28.1 C
Bhubaneswar
Thursday, March 28, 2024
Homeଓଡିଶାଆସନ୍ତାକାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ

ଆସନ୍ତାକାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ

ଭୁବନେଶ୍ୱର: ଆସନ୍ତାକାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ହେବ ଉପନିର୍ବାଚନ । ଉପନିର୍ବାଚନର ପ୍ରସ୍ତୁତି ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ । ସେ କହିଛନ୍ତି ଯେ, ‘ ଭୋଟରଙ୍କ ସୁବିଧା ପାଇଁ ବୁଥ୍ ସଂଖ୍ୟା ବଢାଯାଇଛି । ପୋଲିଂ ବୁଥଗୁଡିକୁ ସାନିଟାଇଜ କରାଯାଉଛି । ସାମାଜିକ ଦୂରତା ରଖି ଭୋଟରମାନେ ଭୋଟ୍ ଦେବେ । ଗୋଟିଏ ବୁଥରେ ହଜାରେ ଭୋଟର ମତସାବ୍ୟସ୍ଥ କରିପାରିବେ । ଆଶା କର୍ମୀ ଓ ସ୍ୱେଚ୍ଛାସେବୀମାନେ ସେଠାରେ ଉପସ୍ଥିତ ରହିବେ । ଭୋଟ୍ ପାଇଁ ୧୧ଟି ପରିଚୟପତ୍ର ମଧ୍ୟରୁ ଗୋଟିଏ ନେଲେ ବି ଚଳିବ । ଆଧାର, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଦେଖାଇପାରିବେ । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବୃବସ୍ଥା ହୋଇଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ସରିବ ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking