34.1 C
Bhubaneswar
Friday, March 29, 2024
Homeଓଡିଶା୧୦ ଦଫା ଦାବୀରେ ଅଭିଭାବକ ମହାସଂଘର ଆମରଣ ଅନଶନ

୧୦ ଦଫା ଦାବୀରେ ଅଭିଭାବକ ମହାସଂଘର ଆମରଣ ଅନଶନ

 

ବାଲାଙ୍ଗିର, (ଦେବାଶିଷ ମିଶ୍ର) – ୧୦ ଦଫା ଦାବି ତଥା ଜିଲ୍ଲାପ୍ରଶାସନର ଅପାରଗତା ବିରୁଦ୍ଧରେ ଅଭିଭାବକ ମହାସଂଘ ଆଜି ବଲାଙ୍ଗିର ଜିଲ୍ଲ୍‌ାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ର ଡାକରା ଦେଇଛି । ସେହି କ୍ରମରେ ମହାସଂଘର ଉପାଧକ୍ଷ୍ୟ ପ୍ରଦ୍ୟୁମ୍ନ ମିଶ୍ର,ବଲାଙ୍ଗିର ଜିଲ୍ଲା ଆବାହକ ଚକ୍ରପାଣୀ ମିଶ୍ର ଓ ଲିଟିଲ ଫ୍ଲାୱାର ସ୍କୁଲ ଆବାହକ ଦେବାରାଜ ଗୋୟଲ ଆମରଣ ଅନଶନରେ ବସିଛନ୍ତି । କୋଭିଡ ସମୟରେ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି ବାବଦକୁ ମାନ୍ୟବର ହାଇକୋର୍ଟ ଓ ଓଡିଶା ମାନବ ଅଧିକାର କମିଶନ ଏକ ନିର୍ଦ୍ଦେଶାବଳୀ ଜାରି କରିଥିଲେ । କିନ୍ତୁ ଏହି ନିର୍ଦ୍ଦେଶାବଳୀ ବିରୁଦ୍ଧରେ ସ୍ଥାନୀୟ ଲିଟିଲ ଫ୍ଲାୱାର ସ୍କୁଲ ବେଆଇନ ଫି ଆଦାୟ କରୁଛି ।ଆହୁରି ଫି ଅଦାୟ ବାବଦକୁ ଜାଲି ରସିଦ ପ୍ରଦାନ କରୁଛି । ଏହି ଘଟଣାରେ ମହାସଂଘ ବିଭୀନ୍ନ ତଥ୍ୟ ସହ ହାଇକୋର୍ଟ ନିର୍ଦ୍ଦେଶାବଳୀ ଲାଗୁ କରି ଲିଟିଲ ଫ୍ଲୱାର ସ୍କୁଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନର ସହାୟତା ଲୋଡିଛି । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଜିଲ୍ଲା ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ବେଳେ ନିଜକୁ ଅପାରଗତ ସାବିତ କରିଛି । ତେଣୁ ବାଧ୍ୟ ହୋଇ ନିଜ ହକ ପ୍ରାପ୍ତି ପାଇଁ ଅଭିଭାବକ ମହାସଂଘ ଆଜି ଆମରଣ ଅନଶନରେ ବସିବାକୁ ବାଧ୍ୟ ହୋଇଛି ବୋଲି ମହାସଂଘ ତରଫରୁ କୁହାଯାଇଛି । ତେବେ ଜିଲ୍ଲା ଶିକ୍ଷା ବିଭାଗ ସହିତ କୌଣସି ସଂପର୍କ ହୋଇ ପାରି ନଥିବା ବେଳେ ଲିଟିଲ ଫ୍ଲାୱାର ସ୍କୁଲ କର୍ତ୍ତୁପକ୍ଷ୍ୟ ଏସଂକ୍ରାନ୍ତିୟ କୌଣସି ତଥ୍ୟ ଦେବାକୁ ମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking