37.2 C
Bhubaneswar
Friday, April 19, 2024
Homeଓଡିଶାକୁଚ୍ ବିହାର ଟ୍ରଫି : ଓଡିଶାର ଶୋଚନିୟ ପରାଜୟ

କୁଚ୍ ବିହାର ଟ୍ରଫି : ଓଡିଶାର ଶୋଚନିୟ ପରାଜୟ

 
ବଲାଙ୍ଗିର (ଦେବାଶିଷ ମିଶ୍ର )-ସ୍ଥାନୀୟ ଗାନ୍ଧି ଷ୍ଟାଡିୟମରେ ଚାଲିଥିବା ୧୯ ବର୍ଷରୁ କମ୍ କୁଚ୍ ବିହାର ଟ୍ରଫର ତୃତିୟ ଦିବସରେ ଓଡିଶା ଦଳ ତାର ପୁର୍ବଦିନର ଅସମାପ୍ତି ଖେଳ ୨ ୱିକେଟ ୧୬ ରନ୍ ରୁ ଆରମ୍ଭ କରିଥିଲା । ଆଜି ମାତ୍ର ୫୮ ରନ୍ ଯୋଗକରି ସମସ୍ତ ୱିକେଟ ହରାଇ ସମୁଦାୟ ୭୪ ରନ୍ କରିଥିଲା, ଏହା ସହିତ ଓଡିଶା ବ୍ୟାଟିଂ , ବୋଲିଂ øା ଫିଲଡିଙ୍ଗ୍ ସମସ୍ତ ବର୍ଗରେ ବରୋଦା ଠାରୁ ପରାଜୟ ବରଣ କରିଥିଲା । ତେବେ ବରୋଦା ଦଳ ତରଫରୁ ମହେଶ ପିଥିଆ ୪ଗୋଟି, ମହ୍ଲାର ଘେବେରିଆ ୩ଗୋଟି ଏବଂ ଆଶୁତୋଷ ଦାସ ୨ଗୋଟି ୱିକେଟ ଅକ୍ତିଆର କରିଥିଲେ । ଫଳରେ ଓଡିଶା ୩୨୬ ରନ୍ ଏବଂ ୧ ଇନିଂସରେ ପରାଜୟର ସମ୍ମୁଖିନ ହୋଇଥିଲା । ଏହି ଟୁର୍ଣ୍ଟାମେଣ୍ଟରେ ଶତକ ଅର୍ଜନ କରିଥିବା ପରିକ୍ଷିତ ପଟିଦାରଙ୍କୁ ମ୍ୟାନ୍ ଅଫ୍‌ଦିମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ବଲାଙ୍ଗିର କ୍ରୀଡାସଂସଦ କାର୍ଯ୍ୟକାରୀ ସଭାପତି ଡ.ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନି ଉତ୍ସବରେ ବିଶିଷ୍ଟ ସମାଜସେବୀ ଲଲିତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଓ ବରିଷ୍ଟ ସାମ୍ବାଦିକ ଅରବିନ୍ଦ ଦାସ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ସାଧାରଣ ସମ୍ପାଦକ ହରିନାରାୟଣ ପୂଜାରୀ, କ୍ରିକେଟ ସମ୍ପାଦକ ଓମ୍ ପ୍ରକାଶ ଚାନ୍ଦ, ସହ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ, ପୁର୍ବତନ ବିଧାୟକ ରମାକାନ୍ତ ସେଠ୍‌, ପୁର୍ବତନ ସମ୍ପାଦକ ଶତୃଘ୍ନ ସିଂ, ରବିନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking