38.8 C
Bhubaneswar
Friday, April 19, 2024
Homeଓଡିଶାରୟାଲ ସ୍ପୋଟିଂ କ୍ଲବ ଆନୁକୁଲ୍ୟରେ ରୌପ୍ୟ ଜୟନ୍ତୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ରୟାଲ ସ୍ପୋଟିଂ କ୍ଲବ ଆନୁକୁଲ୍ୟରେ ରୌପ୍ୟ ଜୟନ୍ତୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବଲାଙ୍ଗିର,(ଦେବାଶିଷ ମିଶ୍ର)- ରୟାଲ ସ୍ପୋଟିଂ କ୍ଲବ,ସୁନାମୁଦି ଦ୍ୱାରା ଆୟୋଜିତ ରୋପ୍ୟ ଜୟନ୍ତୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ନଭେମ୍ବର ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାକୁ ପାଟଣାଗଡ ବି.ଡି.ଓ ନୀଳ ମାଧବ ମୁନା ଉଦଘାଟନ କରିଥିଲେ । ୭ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ପଶ୍ଚିମ ଓଡିଶାର ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ସେମାନେ ହେଲେ ମହାରାଜା କ୍ଲବ ବୋର୍ଡା (କଳାହାଣ୍ଡି), ଭାରତ ଗ୍ୟାସ ସୋନପୁର, ଇଲେଭେନ୍ ଷ୍ଟାର ବଲାଙ୍ଗିର, ଭାରତ କ୍ଲବ (ବରଗଡ), ରୟାଲ ସ୍ପୋଟିଂ କ୍ଲବ ସୁନାମୁଦି, ସାଇଟ (ସଦାଇପାଲି), ଗୁଡ ମର୍ଣ୍ଣିଂ କ୍ଲବ ଭବାନୀପାଟଣା ଏବଂ ରାଜବୋରାସମ୍ବର ସ୍ପୋଟିଂ କ୍ଲବ ପଦ୍ମପୁର । ଫାଇନାଲ ଖେଳ ବରଗଡ ଭାରତ କ୍ଲବ ଏବଂ ପଦ୍ମପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ପଦ୍ମପୁର ଦଳ ବରଗଡ ଦଳକୁ ୬-୧ ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଥିଲେ । ଖେଳକୁ ପରି·ଳନା କରିଥିଲେ ଦୋଳଗୋବିନ୍ଦ ମୁଣ୍ଡା, ରାଜେନ୍ଦ୍ର ଧରୁଆ, ଚୈତନ୍ୟ ସାହୁ ଏବଂ ତ୍ରୀନାଥ ଚନ୍ଦନ ।

ପୁରସ୍କାର ବିବରଣୀ ଉତ୍ସବରେ ପାଟଣାଗଡ ବିଧାୟକ ସରୋଜ ମେହେର ମୁଖ୍ୟ ଅତିଥି ଏବଂ ଆର୍ନ୍ତଜାତୀୟ କ୍ରୀଡାବିଦ୍ ଆନନ୍ଦିନୀ ଦର୍ଜୀ ଏବଂ ଜିଲ୍ଲା ହକି ସମ୍ପାଦକ ପ୍ରଫୁଲ୍ଲ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ମଞ୍ଚାସିନ ଅତିଥିମାନଙ୍କ ମଧ୍ୟରେ ସୁନାମୁଦି ସରପଞ୍ଚ, ସୁନାମୁଦି ଓ ଭଇଁଷା ଗୌନ୍ତିଆ ଏବଂ ବିର୍ଲା ସନ୍ ଲାଇଫ୍ ବ୍ରାଞ୍ଚ ମ୍ୟାନେଜର ଉଜଲ ଦାସ ଉପସ୍ଥିତ ଥିଲେ । ଦେଉଳ ଗାଁ ସରପଞ୍ଚ ପ୍ରେମରାଜ ପଟେଲ, ପ୍ରଶାନ୍ତ ମେହେର,ଘସିଏନ କଲେଜ ଅଧ୍ୟକ୍ଷ ମହାଦେବ ମେହେର, ଅନ୍ୟ ଦିବସମାନଙ୍କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସଭାରେ ୧୭ ବର୍ଷରୁ କମ୍ ବୟସର ଜାତୀୟ ହକି ଖେଳାଳି ବିନୋଦ ରଣା, ସମାଜ ସେବୀ ଶିଶିର ଧରୁଆ, ଭାଷ୍ୟକାର ପ୍ରହଲ୍ଲାଦ ସାହୁ କୁ ସମ୍ମାନିତ କରାଯାଇଥିଲା । କ୍ଲବର ସଂପାଦକ ଖୁସିରାମ ମଲ୍ଲିକ ବିବରଣି ପାଠ କରିଥିବା ବେଳେ, ନିତ୍ୟାନନ୍ଦ ସାହୁ ଏବଂ ଶୁଶିଲ ସାହୁ ମଞ୍ଚପରି·ଳନା କରିଥିଲେ । ଶେଷରେ ସଭାପତି ଅଭୟ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ । ବିଧାୟକ ବିଜେତା ଓ ଉପବିଜେତା ତଥା ଗ୍ରେଟ୍ ଫୁଟବଲ ଫ୍ୟାନ୍ ସୁରୁ ବିଶ୍ୱାଲକୁ ସମ୍ମାନିତ କରିଥିଲେ । ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ ସହଯୋଗ କରିଥିଲେ କେତନ ଧରୁଆ, ନବିନ ସାହୁ, ପ୍ରଦିପ ଧରୁଆ, ହରେରାମ କୁଅଁର ତଥା କ୍ଲବର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking