31.1 C
Bhubaneswar
Friday, March 29, 2024
Homeଓଡିଶାସ୍ନେହଲତା ଦୁଷ୍କର୍ମ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳଙ୍କୁ ଦାବିପତ୍ର

ସ୍ନେହଲତା ଦୁଷ୍କର୍ମ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳଙ୍କୁ ଦାବିପତ୍ର

(ଡାକ୍ତର ମନୋଜ ଅଗ୍ରୱାଲ ଏବଂ ଡିଏସ୍‌ପି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି)

ବଲାଙ୍ଗିର, -ସ୍ନେହଲତା ଛତ୍ରିଆ ଦୁଷ୍କର୍ମ ହତ୍ୟା ଘଟଣାକୁ ପାଞ୍ଚ ବର୍ଷ ପୁରି ଯାଇଥିଲେ ମଧ୍ୟ ନ୍ୟାୟ ମିଳିପାରି ନ ଥିବାରୁ ପଶ୍ଚିମ ଓଡିଶା ସାବିତ୍ରିବାଇ ଫୁଲେ ମହିଳା ସଂଗଠନ ଏକ ଦୁଇ ଦଫା ସମ୍ମଳିତ ଦାବିପତ୍ର ଗୋଷ୍ଠି ଉନ୍ନୟନ ଅଧିକାରୀ ଖପ୍ରାଖୋଲଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରିଅଛି । ପ୍ରକାଶଥାଉ କି ଦଳିତ, ମେଧାବୀ, ନାବାଳିକା, ସ୍ନେହଲତା ଛତ୍ରିଆଙ୍କୁ ୨୦୧୫ ମେ ୨୨ ତାରିଖ ଦିନ ଗଣ ଧର୍ଷଣ ପରେ ବିଭତ୍ସ ଭାବରେ ହତ୍ୟା କରାଗଲା । ଲୋକଙ୍କ ସ୍ୱରକୁ ଦବାଇ ଦେବା ପାଇଁ ରାଜ୍ୟ ସରକାର ସଙ୍ଗେ ସଙ୍ଗେ କ୍ରାଇମ ବ୍ରାଞ୍ଚ ତଦନ୍ତର ଘୋଷଣା କଲେ । କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକାରୀ ଭାବରେ ଡିଏସ୍‌ପି ପି.କେ. ମିଶ୍ର ଦୁଇ ତିନି ଥର ଘଟଣା ସ୍ଥଳକୁ ଆସି ଆଜି ପର୍ଯ୍ୟନ୍ତ କୈଣସି ରିପୋର୍ଟ ଦାଖଲ କଲେ ନାହିଁ । ଅନ୍ୟ ପକ୍ଷରେ ଉପରଠାଉରିଆ ଭାବରେ ପୋଲିସ ଦୁଇ ଜଣଙ୍କୁ ଗିରଫ କଲା ସେମାନେ ଜେଲରୁ ଜାମିନରେ ମୁକୁଲି ଆରାମରେ ରହୁଛନ୍ତି । ଡାକ୍ତର ମନୋଜ ଅଗ୍ରୱାଲ ଶବକୁ ବ୍ୟବଚ୍ଛେଦ ମଧ୍ୟ କଲେ ନାହିଁ । ଦିଲ୍ଲୀର ନିର୍ଭୟା ଘଟଣାରୁ ଏହି ଘଟଣା କୌଣସି ହିସାବରେ କମ୍ ନୁହେଁ । ସ୍ନେହଲତା ଏକ ଦଳିତ ନାବାଳିକା ହୋଇଥିବାରୁ ପୋଲିସ, ଡାକ୍ତର ଆନ୍ତରିକତା ଦେଖାଇଲେ ନାହିଁ ଯାହା ଫଳରେ ଆଜି ପର୍ଯ୍ୟନ୍ତ ସ୍ନେହଲତାକୁ ନ୍ୟାୟ ମିଳିପାରି ନାହିଁ ବୋଲି ନିସ୍ପେଷିତ ଦଳିତ ସମାଜରେ ଆଲୋଚନା ହେଉଛି । ଆଗାମୀ ଦିନରେ ସ୍ନେହଲତା ଘଟଣାର ସିବିଆଇ ତଦନ୍ତ ନ ହେଲେ ଏବଂ ସ୍ନେହଲତାକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ପଶ୍ଚିମ ଓଡିଶା ସାବିତ୍ରୀବାଇ ଫୁଲେ ମହିଳା ସଂଗଠନ ତାର ସଂଗ୍ରାମ ଜାରି ରଖିବ ବୋଲି ଦୃଢୋକ୍ତ ପ୍ରକାଶ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ସଭାପତି ଚମ୍ପା ନାଗ, ଉପ-ସଭାପତି ସୁଭଦ୍ରା ସୁନା, ସାଧାରଣ ସଂପାଦିକା ଅରୁଣା ନାଗ, କାର୍ଯ୍ୟକାରୀ ସଦସ୍ୟା ଗୀତାଞ୍ଜଳି ବାଗ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking