37.2 C
Bhubaneswar
Friday, April 19, 2024
Homeଅପରାଧନ୍ୟାୟ ପାଇ ନାହାନ୍ତି ସ୍ନେହଲତା, ୩୦ ସାଂସଦଙ୍କୁ ସିବିଆଇ ତଦନ୍ତର ସୁପାରିଶ ପାଇଁ ପତ୍ର

ନ୍ୟାୟ ପାଇ ନାହାନ୍ତି ସ୍ନେହଲତା, ୩୦ ସାଂସଦଙ୍କୁ ସିବିଆଇ ତଦନ୍ତର ସୁପାରିଶ ପାଇଁ ପତ୍ର

ବଲାଙ୍ଗିର, – ଦିର୍ଘ ପାଞ୍ଚ ବର୍ଷ ପରେ ମଧ୍ୟ ସ୍ନେହଲତା ନ୍ୟାୟ ପାଇ ନାହାନ୍ତି । ଆଜି ବି ଏହି ଲୋମ ହର୍ଷଣକାରୀ ଘଟଣାର ଦୋଷି ଖୋଲା ବୁଲୁଛନ୍ତି ବୋଲି କହିବା ସହ ପଶ୍ଚିମ ଓଡିଶା ସାବିତ୍ରୀ ବାଇ ଫୁଲେ ମହିଳା ସଂଗଠନ ତରଫରୁ ସ୍ଥାନିୟ ଆମ୍ବେଦକରଙ୍କ ପ୍ରତିମୃତ୍ତି ସ୍ଥଳରୁ ଓଡିଶାର ସମସ୍ତ ସାଂସଦକୁ ସ୍ନେହଲତା ଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବାକୁ ଅନୁରୋଧ କରାଯାଇଅଛି ।
ପ୍ରକାଶ ଥାଉ କି ୨୦୧୫ ମଇ ୨୨ ତାରିଖ ଦିନ ଦଳିତ ନାବାଳିକା ସ୍ନେହଲତା ଛତ୍ରିଆକୁ ଗଣଧର୍ଷଣ ପରେ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଏପରିକି ସ୍ନେହଲତା ଜଣେ ମେଧାବୀ ଛାତ୍ରୀ ଥିବା ସଙ୍ଗେ ମେଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ରେ ଉତ୍ତିର୍ଣ ହୋଇଥଲେ । କିନ୍ତୁ ଏହି ଘଟଣାର ନିଆଁ ଜଳିବା ପୂର୍ବରୁ ଲୋକଙ୍କ ସ୍ୱରକୁ ଚପେଇ ଦେବା ପାଇଁ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ଘୋଷଣା କଲେ । କ୍ରାଇମବ୍ରାଞ୍ଚ ତଦନ୍ତ କେବଳ ଘୋଷଣାରେ ହିଁ ସିମିତ ରହିଗଲା । ଘଟଣାକୁ ୫ବର୍ଷ ପୁରି ଯାଇଥିଲେ ମଧ୍ୟ ସ୍ନେହଲତା କୁ ନ୍ୟାୟ ମିଳିପାରି ନାହିଁ । କ୍ରାଇମବ୍ରାଞ୍ଚର କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି । ଆଜି ପର୍ଯ୍ୟନ୍ତ ଚାର୍ଜସିଟ ମଧ୍ୟ ଦାଖଲ କରାଯାଇ ନାହିଁ । ଏହା ଦିଲ୍ଲୀ ନିର୍ଭୟା ଘଟଣା ପରି ଏକ ଭୟଙ୍କର ଘଟଣା କିନ୍ତୁ ସରକାର ଆଜି ପର୍ଯ୍ୟନ୍ତ ସ୍ନେହଲତାକୁ ନ୍ୟାୟ ଦେଇପାରିଲେ ନାହିଁ । ଏଣୁ ଜଣେ ଦଳିତ ନାବାଳିକା ଗଣଦୁର୍ଷମ ଘଟଣାର ପର୍ଦ୍ଦାଫାସ ପାଇଁ ପଶ୍ଚିମ ଓଡିଶା ସାବିତ୍ରୀ ବାଇ ଫୁଲେ ସଂଗଠନ ସଂଗ୍ରାମ ଜାରି ରଖିଛି । ସ୍ନେହଲତାକୁ ନ୍ୟାୟ ପ୍ରଦାନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଦାବି ଉପସ୍ଥାପନ କରୁଅଛି । ଘଟଣାର ସିବିଆଇ ତଦନ୍ତ ହେଲେ ହିଁ ସ୍ନେହଲତା କୁ ନ୍ୟାୟ ମିଳିପାରିବ । ଏଣୁ ସ୍ନେହଲତା ଘଟଣାର ସିବିଆଇ ତଦନ୍ତ କରିବାକୁ ସୁପାରିଶ କରିବା ପାଇଁ ସମସ୍ତ ସାଂସଦଙ୍କୁ ଅନୁରୋଧ କରାଯାଇଛି ବୋଲି ଅନୁଷ୍ଠନ ତରଫରୁ କୁହାଯାଇଛି । ବାବା ସାହେବ ଆମ୍ବେଦକର ପ୍ରତିମୃତ୍ତି ସ୍ଥଳରୁ ଏହି ପ୍ରକ୍ରିୟା ଆରମ୍ଭ କଲେ କାଳେ ଜଣେ ଦଳିତ ନାବାଳିକା ନ୍ୟାୟ ପାଇ ପାରିବ ବୋଲି ଅନୁଷ୍ଠାନର ସଭାପତି ଚମ୍ପା ନାଗ, ଉପ-ସଭାପତି ସୁଭଦ୍ରା ସୁନା, ସାଧାରଣ ସଂପାଦକ ଅରୁଣା ନାଗ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking