34.1 C
Bhubaneswar
Friday, March 29, 2024
Homeଓଡିଶାଅସହାୟ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ 

ଅସହାୟ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ 

ବଲାଙ୍ଗୀର ,- ବିଭିନ୍ନ ସରକାରୀ ଯୋଜନା ପରେ ମଧ୍ୟ  ଅନେକ ଅସହାୟ ପଡ଼ି ରହୁଛନ୍ତି ସାହାଯ୍ୟ ଅପେକ୍ଷାରେ । ସମାଜ ରୁ ମିଳୁନି ସାଧାରଣ ସହାୟତା । ଅନେକ ରୋଗଗ୍ରସ୍ତ  ସହାୟତା ଅଭାବରୁ   ଡାକ୍ତରଖାନାକୁ ପହଂଚି ପାରୁ ନଥିବା ବେଳେ ଆଉ କିଛି ମୃତ୍ୟୁ ପରେ ପଡି ରହୁଛନ୍ତି ସତ୍କାର ଅପେକ୍ଷା ରେ । ଏଭଳି ଅସହାୟ ଙ୍କ ସାହା ପାଲଟିଛି ବଲାଙ୍ଗିର ର ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ । ଅସହାୟ ରୋଗୀଙ୍କୁ ଡାକ୍ତରଖାନା କୁ ଆଣି, ସେବା ଶୁଶ୍ରୁଷା କରିବା ହେଉ କି ଅସହାୟ ଶବକୁ ସମ୍ମାନର ସହ ସତ୍କାର କରିବା ହେଉ , ସମାଜକୁ ମାନବତା ର ପ୍ରକୃତ ବାର୍ତ୍ତା ଦେବା ସହ ଯୁବ ସମାଜକୁ ମାନବସେବା ର ପ୍ରେରଣା ଯୋଗାଉଛି ବିଙ୍ଗ ହ୍ୟୁମାନ ।
ସୋମବାର ଦିନ , ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ ରେ । ଏହି ଗାଁ ର ନିତ୍ୟାନନ୍ଦ ଦାସ ଭୂମିହୀନ । ତାଙ୍କ ଝାଟି ମାଟି ର କୁଡ଼ିଆ ଭାଙ୍ଗି ଯିବାରୁ, ସେ  ପୁରୁଣା ସ୍କୁଲ ରେ ଆଶ୍ରୟ ନେଇ ରହୁଥିଲେ । ଦୁଇ ପୁଅ ଓ ଗୋଟିଏ ଝିଅ ଥିବା ସତ୍ୱେ ବୃଦ୍ଧ ଦମ୍ପତ୍ତି ଏକା ରହୁଥିଲେ । ନା କାହାର ସାହା ନା ଭରଷା । ହଠାତ ତିନି ଦୀନ ପୂର୍ବରୁ ନିତ୍ୟାନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲା । ତାଙ୍କ ସ୍ତ୍ରୀ ଙ୍କ ଅନୁରୋଧ କ୍ରମେ ନିତ୍ୟାନନ୍ଦଙ୍କୁ ଚିକିତ୍ସା ପାଇଁ ଲୋଇସିଂଘା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା ବିଙ୍ଗ ହ୍ୟୁମାନ ସଂଗଠନ । କିନ୍ତୁ ସୋମବାର ଦିନ ହଠାତ ନିତ୍ୟାନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡିବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କୁ ପଠା ଯାଇଥିଲା । ଅନୁଷ୍ଠାନ ର କର୍ମକର୍ତା ମାନେ ବୃଦ୍ଧଙ୍କୁ ଆଣି  ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ରେ ତାଙ୍କର ଚିକିତ୍ସା କରାଇଥିଲେ । କିନ୍ତୁ ସେଠାରେ ଅସହାୟ ଙ୍କ  ମୃତ୍ୟୁ ହୋଇଯାଇଥିଲା । ସାଙ୍ଗରେ ଥିଲେ କେବଳ ତାଙ୍କର ବୃଦ୍ଧା ନିରୁପାୟ ସ୍ତ୍ରୀ । ଶବ ନେଇ ସତ୍କାର କରିବା ପାଇଁ କେହି ଆତ୍ମୀୟ ମଧ୍ୟ ପାଖକୁ ଆସିଲେ ନାହିଁ । ଫଳରେ ବିଙ୍ଗ ହ୍ୟୁମାନ ର କର୍ମକର୍ତା ମାନେ ଏକ ଆମ୍ବୁଲାନ୍ସ ଯୋଗେ ଶବ କୁ ତାଙ୍କ ଗାଁ କୁ ନେଇ କି ଯାଇଥିଲେ । ସେଠାରେ ତାଙ୍କ ବଡ ପୁଅ କୁ ବୁଝାଇ ଆଣିବା ସହ କର୍ମକର୍ତ୍ତା ମାନେ ଗାତ ଖୋଲି ଶବ ସତ୍କାର କରିଥିଲେ । ଶେଷରେ  ନିତ୍ୟାନନ୍ଦଙ୍କ ସ୍ତ୍ରୀ ଙ୍କୁ କିଛି ଆର୍ଥିକ ସାହାଯ୍ୟ ମଧ୍ୟ ଯୋଗାଇଥିବା ସୂଚନା ମିଳିଛି ।
ଏହି ମହତ ଉଦ୍ଦେଶ୍ୟରେ ବିଙ୍ଗ ହ୍ୟୁମାନ ର ସଭାପତି ସୋମନାଥ ମିଶ୍ର,ସମ୍ପାଦକ ବିବେକ ପଟେଲ, ବ୍ରଜଗୋପାଳ ସିଂ, ପ୍ରିତମ ବରlଡ଼, ଦିଲୀପ ଛତ୍ରିଆ,ଵାପିନା ମହାରଣା, ଶୁଭ୍ରାନ୍ତ ନନ୍ଦ, ବିଙ୍ଗ ହ୍ୟୁମାନ ଆଗଲପୁର ଶାଖା ର ସଂଯୋଗ ସାହୁ, ବୁଦ୍ଧଦେବ ସାହୁ, ସୁଜିତ କର୍ଣ୍ଣ, ନଅଗାଁ ଶାଖା ର ମନୋଜ ସାହୁ ଆଦି ସଦସ୍ୟ ମାନେ ରହି ଅସହାୟ ବୃଦ୍ଧା ଙ୍କୁ ସହଯୋଗ କରିଥିଲେ । ସ୍ଥାନୀୟ ଲୋକେ ଅସହାୟ ବୃଦ୍ଧାଙ୍କୁ ସରକାରୀ ସହଯୋଗ ଦାବି କରିବା ସହ ବିଙ୍ଗ ହ୍ୟୁମାନର କାର୍ଯ୍ୟକର୍ତାଙ୍କୁ ଏହି ମହତ କାମ ପାଇଁ ଖୁବ ପ୍ରଶଂସା କରିଥିଲେ ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking