27.8 C
Bhubaneswar
Thursday, April 18, 2024
Homeଓଡିଶାରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ କରୋନା ପିଡିତଙ୍କ ସେବା କଲା କଂଗ୍ରେସ

ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ କରୋନା ପିଡିତଙ୍କ ସେବା କଲା କଂଗ୍ରେସ

ବଲାଙ୍ଗିର : ଆଜି ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ । କଂଗ୍ରେସ ଦଳ ତରଫରୁ ପ୍ରତିବର୍ଷ ଏହି ଦିନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ବିଭୀନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । କିନ୍ତୁ ଏ ବର୍ଷ କରୋନା ର ଦ୍ୱିତୀୟ ଲହର ସମସ୍ତଙ୍କୁ ଅସ୍ତ ବ୍ୟସ୍ତ କରିଛି । ତେଣୁ, ଲୋକେ ଜିବନ ଜୀବିକା ପାଇଁ ସଂଘର୍ଷ କରୁଥିବା ସମୟରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ କରୋନା ପିଡିତଙ୍କୁ ସେବା ଦେଇ ସ୍ୱର୍ଗତ ରାଜୀଭ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି । ଆଜି ଜିଲ୍ଲା ମୂଖ୍ୟାଳୟ ଠାରେ ଭାରତରତ୍ନ ସ୍ୱଗର୍ତ ରାଜୀବ ଗାନ୍ଧୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଜଣାଇବା ସହ ତାଙ୍କର ସ୍ମୃତିଚାରଣ କରାଯାଇଥିଲା ।

ଜିଲ୍ଲା କଂଗ୍ରେସ ସେବାଦଳ ଅଧ୍ୟକ୍ଷ୍ୟ ଅସିତ ମିଶ୍ରଙ୍କ ନେତୃତ୍ୱରେ ସ୍ତାନୀୟ କୃଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ କରୋନା ମହାମାରୀକୁ ନେଇ ସଚେତନ କରିବା ସହ ସେମାନଙ୍କୁ ମାସ୍କ ଓ ସେନିଟାଇଜର ବଣ୍ଟନ କରାଯାଇଥିଲା । ଅନ୍ତେବାସୀମାନେ କୁଷ୍ଟାଶ୍ରମରେ ଥିବା ବିଭିନ୍ ଅସୁବିଧା ବିଷୟରେ ଶ୍ରୀ ମିଶ୍ରଙ୍କ ସହ ଅଲୋଚନା କରିଥିଲେ । କୃଷ୍ଟାଶ୍ରମର ଏହି କାର୍ଯ୍ୟକ୍ରମରେ ଅଢ଼ୂଲ୍ୟ ସେଠ, ଅନ୍ତ ମଛଖଣ୍ଡ, ସୁଦର୍ଶନ ଚିରଗୁ ଓ ଗଣେଶ ଭାଇ ପ୍ରମୂଖ ଉପସ୍ଥିତ ଥିଲେ । ପରେ ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ କରୋନା ପିଡିତଙ୍କ ରକ୍ତାଭାବ ଦୁର କରିବା ପାଇଁ ସେବା ଶିବିର ମାଧ୍ୟମରେ ରକ୍ତ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ର ଜିଲ୍ଲା ମୂଖ୍ୟ ଅଜୟ ବାଲୀ, ଛାତ୍ର କଂଗ୍ରେସ ର ଟୁଲୁ ସେନ, ଜିତେନ ମନହିରା, ପିଣ୍ଟୁ ରଞ୍ଜନ ତରିଆ, ବିକନ ପୁଟେଲ, ଅଜାହରୁଦ୍ଦିନ କାନ ରକ୍ତଦାନ କରି ଥିଲେ ।

ଜିଲ୍ଲା କଂଗ୍ରେସ ତରଫରୁ ଆୟୋଜିତ ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଉପସଭାପତି ମନୀଷ ମିଶ୍ର, ନଗର ସଭାପତି ବୁଲୁ ଦାନୀ ସଞ୍ଜଜନା କରିଥିବା ବେଳେ କ୍‌ଗ୍‌ରେସ ନେତା ଚନ୍ଦ୍ରମଣୀ ତ୍ରିପାଠୀ, ଝୁପଲୁ ମାହାନ୍ତି, ସଞ୍ଜୟ ମିଶ୍ର, ଅଙ୍କିତ ସାହୁ , ନାସର ଖାନ, କିରନ ସେଠ,ଅମୀୟ ବଗର୍ତ୍ତି ପ୍ରମୂଖ ସକ୍ରିୟ ସହ ଯୋଗ କରିଥିଲେ । ଠିକ ସେହିପରି ଲୋଇସିଂହାରେ ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରାଙ୍କ ନେତୃତ୍ୱରେ କରୋନା ସଚେତନତା ସ୍ୱର୍ଗତ କରାଯାଇ ପୁର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । କରୋନା ଆକ୍ରାନ୍ତ ଲୋକଙ୍କୁ ଠିକ ହିସାବରେ କଂଗ୍ରେସ ଦଳ ସେବା କରିପାରିଲେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ବେହେରା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking