34.1 C
Bhubaneswar
Friday, March 29, 2024
Homeଓଡିଶାମାନବାଧିକାରର ଖୋଲାଖୋଲି ଉଲ୍ଲଂଘନ

ମାନବାଧିକାରର ଖୋଲାଖୋଲି ଉଲ୍ଲଂଘନ

ବଲାଙ୍ଗିର  : ଆଜି ବଲାଙ୍ଗିର ୱାର୍ଡ ନଂ୮ ଅନ୍ତର୍ଗତ ବ୍ରହ୍ମଣ ପଡା, କରଙ୍ଗାକଟା ବନ୍ଧ ଆଡି ଓ ମାରୱାଡି ବନ୍ଧ ଆଡି ଅଂଚଳରେ ଜିଲ୍ଲା ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ଏହି ପ୍ରକ୍ରିୟାରେ ଏକା ଥରକୁ ପ୍ରାୟ ୧୩୦ଟି ଘର ପ୍ରଭାବିତ ହୋଇଥିବା ବେଳେ ଏ ଅଂଚଳର ଲୋକେ ଖାଦ୍ୟ, ବସ୍ତ୍ର ଓ ବାସଗୃହରୁ ବେଦଖଲ ହୋଇଥିବା ଅଭିଯୋଗ କରିଛନ୍ତି । ଉଚ୍ଛେଦ ପୂର୍ବରୁ ବିସ୍ତାପିତଙ୍କୁ ସରକାର ଜମି ଓ ବାସଗୃହ ଯୋଗାଇଦେବାର ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ କୋଭିଡ୍‌ ସମୟରେ ଖୋଦ ଜିଲ୍ଲା ପ୍ରଶାସନ ଅଂଚଳବାସୀଙ୍କ ମାନବଅଧିକାର ହନନ କରିଛି । ଆହୁରି ଘରଭାଙ୍ଗୁ ଥିବା ସରକାରୀ ବାବୁଙ୍କ ଖାଇବା ପାଇଁ ବିରିଆନୀ ବ୍ୟବସ୍ଥା କରାଯାଇଥିବା ବେଳେ ଜବର ଦଖଲ ଉଚ୍ଛେଦରେ ସର୍ବଶ୍ୱ ହରାଇଥିବା ବସ୍ତି ବାସିନ୍ଦାଙ୍କ ପାଇଁ ପାଣୀ ମୁନ୍ଦିଏର ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ । ବିସ୍ତାପନ ପାଇଁ ଆବଶ୍ୟକୀୟ ସମୟ ନଦେଇ କରାଯାଉଥିବା ଏହି ଜବର ଦଖଲ ଉଚ୍ଛେଦ ଆମକୁ କେବଳ ଆମ କଷ୍ଟନିର୍ମିତ ବାସଗୃହରୁ ନୁହେଁ ବରଂ ଆମର ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତା ଯଥା ଖାଦ୍ୟ, ବସ୍ତ୍ର ଓ ବାସଗୃହରୁ ଏକାଥରକୁ ଉଚ୍ଛେଦ କରାଯାଇଛି ବୋଲି ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି ।

 

ଉଚ୍ଛେଦ ଆଶଙ୍କା ପ୍ରକାଶ ପାଇବା ପରେ ବ୍ରାହ୍ମଣପଡା ବସ୍ତି ବାସିନ୍ଦା ପୌରପରିଷଦ ଓ ଜିଲ୍ଲାପାଳ କାର୍ଯ୍ୟାଳୟର ଚକ୍କର କାଟିଥିଲେ । ବହୁ କଷ୍ଟ ପରେ ଗତ ବୁଧବାର ଜିଲ୍ଲାପାଳଙ୍କୁ ଦେଖାକରି ବିସ୍ତାପନ ପାଇଁ ଅତି କମରେ ସପ୍ତାହେ କିମ୍ବା ଦୁଇ ସପ୍ତାହ ସମୟ ମାଗିଥିଲେ । ଜିଲ୍ଲାପଳ ମଧ୍ୟ ବସ୍ତି ବାସିନ୍ଦାଙ୍କୁ ଆବଶ୍ୟକୀୟ ସମୟ ଯୋଗାଇ ଦିଆଯିବା ନେଇ ପ୍ରତିଶୃତି ଦେଇଥିଲେ । କିନ୍ତୁ ହଠାତ କ’ଣ ହେଲା ଶୁକ୍ରବାର ସନ୍ଧ୍ୟାରେ ପୌରପରିଷଦ ତରଫରୁ ଘର ଖାଲି କରିବା ନେଇ ଘୋଷଣା କରାଯାଇଥିଲା । ଆଜି ସକାଳୁ ଜିଲ୍ଲା ପ୍ରଶାସନ ସଦଳବଳ ଆସି ତରବରିଆ ଭାବେ ବସ୍ତି ବାସିନ୍ଦାଙ୍କ ଘର ଭଙ୍ଗା ଆରମ୍ଭ କରିଛି ଏପର୍ଯ୍ୟନ୍ତ ଗରିବ ଖଟିଖିଆ ବସ୍ତି ବାସିନ୍ଦାଙ୍କ ଥଇଥାନର କୌଣସି ବ୍ୟବସ୍ଥା ହୋନଥିବା ବେଳେ ବସ୍ତି ବାସିନ୍ଦା ଯିବେ କୁଆଡେ ତାହା ଏକ ବିରାଟ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୋଭିଡ୍‌ ସମୟରେ ଜନସାଧାରଣଙ୍କୁ ଘରଭଡା ଛାଡ କରିବା ପାଇଁ ଅନୁରୋଧ କରିଥିବା ମୂଖ୍ୟମନ୍ତ୍ରୀ  ଗରିବ ଖଟିଖିଆଙ୍କୁ ବେଦଖଲ କରିବାକୁ ମାତିଛନ୍ତି କିପରି ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।

ସେହିପରି ବିସ୍ତାପିତଙ୍କୁ ଥଇଥାନ ନକରା ଯିବା ପର୍ଯ୍ୟନ୍ତ ଜଣେବି ବ୍ୟକ୍ତିକୁ ଉଚ୍ଛେଦ କରାଯିବା ନାହିଁ । ତା ସତ୍ୱେ ଯଦି ସରକାର କିମ୍ବା ପ୍ରଶାସନ ଜବର ଦଖଲ ଉଚ୍ଛେଦ ଆରମ୍ଭ କରନ୍ତି ତେବେ ମୁଁ ପ୍ରଥମେ ଘରଭଙ୍ଗା ଗାଡି ସାମନରେ ଛିଡା ହେବି ବୋଲି ବଲାଙ୍ଗିର ବିଧାୟକ ପ୍ରତିଶୃତି ଦେଇଥିଲେ । କିନ୍ତୁ ଆଜି ବିନା ଥଇଥାନରେ କିପରି ସାରା ସହରରେ ଜବର ଦଖଲ କରାଯାଉଛି । ଆଜି ସେହି ବିଧାୟକ କୋଉଠି ବୋଲି ବସ୍ତି ବାସିନ୍ଦା କ୍ଷୋଭ ପ୍ରକାଶ କରିବା ସହ ପ୍ରଶ୍ନ କରିଛନ୍ତି । ତେବେ ଯଥା ଶିଘ୍ର ବିସ୍ଥାପିତଙ୍କୁ ଥଇଥାନ କରା ନ ଗଲେ ଆଗାମୀ ଦିନରେ ଜୋରଦାର ଅନ୍ଦୋଳନ କରାଯିବବୋଲି ବସ୍ତି ବାସିନ୍ଦା ପ୍ରଶାସନକୁ ତାଗିଦ କରିଛନ୍ତି ।

ପ୍ରକାଶ ଯେ, ଗତ କିଛି ମାସ ହେବ ସହର ପ୍ରତି ଆଖି ବନ୍ଦ କରିଥିବା ଜିଲ୍ଲା ପ୍ରଶାସନ ହଠାତ ଜଗିଉଠିଛି । କିଛି ମାସ ପୂର୍ବରୁ ସହରର ବିଭିନ୍ନ ଗଳି ମାନଙ୍କରେ ଜବର ଦଖଲ ଉଚ୍ଛେଦ କରାଯାଇଥିବା ବେଳେ ପରେ ରାଜେନ୍ଦ୍ର କଲେଜ ପଛପଟ ସୁର୍ଯ୍ୟନଗର ଏବଂ ଆଜି କରଙ୍ଗାକଟା ଓ ମାରୱାଡି ବନ୍ଧ ଆଡି ଅଂଚଳ ଜବର ଦଖଲ ଉଚ୍ଛେଦ ଆରମ୍ଭ କରିଛି । ବିଧାୟକ ନରସିଂହ ମିଶ୍ର ପ୍ରଚେଷ୍ଟାରେ ଜବର ଦଖଲ ଉଚ୍ଛେଦରେ ପ୍ରଭାବିତ ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ୧୫ ଏକର ଜମି ଚିହ୍ନଟ କରାଯାଇଛି । କିନ୍ତୁ ବିଧାୟକଙ୍କ ବାରମ୍ବାର ସମୀକ୍ଷା ଓ ଅନୁରୋଧ ସତ୍ୱେ ପ୍ରଶାସନ ତରଫରୁ ସେଠାରେ ବିସ୍ତାପିତଙ୍କୁ ଥଇଥାନ କରାଯାଉ ନାହିଁ ।

ରାଜେନ୍ଦ୍ର କଲେଜ ପଛପଟ ସୁର୍ଯ୍ୟ ନଗର ଉଚ୍ଛେଦ ସମୟରେ ମଧ୍ୟ ବିସ୍ତାପିତଙ୍କ ଥଇଥାନ ନହେବା ଯାଏଁ ଲୋକଙ୍କ ଖାଇବା ଓ ରହିବା ପାଇଁ ସରକାରୀ ବନ୍ଦୋବସ୍ତ କରିବା ପାଇଁ ବିଧାୟକ ପ୍ରଶାସନକୁ ନିର୍ଦ୍ଦେଶ କରିଥିଲେ । ପ୍ରଥମ କରି ଏହି ସମୟରେ ପ୍ରଶାସନ ତରଫରୁ ତିନୋଟି ସ୍କୁଲରେ ଉଚ୍ଛେଦରେ ପ୍ରଭାବିତ ଲୋକଙ୍କ ପାଇଁ ଖାଇବା ଓ ରହିବା ବ୍ୟବସ୍ତା କରାଯାଇଥିଲା । କିନ୍ତୁ ଆଜିର ଉଚ୍ଛେଦ ପ୍ରକ୍ରିୟାରେ ପ୍ରଶାସନ ତରଫରୁ ଏଭଳି କୌଣସି ବ୍ୟବସ୍ତା ଦେଖିବାକୁ ମିଳିନଥିଲା । ଏ ବିଷୟରେ ଉପସ୍ଥିତ ଉପ- ଜିଲ୍ଲାପାଳ ସୁଧାକର ନାଏକଙ୍କୁ ପଚାରିବାରୁ ସୂର୍ଯ୍ୟନଗର ଉଚ୍ଛେଦ ସମୟରେ ଲୋକଙ୍କ ଖାଇବା ବ୍ୟବସ୍ଥା କରାଯାଇଥିଲା । ଲୋକେ ନ ଆସିବାରୁ ଅନେକ ଖାଦ୍ୟ ସାମଗ୍ରୀ ଅଯଥା ନଷ୍ଟ ହେଲା । ତେଣୁ ଏ ଥରକ ଏଭଳି କୌଣସି ବ୍ୟବସ୍ତା କରାଯାଇନାହିଁ । ଲୋକଙ୍କ କୌଣସି ଅସୁବିଧା ନାହିଁ , ଲୋକେ ବେଶ ସହେଯାଗ କରୁଛନ୍ତି ବୋଲି ସେ ତାଙ୍କ ଉତ୍ତରରେ କହିଥିଲେ । ତେବେ ଉପ- ଜିଲ୍ଲାପାଳଙ୍କ ଏହି ଉତ୍ତର ଗରିବ ଜନସାଧାରଣଙ୍କ ମାନବ ଅଧିକାର ପ୍ରତି କେତେ ଯୁକ୍ତି ଯୁକ୍ତ ତାହା ପାଠକେ ବିଚାର କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking