ବଲାଙ୍ଗିର କ୍ରୀଡାସଂସଦର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ବଲାଙ୍ଗିର – ସ୍ଥାନୀୟ ଗାନ୍ଧୀଷ୍ଟାଡିୟମରେ ଜିଲ୍ଲା କ୍ରୀଡାସଂସଦ ଆନୁକୂଲ୍ୟରେ ଚାଲିଥିବା ଦୁଇଦିନିଆ ବାର୍ଷିକ କ୍ରୀଡା ଶନିବାର ଉଦ୍‌ଯାପିତ ହୋଇଯାଇଛି । ହରିନାରାୟଣ ପୁଜାରୀ, ସମ୍ପାଦକଙ୍କ ଆବାହକତ୍ୱ ତଥା ବିଭୁତି ଭୁଷଣ ପଣ୍ଡା, କ୍ରୀଡାସମ୍ପାଦକ ଓ ଯୁଗ୍ମ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥିଭାବେ ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର କ୍ରୀଡାଧ୍ୱଜ ଅବତରଣ ପୁର୍ବକ ସମାରୋହର ସମାପ୍ତି ଘୋଷଣା କରିଥିଲେ । ଅନ୍ୟତମ ଉପସଭାପତି ଡ. ପ୍ରହ୍ଳାଦ ଶତପଥି, କୋଷାଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ପୁର୍ବତନ ସମ୍ପାଦକ ଶତୃଘ୍ନ ସିଂ, ବରିଷ୍ଠ ସଭ୍ୟ ହେମନ୍ତ ବହିଦାର, ଜୟରାମ ମିଶ୍ର, ରମାକାନ୍ତ ସେଟ, ରବୀନ୍ଦ୍ର କୁମାର ମିଶ୍ର, ସୁଧିର ଚନ୍ଦ୍ର ପଣ୍ଡା ଓ ହୃଷିକେଶ ସା ମଂଚାସୀନ ଥିଲେ । ପୁର୍ବତନ ଦକ୍ଷ ଫୁଟବଲ ଖେଳାଳି ଓ କ୍ରୀଡାବିତ ସୁନୀଳ ଚନ୍ଦ୍ର ବିଶ୍ୱାଳଙ୍କ ମାର୍ଗଦର୍ଶନରେ କୃତୀ ପ୍ରତିଯୋଗୀମାନେ ମାର୍ଚ୍ଚଫାଷ୍ଟରେ ଆସି ଅବତରିତ କ୍ରୀଡାଧ୍ୱଜାକୁ ବିଦାୟ ସମ୍ମାନ ଜଣାଇଥିଲେ । କଲେଜଛକ ସରସ୍ୱତୀ ଶିଶୁମନ୍ଦିରର ଘୋଷବାଦକ ଛାତ୍ରମାନେ ଆକର୍ଷଣୀୟ ସହଯୋଗ କରିଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ନୀରିକ୍ଷକ ଜ୍ୟୋତି ପ୍ରସାଦ ପରିଡାଙ୍କ ସହଯୋଗରେ ପ୍ରତ୍ୟେକ ଇଭେଣ୍ଟସର ପରିଚାଳନାଗତ ଦାୟିତ୍ୱକୁ ଶୃଙ୍ଖଳାର ସହ କ୍ରୀଡା ଶିକ୍ଷକମାନେ ନିର୍ବାହ କରିଥିଲେ । ବନିତା ପଟେଲ, ଜୟସ୍ମିତା ନାଏକ ଓ ସ୍ୱାଗତିକା ବଗର୍ତ୍ତି ପ୍ରମୁଖ କୃତୀ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କଲାବେଳେ ସହଯୋଗ କରିଥିଲେ । ପୁର୍ବତନ ଆଥଲେଟ୍ ବିଜୟ ତ୍ରିପାଠୀଙ୍କ ନେତୃତ୍ୱରେ ଅଫିସିଆଲ କାର୍ଯ୍ୟକୁ ମାଧୁରୀ ପଣ୍ଡା ଓ ଅନ୍ୟମାନେ ତୁଲାଇଥିଲେ । ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ଯୁଗ୍ମ ସମ୍ପାଦକ ଶ୍ରୀଯୁ୍‌କ୍ତ ଆଚାର୍ଯ୍ୟ ।
ବାଳକ ୨୦- ୧୦୦ମି. ଓ ୨୦୦ମି.ରେ ହେମନ୍ତ ସେଠ, ୪୦୦ମି. ଓ ୮୦୦ମି.ରେ ଜିତେନ୍ଦ୍ର ମଟାରି, ୧୫୦୦ମି.ରେ ଜୟଦେବ ଧରୁଆ, ୫୦୦୦ମି ଓ ୧୦୦୦୦ମି.ରେ ସୁଶାନ୍ତ ଥପା, ହାଇଜମ୍ପରେ ଆଲୋକ ସାହୁ, ଲଙ୍ଗଜମ୍ପରେ ସୁଜିତ ମହାଲିଙ୍ଗି, ଟ୍ରିପଲ ଜମ୍ପରେ ହିମାଶୁଂ ହାତି, ସଟ୍‌ପୁଟରେ ଅମନ ପାଣ୍ଡେ, ଡିସ୍‌କସରେ ଚନ୍ଦନ ନାୟକ, ହେମର ଥ୍ରୋରେ ଅମିତ କୁମାର ମିଶ୍ର, ଜେଭଲିନରେ ସୁଦେଶ ଚନ୍ଦନ, ବାଲକ-୧୮ : ୧୦୦ମିରେ ଦିପ୍ତେସ ପଣ୍ଡା, ୨୦୦ମିରେ ସ୍ମୁତିରଂଜନ ମଲ୍ଲିକ, ୪୦୦ମି.ରେ ସୁମନ ଦଳାଇ, ୮୦୦ମି.ରେ ବାସୁଦେବ ପଟ୍ଟନାୟକ, ୧୫୦୦ମି.ରେ ଖୁସିରାମ ସେଠ, ୩୦୦୦ ମି. ଡୋଲାମଣି ଚିରଗୁଣ, ହାଇଜମ୍ପରେ ଶ୍ରୀତମ କାଲସାଏ, ଲମ୍ବଜମ୍ପ ରୁଦ୍ରନାରାୟଣ ମିଶ୍ର, ଟ୍ରିପଲଜମ୍ପରେ ସୁମିତ ପ୍ରଧାନ, ସଟ୍‌ପୁଟରେ ସୁବଲ ଗହିର, ଡିସ୍‌କସ୍‌ରେ ଅନିଲ କୁମ୍ଭାର, ହେମର୍‌ରେ ଅରିଜିତ ହନୁମାନ, ଜ୍ୟାଭଲିନରେ ସୌମ୍ୟରଂଜନ ପ୍ରଧାନ, ବାଳକ ୧୬ : ୧୦୦ ମିରେ ସନ୍ତୋଷ ପୁଜାରୀ, ୨୦୦ମି.ରେ ଘାସିରାମ ବଦରା, ୪୦୦ମି.ରେ ସମିର କୁମ୍ଭାର, ୮୦୦ମି.ରେ ମେନୁଆଲ ପୁତ୍ତି, ୨୦୦୦ ମିରେ ଅଙ୍କିତ ସେଠ୍‌, ହାଇଜମ୍ପ ଓ ଲମ୍ବଜମ୍ପରେ ନରେଶ ରୋହିଦାସ,ସଟ୍‌ପୁଟରେ ଧରଣି ନାଗ, ଡିସକସ ଓ ହେମରରେ କୃଷ୍ଣକାନ୍ତ ଅଗ୍ରୱାଲ, ଜ୍ୟାଭେଲିନରେ ଗୁପ୍ତା ଖିଲୋ, ବାଳକ ୧୪ : ୧୦୦ମି.ରେ ଚିନ୍ମୟ ନାଗ, ୬୦୦ ମି. ଓ ଲମ୍ବଜମ୍ପରେ ଜୀବନ ମୁକ୍ତି ବିଲୁଙ୍ଗ, ହାଇଜମ୍ପରେ ଆର୍ଯ୍ୟନ ସୁମନ ଯୋଷି, ସଟ୍‌ପୁଟ ଜନି ସୋରେଙ୍ଗ, ମହିଲା ୧୦୦ ମି. ଓ ୨୦୦ମି. ସୁବାଶିନି କୁଅଁର,୪୦୦ ମି.ରେ ଦିପାଞ୍ଜଳି ନାଏକ,୧୫୦୦ମି. ସଂଗୀତା ବରିହା, ସଟପୁଟ୍‌ରେ ରଂଜିତା ସାଏ, ଡିସ୍‌କସ୍ ମନ୍ଦାକିନି ପୋଡ, ହେମରରେ ଶୁଭଶ୍ରୀ ଗରୁଡ, ଜେଭ୍‌ଲିନରେ ସୁଶ୍ରୀତା ଗରୁଡ, ବାଲିକା ୨୦- ୧୦୦ମି. ପ୍ରତିମା କୁମ୍ଭାର, ୨୦୦ମି. ଓ ୪୦୦ମି.ରେ ପୁଜା ବାଗ, ୮୦୦ମି. ଓ ୧୫୦୦ମି.ରେ ଶୁଭକେଶି ମାଝୀ, ସଟ୍‌ପୁଟ୍ ଓ ଡିସ୍‌କସ୍ ଥ୍ରୋ ରେ ସମିକ୍ଷା ନନ୍ଦ, ଜେଭିଲିନରେ୍ ରିକିତା ଜୁଏଡ, ବାଳିକା -୧୮: ୧୦୦ ମି.ରେ ଅନୁପମା ସିଂ, ୨୦୦ମି. ଓ ୪୦୦ମିରେ ପ୍ରତିମା ଝାଙ୍କର, ୮୦୦ ମି ଓ ୧୫୦୦ମି.ରେ ଚିନ୍ମୟୀ ବଢ଼ିଆ, ହାଇଜମ୍ପରେ ଚିନ୍ମୟୀ ସାହୁ, ଲଙ୍ଗଜମ୍ପରେ ଅନିମା ପଟେଲ,ସଟ୍‌ପୁଟରେ ପ୍ରିୟଙ୍କା ଛତ୍ରୀଆ, ଡିସ୍‌କସ୍‌ରେ ପ୍ରିୟଙ୍କା ସିବ୍‌କା, ଜେଭେଲିନରେ ସୁହିତା ଗରୁଡ, ବାଲିକା ୧୬- ୧୦୦ମି.ରେ ନିକିତା ମହାକୁର, ୨୦୦ମି.ରେ ପାୟଲ ମହାକୁର, ୪୦୦ମି.ରେ ସୌଦାମିନି ବଘାର, ୮୦୦ମି. ଓ ୨୦୦୦ମି.ରେ ପୁଣ୍ଣିମା ମହାକୁର, ହାଇଜମ୍ପରେ ନନ୍ଦିତା ମହାଲିଙ୍ଗ, ଲମ୍ବଜମ୍ପରେ ନିକିତା ମହାକୁର, ସଟ୍‌ପୁଟ୍ ଓ ଡିସ୍‌କସ୍‌ରେ ଶ୍ରଦ୍ଧାଞ୍ଜଳି ମିଶ୍ର, ଜାଭଲିନରେ ଅପର୍ଣ୍ଣା ଶତପଥି, ବାଲିକା -୧୪ : ୧୦୦ମିରେ ତନିସ୍କା ତ୍ରିପାଠୀ, , ୬୦୦ମି.ରେ ପୁଷ୍ପାବତି ଧରୁଆ, ଲମ୍ବଜମ୍ପରେ ତହିସ୍କା ତ୍ରିପାଠୀ ଓ ସଟପୁଟ୍‌ରେ ଅନୁଶ୍ରୀ ଚୌଧୁରି ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।