31.1 C
Bhubaneswar
Friday, March 29, 2024
Homeଅପରାଧଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍‌, ଜେଲ ଗଲା ପ୍ରେମିକ

ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍‌, ଜେଲ ଗଲା ପ୍ରେମିକ

ଟିଟିଲାଗଡ : ଫେସ୍‌ବୁକ୍‌ରୁ ପ୍ରେମ । ପରେ ଦେଖାସାକ୍ଷାତ ଓ ଶାରୀରିକ ସମ୍ପର୍କ । ମାତ୍ର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍ କରିବା ମହଙ୍ଗା ପଡ଼ିଛି ପ୍ରେମିକକୁ । ପୁଲିସ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଗତ ଛଅ ବର୍ଷ ତଳେ ଟିଟିଲାଗଡ ସହରର ୱାର୍ଡ ନଂ ୩ ସ୍ୱାଧୀନପଡ଼ାର ଜଣେ ଯୁବତୀଙ୍କ ସହ ଫେସବୁକ୍ ଜରିଆରେ ଟିଟିଲାଗଡ ସହରର ପଦ୍ମନାଭପୁର ନିବାସୀ ଏସ୍‌. କେ. ଅସଲମ ନାମକ ଜଣେ ଯୁବକଙ୍କ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା । ପରେ ଉକ୍ତ ଯୁବକ ଜଣକ ପ୍ରେମିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ । ପ୍ରେମିକାର ପରିବାର ଲୋକେ ଏହାକୁ ଘୋର ବିରୋଧ କରିବାରୁ ପ୍ରେମିକା ଜଣକ ଉକ୍ତ ଯୁବକକୁ ବାହା ହେବାପାଇଁ ଅନୁରୋଧ କରିଥିଲେ । କିନ୍ତୁ ଯୁବକ ଜଣକ ବିବାହ ପାଇଁ ମନା କରି ଓଲଟା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସବୁ କୁ ଭାଇରାଲ୍ କରିଦେବାକୁ ଧମକ ଦେଇଥିଲେ । ଏଥିରେ ଯୁବତୀ ଜଣକ ମାନସିକ ଅବସାଦରେ ଆତ୍ମହତ୍ୟା କରିବାର ସମ୍ଭାବନାକୁ ଦେଖି ପରିବାରର ଲୋକେ ଟିଟିଲାଗଡ ଥାନାକୁ ଆସି ଏତଲା ଦେଇଥିଲେ । ଅଭିଯୁକ୍ତ ଯୁବକ ଅସଲାମ ଏହା ଜାଣି ଏକ ଜାଲ ଫେସବୁକ୍ ଆଇଡି କରି ଉକ୍ତ ଭିଡିଓ ଓ ଫଟୋକୁ ଭାଇରାଲ କରିଦେଇଥିବା ପ୍ରେମିକା ଜଣକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ଟିଟିଲାଗଡ ଥାନା ଏସ୍‌ଆଇ ସାବିତ୍ରୀ ଖାଖା ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରିଥିଲେ । ସ୍ଥାନୀୟ ଏସ୍‌ଡିଜେଏମ୍ କୋର୍ଟରେ ଜାମିନ ନାମଞ୍ଜୁର ହୋଇଯିବାରୁ ଅଭିଯୁକ୍ତକୁ ଟିଟିଲାଗଡ଼ ଜେଲକୁ ପଠାଯାଇଛି । ଏହି ଘଟଣାରେ ପୁଲିସ ଅଭିଯୁକ୍ତର ଜଣେ ସାଙ୍ଗ ଏମ୍‌ଡି ସୋହେଲଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରି ଅନୁସନ୍ଧାନ ଚଳାଇଛି । ଏହିପରି ସମ୍ବେଦନଶୀଳ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସହରର ବିଭିନ୍ନ ମହଲରୁ ଦାବି ଉଠିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking