38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶବାଲେନ୍‌ସିଗା ଲଞ୍ଚ କଲା ଦୁନିଆର ସବୁଠୁ ମହଙ୍ଗା ଅଳିଆ ବ୍ୟାଗ୍

ବାଲେନ୍‌ସିଗା ଲଞ୍ଚ କଲା ଦୁନିଆର ସବୁଠୁ ମହଙ୍ଗା ଅଳିଆ ବ୍ୟାଗ୍

ନୂଆଦିଲ୍ଲୀ : ଯଦି ବିଳାସବହୁଳତାକୁ ଆପଣ ଭଲପାଉଛନ୍ତି ଏବଂ ଏଥିରେ ବୁଡ଼ି ରହିବାକୁ ଚାହୁଁଛନ୍ତି, ତେବେ ଫ୍ୟାଶନ୍‌ ବ୍ରାଣ୍ଡ ବାଲେନ୍‌ସିଗା ଆପଣଙ୍କୁ ବିଳାସପୂର୍ଣ୍ଣତାର ମୂଲ୍ୟ ବୁଝାଇ ପାରିବ । ଏହା ସୁନିଶ୍ଚିତ କରିଛି ଯେ ଆପଣ ବ୍ୟବହାର କରୁଥିବା ଏକ ଅଳିଆ ବ୍ୟାଗ୍‌ର ବି ପ୍ରାଇସ୍‌ ଟ୍ୟାଗ୍‌ ରହିଛି ।  ଏହି ବ୍ରାଣ୍ଡ୍ ଅଳିଆ ବ୍ୟାଗ୍‌ ବିକ୍ରି କରୁଛି, ଯାହାର ମୂଲ୍ୟ ୧.୪ ଲକ୍ଷ ଟଙ୍କା । ତେବେ ଆପଣ ଚିନ୍ତା  କରୁଥିବେ, ଏହି ଅଳିଆ ବ୍ୟାଗ୍‌ କେଉଁଥିରେ ପ୍ରସ୍ତୁତ ହୋଇଛି ।

ବାଲେନ୍‌ସିଗା ଏହି ଅଳିଆ ବ୍ୟାଗ୍‌କୁ  ‘ତ୍ରାଶ୍‌ ପାଉଚ୍‌’ ବା ଅଳିଆ ପାଉଚ୍‌ ନାମରେ ସମ୍ବୋଧନ କରୁଛି । ବାଛୁରୀ ଚମଡ଼ାରେ ଏହା ପ୍ରସ୍ତୁତ ହୋଇଛି । ଏଥିରେ ଚିକ୍କଣ ପରସ୍ତ ମଧ୍ୟ ଦିଆଯାଇଛି । କଳା, ଧଳା, ନୀଳ ଓ ହଳଦିଆ ୪ଟି ରଙ୍ଗରେ ଏହା ଉପଲବ୍ଧ ହେଉଛି । ବ୍ୟାଗ୍‌ର ମୁହଁକୁ ଟାଣି ବନ୍ଦ କରିବାକୁ ଏଥିରେ ଏକ ଡ୍ରଷ୍ଟ୍ରିଙ୍ଗ ମଧ୍ୟ ରହିଛି ।  ବାଲେନ୍‌ସିଗାର ୨୦୨୨ ୱିଣ୍ଟର୍‌ ଫ୍ୟାଶନ୍‌ ଶୋ’ରେ ଏହି ବ୍ୟାଗ୍‌ ଜାରି କରାଯାଇଛି, ଯାହା  ଇଣ୍ଟର୍‌ନେଟ୍‌ରେ ଚର୍ଚ୍ଚାର ବିଷୟ ହୋଇଛି ।

କିଛି ବିଳାସପ୍ରିୟ ବ୍ୟକ୍ତି ଡିଜାଇନର୍‌ ଅଳିଆ ବ୍ୟାଗ୍‌  ଧରିବାକୁ ଉତ୍ସାହିତ ଥିବାବେଳେ ଅନ୍ୟମାନଙ୍କୁ ଏହା ଚକିତ କରିଛି । ଗୋଟିଏ ଅଳିଆ ବ୍ୟାଗ୍‌ ପାଇଁ କେହି ଜଣେ ଏତେ ଭାରି ଅର୍ଥ କାହିଁକି ଖର୍ଚ୍ଚ କରିବ ବୋଲି ଲୋକେ ପଚାରିଛନ୍ତି । ସୂଚନାଯୋଗ୍ୟ, ବିବାଦୀୟ ବିଳାସପୂର୍ଣ୍ଣ ସାମଗ୍ରୀ ପାଇଁ ବାଲେନ୍‌ସିଗା ବେଶ ପରିଚିତ । ଗତ  ମେ’ ମାସରେ ଏହା ଏକ ଡଷ୍ଟବିନ୍‌ ଜାରି କରିଥିଲା, ଯାହାର ମୂଲ୍ୟ ଥିଲା ୨ ଲକ୍ଷ ଟଙ୍କା ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking