35.1 C
Bhubaneswar
Tuesday, April 23, 2024
Homeଓଡିଶାଭୂଆଁ ନ ବୁଲାଇ, ଓବିସିଙ୍କୁ କେନ୍ଦ୍ର ଓ ରାଜ୍ୟ ସାମ୍ବିଧାନିକ ହକ ଦିଅନ୍ତୁ

ଭୂଆଁ ନ ବୁଲାଇ, ଓବିସିଙ୍କୁ କେନ୍ଦ୍ର ଓ ରାଜ୍ୟ ସାମ୍ବିଧାନିକ ହକ ଦିଅନ୍ତୁ

ବଲାଙ୍ଗିର, (ଦେବାଶିଷ ମିଶ୍ର)- ୧୯୯୨ ମସିହାରୁ କେନ୍ଦ୍ର ସରକାର ୫୨% ଓବିସିଙ୍କ ପାଇଁ କେବଳ ସରକାରୀ ଚାକିରୀରେ ୨୭% ସ୍ଥାନ ସଂରକ୍ଷଣ କରିଥିଲେ ହେଁ ଓଡିଶା ସରକାର ବର୍ତମାନ ସୁଦ୍ଧା ଓବିସିଙ୍କ ପାଇଂ କୌଣସି ପ୍ରକାର ସଂରକ୍ଷଣ ବ୍ୟବସ୍ଥା କରି ନାହାନ୍ତି । ଓଡିଶା ରାଜ୍ୟ ସରକାର ୧୯୯୧ରେ ଦାଶ କମିଶନ ବସାଇ ଓବିସି ଙ୍କ ସହିତ କିଛି ସାଧାରଣବର୍ଗ ଙ୍କୁ ମିଶାଇ ଏସଇବିସି ନାମରେ ୧୯୯୪ରେ ସରକାରି ଚାକିରି ରେ କେବଳ ୨୭% ସଂରକ୍ଷଣ ପ୍ରଦାନ କଲେ । ଫଳରେ ଓବିସି ବର୍ଗର ପ୍ରାର୍ôଥ ଚାକିରୀଟିଏ ପାଇବାକୁ ହେଲେ ସାଧାରଣ ବର୍ଗର ପ୍ରାଥଙ୍ର୍ôକ ସହ ପ୍ରତିଦ୍ୱନ୍ଦିତା କରିବାକୁ ପଡୁଛି । ତେଣୁ ଉକ୍ତ ଏସଇବିସି ସଂରକ୍ଷଣ ଓବିସିଙ୍କ ପାଇଁ ସଂରକ୍ଷଣ ନୁହେଁ ବୋଲି ଜିଲ୍ଲା ଓବିସି ମଂଚ ବଲାଙ୍ଗିର ତରଫରୁ କୁହାଯାଇଛି । ପୁନଶ୍ଚ ୫୦%ରୁ ଉର୍ଦ୍ଧ ସଂରକ୍ଷଣ ପ୍ରତିବନ୍ଧକ ଆଳରେ ବର୍ତମାନ ଏସଇବିସି ମାତ୍ର ୧୧.୨୫% ସଂରକ୍ଷଣ ପାଉଛନ୍ତି । ଯଦି କେବଳ ଓବିସି କଥା ଚିନ୍ତା କରାଯାଏ ତବେ, ବର୍ତମାନ ସୁଦ୍ଧା ଏମାନଙ୍କୁ ଅଣଦେଖା କରି ୦% ସଂରକ୍ଷଣ ମିଳୁଛି । ତେଣୁ ଓବିସି ଜାତି ଜନଗଣନା କରି, ଓବିସି ବର୍ଗଙ୍କୁ ଚାକିରୀ, ଶିକ୍ଷା ତଥା ଅନ୍ୟାନ୍ୟ କ୍ଷେତ୍ରରେ ୨୭% ସଂରକ୍ଷଣ ଦାବୀ କରିିଛି ଜିଲ୍ଲା ଓବିସି ମଂଚ ।
ଗୋଟିଏ ପଟେ, ରାଜ୍ୟ ସରକାର ୧୧ଜାନୁୟାରୀ ୨୦୧୦ ଦିନ ରାଜ୍ୟ କେବିନେଟରେ ନିଷ୍ପତି କରି ରାଜ୍ୟର ଓବିସି/ଏସଇବିସି ଙ୍କ ଜାତି ଜନଗଣନା କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟପଟେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟ ଅନୁସାରେ, କେନ୍ଦ୍ର ସରକାର ଓବିସିଙ୍କୁ ଶିକ୍ଷା ଓ ଚାକିରୀରେ ୨୭% ସଂରକ୍ଷଣ ଦେଉଛନ୍ତି । ଏହି ସଂରକ୍ଷଣକୁ ସୁପ୍ରିମ କୋର୍ଟ ମଧ୍ୟ ମାନ୍ୟତା ଦେଇଛନ୍ତି । ଓବିସି ପରି ଏକ ସଂଖ୍ୟାଗରିଷ୍ଠ ବର୍ଗଙ୍କୁ ତାଙ୍କର ସାମ୍ବିଧାନିକ ଅଧିକାରରୁ ବଂଚିତ ନ ରଖି ଅନ୍ୟ ରାଜ୍ୟ ସରକାରଙ୍କ ଭଳି ଓଡିଶା ସରକାର ମଧ୍ୟ ସେମାନଙ୍କୁ ତାଙ୍କ ଅଧିକାର ଦେବାକୁ ଓଡିଶା ସରକାର ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି । ଯାହା ବିଭ୍ରାନ୍ତିକର ଓ ଅସ୍ପଷ୍ଟ ।
ତେବେ ଓବିସିଙ୍କୁ ଆଉ ଭୁଆଁ ନ ବୁଲାଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ି ଅବହେଳିତ ଓବିସିଙ୍କୁ ଓଡିଶା ସରକାର ବର୍ତମାନ ପାଇଂ ଅତି କମରେ ୨୭% ଶିକ୍ଷା ଓ ଚାକିରୀରେ ସଂରକ୍ଷଣ ଦିଅନ୍ତୁ ଓ କେନ୍ଦ୍ର ସରକାର ଜାତି ଜନଗଣନା କରି, ସମାନୁପାତିକ ସଂରକ୍ଷଣ ତଥା ଯୋଜନାର ପଦକ୍ଷେପ ନିଅନ୍ତୁ ବୋଲି ଜିଲ୍ଲା ଓବିସି ମଂଚ ବଲାଙ୍ଗିର ର ସଭାପତି ଶଙ୍କର ପାତ୍ର ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking