34.1 C
Bhubaneswar
Friday, March 29, 2024
Homeଓଡିଶାନବ ନିର୍ମିତ ଜଗନ୍ନାଥ ମନ୍ଦିରର ରତ୍ନମୁଦ ସମ୍ପନ୍ନ କଲେ ନରସିଂହ

ନବ ନିର୍ମିତ ଜଗନ୍ନାଥ ମନ୍ଦିରର ରତ୍ନମୁଦ ସମ୍ପନ୍ନ କଲେ ନରସିଂହ

ବଲାଙ୍ଗୀର,(ଦେବାଶିଷ ମିଶ୍ର)- ଆଜି ବଲାଙ୍ଗିର ସଦର ବ୍ଲକ ସ୍ଥିତ ଚନ୍ଦନଭାଟି ଗ୍ରାମ ଠାରେ ନବ ନିର୍ମିତ ଜଗନ୍ନାଥ ମନ୍ଦିରର ରତ୍ନମୁଦ ମାନ୍ୟବର ବିଧାୟକ ନରସିଂହ ମିଶଙ୍କ ଦ୍ୱାରା ସମ୍ପନ୍ନ ହୋଇଯାଇଛି । ଆଜି ପୂର୍ବାହ୍ନ ଘ.୧.୨୫ମି. ରେ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ନରସିଂହ ମିଶ୍ର ଯୋଗଦେଇ ସେଠାରେ ଉପସ୍ଥିତ ଥିବା ମୁଖ୍ୟ ପୁଜକ ତଥା ଶହସ୍ରାଧିକ ଗ୍ରାମବାସୀଙ୍କୁ ରତ୍ନମୁଦ ପାଇଁ ଆବଶ୍ୟକିୟ ମୁଲ୍ୟବାନ ବସ୍ତୁଭରା ଏକ ଟୋକେଇ ପ୍ରଦାନ ପୁର୍ବକ ରତ୍ନମୁଦ ଉତ୍ସବ ଆରମ୍ଭ ହୋଇଥିଲା । ପରେ ପରେ ଉପସ୍ଥିତ ଥିବା ସମସ୍ତ ଶ୍ରଦ୍ଧାଳୁ ଗ୍ରାମବାସୀ ନିଜ ଶକ୍ତି ମୁତାବକ ତଥା ଶ୍ରଦ୍ଧାପୂର୍ବକ ଏ ଉତ୍ସବରେ ସାମିଲ ହୋଇଥିଲେ । ଉତ୍ସବରେ ସାମିଲ ଥିବା ସହଶ୍ରାଧିକ ଗ୍ରାମବାସୀଙ୍କୁ ଏହି ଅବସରରେ ଏକତ୍ରିତ ହୋଇ ଅଂଚଳର ସମସ୍ୟାର ସମାଧାନ ଦିଗରେ କାମ କରିବା ପାଇଁ ଆଗ୍ରହ କରିଥିଲେ । ପରେ ସ୍ଥାନୀୟ ମେହେରପଡା ଦ୍ୱାରା ଆୟୋଜିତ ଲକ୍ଷ୍ମୀପୂଜା ମଣ୍ଡପକୁ ଯାଇ ଦର୍ଶନ କରି ଅଂଚଳବାସୀଙ୍କ ଶୁଭମନାସି ଥିଲେ । ଏହି କାର୍ଯ୍ୟକ୍ରମମାନଙ୍କରେ ସଂକିର୍ତ୍ତନ ମେହେର, ରାମଚନ୍ଦ୍ର ପ୍ରଧାନ, କପିଳେଶ୍ୱର ପାଣିଗ୍ରାହୀ, ପ୍ରଭୁଦତ୍ତ ପ୍ରଧାନ, ଟୁନା ପାଣିଗ୍ରାହୀ, ଶ୍ରବଣ ଖମାରୀ, ଦେବ ପ୍ରଧାନ, ଅମ୍ବରେଶ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking