହାମାରୀ ପାଇଁ ନିଜ ଶିଶୁଙ୍କୁ କେଉଁଠି ବି ରଖିବାକୁ ସୁରକ୍ଷିତ ମଣୁ ନଥିବା ବେଳେ କଷ୍ଟ ହେଲେ ମଧ୍ୟ ସାଙ୍ଗରେ ଆଣି ବିଲ କାମ କରୁଛନ୍ତି । ପେଟ ପାଇଁ ଏସବୁ ନାଟ ବୋଲି ଚାଷୀ ମୀନତି ହେମ୍ବ୍ରମ, ଲସମା ହେମ୍ବ୍ରମ ଏବଂ ଅନ୍ୟ ଜଣେ ପୁରୁଷ ଚାଷୀ ନିରଞ୍ଜନ ରାଉଳ ପ୍ରକାଶ କରିଛନ୍ତି । ଖାଲି ମୀନତି ନୁହେଁ, ଅନେକ ମା’ ନିଜ ଶିଶୁଙ୍କ ଯତ୍ନକୁ ପଛରେ ପକାଇ ଚାଷ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ସେହିପରି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଶ୍ରୀକୃଷ୍ଣପୁର ପଞ୍ଚାୟତ ଅନ୍ତର୍ଗତ ଶ୍ରୀକୃଷ୍ଣପୁର ଗ୍ରାମରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । କରୋନା ଦାଉରୁ ନିଜ ପିଲାଙ୍କୁ ସୁରକ୍ଷିତ ରଖିବା ପାଇଁ ବହୁ ଚେଷ୍ଟା କରି କୌଣସି ଉପାୟ ନ ପାଇବା ପରେ ଶେଷରେ ବାଧ୍ୟ ହୋଇ ସାଙ୍ଗରେ ନେଇ ଆସି ବିଲ କାମ କରୁଛନ୍ତି ଶ୍ରୀକୃଷ୍ଣପୁର ଅଞ୍ଚଳର ମହିଳା ଚାଷୀ ମୁନୁ ସିଂ । ତାଙ୍କ ପରିବାରର ଚାଷ ହିଁ ବର୍ଷକର ଭାତ ହାଣ୍ଡି । ଚାଷ କରି ତାଙ୍କର ୭ପ୍ରାଣୀ କୁଟୁମ୍ବ ଚାଲୁଥିବା ବେଳେ ଏବେ କରୋନା ସେମାନଙ୍କୁ ବେହାଲ କରିଦେଇଛି । ମୁନୁଙ୍କର ୫ଟି ସନ୍ତାନ ରହିଛି । ତେବେ ମୁନୁ ବହୁ କଷ୍ଟରେ ତିନୋଟି ପିଲାଙ୍କୁ ଘରେ ଛାଡି ଜଣେ ୯ମାସର ଶିଶୁ ଏବଂ ଜଣେ ୨ବର୍ଷର ଶିଶୁକୁ ଧରି ବିଲ ରୁଆ କାମରେ ଲାଗି ପଡ଼ିଛନ୍ତି । ଏପରିକି ସେ ବିଲ ହିଡରେ ଦୁଇ ପିଲାଙ୍କୁ ବସାଇ ତଳି ପକାଇବାରେ ବ୍ୟସ୍ତ ରହୁଛନ୍ତି । ଗରିବ ଚାଷୀଟିଏ ପାଇଁ ପରିବାର ଯେତିକି ଜରୁରୀ ଚାଷ କାର୍ଯ୍ୟ ମଧ୍ୟ ସେତିକି ଜରୁରୀ । କରୋନା ସମୟରେ ମନରେ ଭୟ ରଖି ବିଲକୁ ନଗଲେ ପେଟକୁ କିଏ ଦାନା ଦେବ ବୋଲି ସେମାନେ ପ୍ରଶ୍ନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking