30.1 C
Bhubaneswar
Wednesday, April 24, 2024
Homeକରୋନା ଓଡିଶାଅସହାୟଙ୍କୁ ସାହା ହେଲେ କଲେଜ ଛତ୍ରଛାତ୍ରି

ଅସହାୟଙ୍କୁ ସାହା ହେଲେ କଲେଜ ଛତ୍ରଛାତ୍ରି

ବଲାଙ୍ଗୀର -କରୋନା ଚାରିମାସ ବିତିଗଲା ପରେ ମଧ୍ୟ ସହରରେ ବିଭିନ୍ନ ସ୍ଥାନରେ ସହାୟତା ଅପେକ୍ଷାରେ ପଡି ରହିଛନ୍ତି ଅସହାୟ । ବାରମ୍ବାର ସଟଡାଉନ ଏମାନଙ୍କର ଅସୁବିଧାକୁ ଦ୍ୱିଗୁଣିତ କରୁଛି । ସହରରେ ସ୍ଥାନିୟ ସଂକ୍ରମଣକୁ ରୋକିବାକୁ ଯାଇ ଜିଲ୍ଲା ପ୍ରଶାସନ ଆସନ୍ତା ଚାରିଦିନ ପାଇଁ ସଟଡାଉନ ଘୋଷଣା କରିଥିବାବେଳେ ଗରିବଙ୍କ କାମଧନ୍ଦା ଠପ ହୋଇ ପଡିଛି । ଏଭଲି ସ୍ଥିତିରେ ଦି ଗଣ୍ଡ ଖାଇବେ କିପରି ସେହି ଚିନ୍ତା ମାଡି ବସିଛି । ଏଭଳି କିଛି ପରିବାରଙ୍କୁ ଦେଖିବାକୁ ମିଳିଥିଲା ସ୍ଥାନିୟ ଆରସିଏମଏସ ଠାରେ । ଏଠାରେ ରହୁଥିବା କିଛି ଅସହାୟ ଲୋକମାନେ କିଛିଦିନ ହେଲା ଖାଇବା ପାଇଁ ପଇସା ନପାଇ ଭୋକ ଉପାସରେ ଦିନ କାଟୁଥିଲେ ।

କଲେଜ ପିଲାମାନେ ବୁଲାବୁଲି କରୁଛନ୍ତି । ଜଣେ ଆଉ ଜଣକୁ ଖବର ଦେବା ସହ ଅସହାୟଙ୍କ ପାଇଁ ଖାଇବା ସମଗ୍ରି ନେଇ ପହଞ୍ଚି ଯାଇଥିଲେ ଅସହାୟଙ୍କ ପାଖକୁ । ପ୍ରାୟ ୩୦ ଜଣ ପରିବାରଙ୍କୁ ସୁଖୁଲା ଖାଦ୍ୟ ସାମଗ୍ରି ବଣ୍ଟନ କରିଥିଲେ । ପ୍ରବାସି ପରିବାର ମାନେ ଖାଇବା ସମଗ୍ରି ପାଇ ବେଶ ଉପକକୃତ ହୋଇଥିଲେ । ସାମାଜିକ ଅନୁଷ୍ଠାନ “ଆୟୁଷ୍ମାନ” ବଲାଙ୍ଗିରର ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସତ୍ୟମ ସାହୁ, ସିଦ୍ଧାର୍ଥ ମହାପାତ୍ର, ପ୍ରତିକ କୁମାର ସା, ଅନିକେତ ସତପଥି, ଅସ୍ମିତା ପଟ୍ଟନାୟକ, ଅଭିପସା ବିସି, ସୃତି ଅଗ୍ରୱାଲ, ହୃଷିକେଶ ସିଂଦେଓ, ପ୍ରିୟମ ବୁଡେକ, ହିମାସୁଂ ହାତି, ଶସାଙ୍କ ଧରୁଆ ସକ୍ରିୟ ଅଂଶଗ୍ରହଣ କରି ଅସହାୟମାନଙ୍କୁ ସାମଗ୍ରୀ ବଣ୍ଟନ କରିଥିଲେ । ଅସହାୟ ପରିବାରମାନେ ସାମଗ୍ରୀ ପାଇ ବହୁ ଆନନ୍ଦିତ ହୋଇ ଛାତ୍ରଛାତ୍ରୀମାନଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ । ଏବେ ଏହି ଛାତ୍ରଛାତ୍ର ମାନଙ୍କ ମାହାନ କାମକୁ ସହରରେ ଅନେକେ ପ୍ରଶଂସା କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking