19.1 C
Bhubaneswar
Tuesday, January 25, 2022
Homeଓଡିଶାପୃଥ୍ୱୀରାଜ ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ପୃଥ୍ୱୀରାଜ ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ବଲାଙ୍ଗୀର,(ଦେବାଶିଷ ମିଶ୍ର)- ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠୀଙ୍କ ସଭାପତିତ୍ୱରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା କ୍ରୀଡା ନିରିକ୍ଷକ ଜ୍ୟୋତି ପ୍ରସାଦ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି କାଲି କ୍ରୀଡାର ଆବଶ୍ୟକତା ଏବଂ ପୃଥ୍ୱୀରାଜ ହାଇସ୍କୁଲର କ୍ରୀଡା କ୍ଷେତ୍ରରେ ଥିବା ଅବଦାନ ସଂପର୍କରେ ଜଣାଇଥିଲେ । ସମ୍ମାନୀତ ଅତିଥି ଭାବରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭାରତୀ ନନ୍ଦ ଯୋଗଦେଇ କ୍ରୀଡାବିତମାନଙ୍କୁ ଉତ୍ସାହିତ କରିଥିଲେ । ସଭା ସଂଯୋଜନା ଓ ପରିଚାଳନା କରିଥିଲେ ଶିକ୍ଷକ ରାମ ଗୋପାଳ ଖମାରୀ ଶର୍ମା ଓ ଶିକ୍ଷକ ବିକାଶ ରଂଜନ ସାହୁ । ଉଦ୍‌ଯାପନୀ ଉତ୍ସବରେ ସଭାପତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠୀ ଛାତ୍ରମାନଙ୍କ ପାଇଁ ଶିକ୍ଷା ସହିତ କ୍ରୀଡା ଓ ବ୍ୟାୟାମ ନିହାତି ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି କ୍ରୀଡା ଉତ୍ସବରେ ଅନ୍ତର୍ଜାତୀୟ ମହିଳା କ୍ରୀକେଟରେ ଖେଳିଥିବା ବଲାଙ୍ଗିରର ଗୌରବ ସୁଶ୍ରୀ ମାଧୁରୀ ମେହେଟା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରମାନଙ୍କୁ ଏକ ସଫଳ କ୍ରୀଡାବିତ ହେବା ପାଇଁ ପ୍ରେରଣା ଯୋଗାଇଥିଲେ । ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସି.ଏନ୍‌.ସି. କଲେଜର ନିର୍ଦ୍ଦେଶକ ଅଶୁତୋଷ ପୁରୋହିତ ଓ ପ୍ରଦୀପ ସାହୁ ବିଦ୍ୟାଳୟର ପୁରାତନ ଛାତ୍ର ଭାବେ ନିଜର ଅନୁଭୁତି ତଥା କ୍ରୀଡା କ୍ଷେତ୍ରରେ ବିଦ୍ୟାଳୟ ପୁରାତନ କ୍ରୀଡାପ୍ରେମୀଙ୍କ ସଂପର୍କରେ ସୂଚନା ପ୍ରଦାନ କରିବା ସହ ବର୍ତ୍ତମାନର ଛାତ୍ରମାନଙ୍କୁ ଶୃଙ୍ଖଳିତ ହେବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ସଭାପତି ଶ୍ରୀମତୀ ସେଠୀ ଅତିଥିମାନଙ୍କୁ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବାର୍ଷିକ ବିବରଣୀ ପାଠ କରିଥିଲେ କ୍ରୀଡା ଦାୟିତ୍ୱରେ ଥିବା ଶିକ୍ଷକ ଅମିତ କୁମାର ବାଗ । ଅନୁଷ୍ଠିତ କ୍ରୀଡା ଉତ୍ସବରେ ଛାତ୍ର ଭବାନୀ ଶଙ୍କର ପ୍ରଧାନ ଓ ଜିତୁ ଭୋଇ ଯଥାକ୍ରମେ ବରିଷ୍ଠ ଓ କନିଷ୍ଠ ବିଭାଗରେ ଗୃପ ଚମ୍ପିୟାନ ହୋଇ ପୁରସ୍କୃତ ହୋଇଥିଲା । ସଭା ଶେଷରେ କ୍ରୀଡା ଶିକ୍ଷକ ବିକାଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷିକା ଏବଂ କର୍ମଚାରୀ ସହଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking