39.2 C
Bhubaneswar
Thursday, April 18, 2024
Homeଅପରାଧକୋର୍ଟର ମହୁରର ଅଜୟ କୁମାର ଦେ ଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୁର୍ବୁର୍ତ୍ତ

କୋର୍ଟର ମହୁରର ଅଜୟ କୁମାର ଦେ ଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୁର୍ବୁର୍ତ୍ତ

ଜାଳେଶ୍ୱର:-ଜାଳେଶ୍ୱର କୋର୍ଟର ମହୁରର ଅଜୟ କୁମାର ଦେ ଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୁର୍ବୁର୍ତ୍ତ । ସୂଚନା ମୁତାବକ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ କେଶପୁରା ଗ୍ରାମର ସାପ୍ତାହିକ ହାଟକୁ ଅଜୟ ମାର୍କେଟିଂ କରିବା ପାଇଁ ଆସିଥିଲେ। ମାର୍କେଟିଂ କରୁଥିବା ସମୟରେ ହଠାତ ପଛପଟୁ ଜଣେ ଯୁବକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ତେବେ ଜୀବନ ବିକଳରେ ନିଜକୁ ବଞ୍ଚାଇବା ପାଇଁ ଅଜୟ ଦୌଡ଼ି ଥିଲେ। ମାତ୍ର ଦୌଡୁ ଥିବା ଅବସ୍ଥାରେ ତାଙ୍କୁ ବାରମ୍ବାର ଆକ୍ରମଣ କରିଥିଲା ଦୁର୍ବୁର୍ତ୍ତ । ପରେ ସ୍ଥାନୀୟ ଲୋକେ ଅଜୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ୱର ଜି କେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଜାରୀ ରହିଥିଲେ ମଧ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଦୁର୍ବୁର୍ତ୍ତଙ୍କୁ ସ୍ଥାନୀୟ ଲୋକେ କାବୁ କରି ଜଳେଶ୍ୱର ପୋଲିସକୁ ହସ୍ତାନ୍ତର କରିଛନ୍ତି । ଦୁର୍ବୁର୍ତ୍ତ ଜଣକ କେଶପୁରା ଗ୍ରାମର ସନ୍ନ୍ୟାସୀ ଜେନା । ତେବେ ଆକ୍ରମଣ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ଜଳେଶ୍ବର ଥାନା ପୋଲିସ ଘଟଣାର ଅଧିକ ତଦନ୍ତଜାରୀ ରଖିଛି।

ଜଳେଶ୍ବର ରୁ ଆଶୀଷ କୁମାର ସାହୁଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking