34.1 C
Bhubaneswar
Friday, March 29, 2024
Homeଓଡିଶାଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗ୍ରହଣ ଖଣ୍ଡିଆ ଓ ଚିହ୍ନଟ ଶିବିର

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗ୍ରହଣ ଖଣ୍ଡିଆ ଓ ଚିହ୍ନଟ ଶିବିର

ବଲାଙ୍ଗୀର,(ଦେବାଶିଷ ମିଶ୍ର)-ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଥିବା ଡିଆଇସି ପରିସରରେ ଏକ ଗ୍ରହଣ ଖଣ୍ଡିଆ ଚିହ୍ନଟିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସିଡିଏମଓ ଡା.ଦୈତାରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ୫୦ ରୁ ଉର୍ଦ୍ଧ ରୋଗୀଙ୍କ ପରୀକ୍ଷା କରାଯାଇଥିଲା । ଜିଲ୍ଲାପାଳ ଅରିନ୍ଦମ ଡାକୁଆ ନିଜେ ଶିବିର ପରିଦର୍ଶନ କରିବା ସହିତ ରୋଗୀମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ ଓ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଧିକାରୀ ତଥା ସହଯୋଗୀ ସଂସ୍ଥା ସ୍ମାଇଲ ଟ୍ରେନର ଏଭଳି କାର୍ଯ୍ୟକୁ ବେଶ ପ୍ରଂଶସା କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ୨୪୭ ଜଣ ଶିଶୁଙ୍କୁ ମାଗଣାରେ ଗ୍ରହଣ ଖଣ୍ଡିଆ ଅସ୍ତ୍ରୋପଚାର କରାଯାଇଛି । ଏଥିପାଇଁ ସ୍ମାଇଲ ଟ୍ରେନ ଓ ଅଶ୍ୱିନୀ ହସପିଟାଲ ତରଫରୁ ଆରବିଏସକେ ର ମ୍ୟାନେଜରଙ୍କୁ ପ୍ରମାଣ ପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ପରେ ଡା.ଶିବାନୀ ଦାସ , ଡା.ଅଜିତ କୁମାର ପଣ୍ଡା (ଟିକ୍ରାପଡା) ଓ ଦିପ୍ତିରଞ୍ଜନ ପ୍ରଧାନ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଓ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ବଲାଙ୍ଗୀର ଜିଲ୍ଲାକୁ ସମ୍ପୁର୍ଣ୍ଣ ଭାବେ ଗ୍ରହଣ ଖଣ୍ଡିଆ ମୁକ୍ତ କରାଯିବ ବୋଲି କହିଥିଲେ । ଆରବିଏସକେ ଜରିଆରେ ଜିଲ୍ଲାରେ ଅନ୍ୟାନ୍ୟ ପ୍ରକାର ଅସ୍ତ୍ରୋପଚାର ମଧ୍ୟ କରାଯାଇଛି । ୧୩୪ ଜଣ ରୋଗୀଙ୍କ ମାଗଣାରେ ହୃଦରୋଗ ଅସ୍ତ୍ରୋପଚାର ଓ ଜନ୍ମଗତ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ସହିତ ଅନ୍ୟାନ୍ୟ ଅସ୍ତ୍ରୋପଚାର କରାଯାଇଛି ବୋଲି କେସ ରେକର୍ଡ ଜରିଆରେ ଜିଲ୍ଳାପାଳଙ୍କୁ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିପିଏମ ମୃତୁଞ୍ଜୟ ମୁଣ୍ଡ , ଆରବିଏସକେର ମ୍ୟାନେଜର କୃଷ୍ଣଚନ୍ଦ୍ର ପ୍ରଧାନ , ପଂଚଜନ୍ୟ ପଣ୍ଡା ଓ ଡିଆଇସିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking