34.1 C
Bhubaneswar
Friday, March 29, 2024
Homeଓଡିଶାପ୍ରେମ ବିବାହ କରିଥିବା ଦୁଇ ନବ ଦମ୍ପତିଙ୍କ ସୋସିଆଲ୍ ମିଡିଆରେ ଆକୁଳ ନିବେଦନ, ଆମକୁ...

ପ୍ରେମ ବିବାହ କରିଥିବା ଦୁଇ ନବ ଦମ୍ପତିଙ୍କ ସୋସିଆଲ୍ ମିଡିଆରେ ଆକୁଳ ନିବେଦନ, ଆମକୁ ଟିକେ ଶାନ୍ତିରେ ବଞ୍ଚିବାକୁ ଦିଅ

ବାଲେଶ୍ବର : ବାଲିଆପାଳ ଥାନା ଅନ୍ତର୍ଗତ ବାଲିଆପାଳ ଗ୍ରାମ ପଞ୍ଚାୟତର ସୁଂଙ୍ଗ ମୁହିଁ ଗ୍ରାମର ସୁର୍ଦଶନ ପାତ୍ରଙ୍କ ପୁଅ ମୃତ୍ଯୁଞ୍ଜୟ ପାତ୍ର ସେ ସେହି ଗ୍ରାମର ମନୋଜ ନାୟକଙ୍କ ଝିଅ ଚିନ୍ମୀୟ ନାୟକଙ୍କ
ପ୍ରେମ ବିବାହ କରିଛିନ୍ତି । ତେବେ ଝିଅ ପ୍ରାପ୍ତ ବୟସ୍କା ହେଲା ପରେ ଗତ 4 ତାରିଖରେ ନିଜ ଇଛାରେ ସୁର୍ଦଶନ ପାତ୍ରଙ୍କ ପୁଅ ମୃତ୍ଯୁଞ୍ଜୟଙ୍କୁ ବିବାହ କରିଥିଲେ । ତେବେ ସେହି ଦିନ ଠାରୁ ଉଭୟ ଦୁଇ ପରିବାର ମଧ୍ଯରେ ଚାଲିଛି ମନାନ୍ତର । ଆଉ ନିଜ ବାପାଙ୍କ ବାଲିଆପାଳ ଥାନାରେ ଅଭିଯୋଗ କ୍ରମେ ଶଶୂରଙ୍କୁ ଅଟକ ରଖିଥିବା ଜାଣିବା ପରେ ମୃତ୍ଯୁଞ୍ଜୟଙ୍କ ବାପାକୁ ପୋଲିସ୍ ଆଣି ପଚାରା ଉଚୁରା କରୁଥିବା ଜାଣି ପାରି ସମସ୍ଯାର ସମାଧାନ ପାଇଁ  ଏବେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ସ୍ବାମୀ ଓ ଶ୍ବଶୁରର ସମ୍ମାନ ଓ ଜୀବନ ପାଇଁ ହାତ ଯୋଡି ଆକୁଳ ନିବେଦନ କରୁଛି ଘର ଛାଡି ନିଜର ଜୀବନ ସାଥି ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଜଣେ ନବ ବିବାହିତା ଝିଅ ମୋତେ ଟିକେ ଶାନ୍ତିରେ ବଞ୍ଚିବାକୁ ଦିଅ । ବିନା ଦୋଷରେ ମୋ ଶଶୂରଙ୍କୁ ନିର୍ଯାତନା ଦେବା ବନ୍ଦ କର ନଚେତ୍ ମୋ ସିନ୍ଦୂର ପାଇଁ ମୁଁ ଯେ କୌଣସି ସ୍ତରଙ୍କୁ ଆଗେଇ ଯିବା ପାଇଁ ବାଧ୍ୟ ହେବି । ସେପଟେ ଜଣେ ସାଧାରଣ ମଧ୍ଯବର୍ତ୍ତୀ ପରିବାରର ପୁଅଟିଏ ପାଇଁ ରାଜା ଝିଅଙ୍କୁ ଭଲ ପାଇବା କଣ ଭୁଲ୍ ,ବାମନ ହୋଇ ଚନ୍ଦ୍ର ଧରିବା କଣ ପାପ ଯଦି ତେବେ ମୋତେ ଦଣ୍ଡ ନଦେଇ ମୋ ରୋଗୀଣା ବାପାଙ୍କୁ ଯତ୍ନଣା ଦେବା ଉଚିତ୍ ପଦଖେପ ନୁହେଁ ବୁଲି ଏକ ନବ ବିବାହିତା ନବ ଦମ୍ପତିଙ୍କ କୋହ ଭରା ଚିତ୍ର ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି । ଏବେ ତାଙ୍କୁ ନେଇ ସବୁ ଆଡେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking