୩ଟା ସୁଦ୍ଧା ୪୭.୧୫ % ମତଦାନ

ଭୁବନେଶ୍ୱର: ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଦିନ ୩ଟା ସୁଦ୍ଧା ଦୁଇଟି ଯାକ ଆସନରେ ୪୭.୧୫ ପ୍ରତିଶତ ମତଦାନ ହୋଇଛି ।ବାଲେଶ୍ବରରେ ୩ଟା ସୁଦ୍ଧା ୫୪.୮୫% ମତଦାନ ହୋଇଥିବା ବେଳେ ତିର୍ତ୍ତୋଲରେ ୩ଟା ସୁଦ୍ଧା ୩୯.୬୮% ମତଦାନ ହୋଇଛି । କୋଭିଡ୍ କଟକଣା ମଧ୍ୟରେ ଏଠାରେ ଭୋଟ ଚାଲିଛି । ତେବେ ସକାଳ ୭ଟାରୁ ଅପରାହ୍ନ ୬ଟା ଯାଏଁ ଚାଲିବ ମତଦାନ । ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୩୭ ହଜାର ୨୮୨ ଜଣ ଭୋଟର୍ ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି। ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ସହ କୋଭିଡ୍ ଗାଇଡଲାଇନ୍‌ ଅନୁସାରେ ଭୋଟ୍ ଗ୍ରହଣ ଚାଲିଛି। ପ୍ରତି ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ମତଦାନ ପାଇଁ ଗୋଟିଏ ଲେଖାଏଁ ହ୍ୟାଣ୍ଡ ଗ୍ଲୋବସ ପ୍ରଦାନ କରାଯାଉଛି। ପୂର୍ବରୁ ବୁଥ୍‌ଗୁଡ଼ିକୁ ସାନିଟାଇଜ କରାଯାଇଛି। ସ୍କ୍ରିନିଂ ସମୟରେ କାହାକୁ ଯଦି କରୋନା ହୋଇଥିବାର ସନ୍ଦେହ ହୁଏ ତାଙ୍କୁ ଟୋକନ ଦିଆଯିବ। ସେମାନେ ଶେଷ ଏକ ଘଣ୍ଟା ଅର୍ଥାତ ସନ୍ଧ୍ୟା ୫ଟାରୁ ୬ଟା ଭିତରେ ଭୋଟ ଦେଇପାରିବେ। ପୂର୍ବରୁ କେହି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ମଧ୍ୟ ଭୋଟ୍ ଦେଇପାରିବେ। ପୁଲିଂ ଅଫିସରଙ୍କୁ ପିପିଇ କିଟ୍ ପ୍ରଦାନ କରାଯାଇଛି। ଡାହାଣ ହାତରେ ଗ୍ଲୋବସ୍ ପିନ୍ଧି ମତଦାତା ଭୋଟ୍ ଦେଉଛନ୍ତି।

LEAVE A REPLY

Please enter your comment!
Please enter your name here