27.1 C
Bhubaneswar
Thursday, April 25, 2024
Homeଓଡିଶାକ୍ରିକେଟ ଟୁଣ୍ଣାମେଣ୍ଟ୍‌ : ଅଂଶୁମାନଙ୍କ ଶତକରେ ନବକିଶୋର ବିଜୟୀ

କ୍ରିକେଟ ଟୁଣ୍ଣାମେଣ୍ଟ୍‌ : ଅଂଶୁମାନଙ୍କ ଶତକରେ ନବକିଶୋର ବିଜୟୀ

ବଲାଙ୍ଗିର : ସ୍ଥାନୀୟ ଗାନ୍ଧୀଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ-୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁଣ୍ଣାମେଣ୍ଟ୍‌ର ନବମ ଦିନରେ ୟଙ୍ଗଷ୍ଟୁଡେଣ୍ଟ୍ କ୍ରିକେଟ ଏକାଡେମୀ ଓ ନବକିଶୋର କ୍ରିକେଟ କ୍ଳବ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଯାଇଛି । ଟସ୍ ଜିଣି ୟଙ୍ଗ୍‌ଷ୍ଟୁଡେଣ୍ଟ ଦଳ ପ୍ରଥମେ ବ୍ୟାଟିଂ କରି ୪୫.୩ ଓଭରେ ସମସ୍ତ ଉଇକେଟ ବିନିମୟରେ ୧୯୪ ରନ୍ ସଂଗ୍ରହ କରିଥିଲେ । ଦଳ ତରଫରୁ ଆୟୁଷ୍ମାନ୍ତ ଖମାରୀ ୫୫ରନ୍ ସଂଗ୍ରହ କରିଥିଲେ । ନବକିଶୋର ଦଳ ତରଫରୁ ସଫଳ ବୋଲର ଭାବରେ ପ୍ରିତମ ମାଇତି ସର୍ବାଧିକ ୩ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ନବକିଶୋର ଦଳ ୨୯ ଓଭରରେ ୪ ଉଇକେଟ ବିନିମୟରେ ୧୯୮ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ । ଦଳ ତରଫରୁ ଅଂଶୁମାନ ମିଶ୍ର ସର୍ବଧିକ ୧୧୩(୬୬ବଲ) ଓ ଜୟକିଶନ ପଟ୍ଟନାୟକ (ଅପରାଜିତ) ୪୬ ରନ୍ ସଂଗ୍ରହ କରିଥିଲେ । ଆଜିର ଏହି ମ୍ୟାଚକୁ ଓସିଏ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଓ ଗୋବର୍ଦ୍ଧନ ଜାଲ ପରିଚାଲନା କରିଥିବାବେଳେ ଅନ୍‌ଲାଇନ ସ୍କୋର୍ ଭାବରେ ସୁଶିଲ କୁମାର ସୁନ୍ଦରାୟ ଦାୟିତ୍ୱ ବହନ କରିଥିଲେ ।
https://onakhabar.com/2020/02/28/amit-shah-caa-support-rally/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking