33.1 C
Bhubaneswar
Thursday, April 25, 2024
Homeଓଡିଶାସ୍ନିଗ୍ଧଛାୟା ବାର୍ଷିକୋତ୍ସବ: ଜୀବନ ଗଠନରେ ଶୃଙ୍ଖଳା ଓ ସଂଯମତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ସ୍ନିଗ୍ଧଛାୟା ବାର୍ଷିକୋତ୍ସବ: ଜୀବନ ଗଠନରେ ଶୃଙ୍ଖଳା ଓ ସଂଯମତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ବଲାଙ୍ଗୀର,(ଦେବାଶିଷ ମିଶ୍ର)- ବଲାଙ୍ଗୀର ସରକାରୀ ମହିଳା ବିଦ୍ୟାଳୟରେ ଥିବା ଛାତ୍ରୀ ନିବାସ ସ୍ନିଗ୍ଧଛାୟାର ୪୦ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ୱଂୟଶାସିତ ରାଜେନ୍ଦ୍ର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସତ୍ୟବନ୍ତ ବେଦବାକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଟିଟିଲାଗଡ ଡିଏଭି କଲେଜର ଇଂରାଜୀ ବିଭାଗ ଅଧ୍ୟାପିକା ବନ୍ଦନା କର ଯୋଗ ଦେଇଥିଲେ । ଉତ୍ତମ ଜୀବନ ଗଠନରେ ଶୃଙ୍ଖଳା ଓ ସଂଯମତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟ ଅତିଥି କହିଥିବା ବେଳେ ସମାଜର ଆଦର୍ଶ ଓ ଆଭିମୁଖ୍ୟକୁ ଛାତ୍ରୀମାନେ ପାଥେୟ କରିବା ଉଚିତ ବୋଲି ମୁଖ୍ୟବକ୍ତା କହିଥିଲେ । ଅଧ୍ୟକ୍ଷତା କରୁଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଛାତ୍ରୀ ନିବାସର ତତ୍ତ୍ୱାବଧାରକ ସଲୋମନ କୁମାର ଅତିଥି ପରିଚୟ ପ୍ରଦାନ କରିଥିôଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ସହ ତତ୍ତ୍ୱାବଧାରକ ହେମନ୍ତ କୁମାର ମଲ୍ଲିକ ପରିଚାଳନା କରିଥିଲେ । ପରେ ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ରଚିତ ଓ ଶିବ ପ୍ରସାଦ ସାହୁଙ୍କ ନିର୍ଦ୍ଦେଶିତ ନାଟକ ହିତର କଥା ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ହୋଇ ବେଶ ପ୍ରଶଂସିତ ହୋଇଥିଲା । ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ । ସଭା ଶେଷରେ ସହ ତତ୍ତ୍ୱାବଧାରକ ସଂଯୁକ୍ତା କୁମାରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking